ରାଜନୀତି

ଖୋର୍ଦ୍ଧାରେ ବିଜେଡି-ବିଜେପି ମୁହାଁମୁହିଁ: ନବୀନ-ମୋଦୀ ନାରାରେ କମ୍ପିଲା – Kalinga News

[ad_1]

ଦଳୀୟ କର୍ମୀଙ୍କୁ ଏସ୍‌ପି ଘଉଡ଼ାଇଲେ

ଖୋର୍ଦ୍ଧା: ଭୁବନେଶ୍ବର ଲୋକସଭା କ୍ଷେତ୍ରର ଦୁଇ ହେଭିୱେଟ୍ ପ୍ରାର୍ଥିଙ୍କର ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମଧ୍ୟାହ୍ନରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଠିକ୍ ସମୟରେ ଖୋର୍ଦ୍ଧା ଏସ୍‌ପି ଅବିନାଶ କୁମାର ଘଟଣାସ୍ଥଳରେ ପହଞ୍ଚି ଖର୍ମୀମାନଙ୍କୁ ଘଉଡ଼ାଇବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।

ପ୍ରଥମେ ବିଜେଡି ସାଂସଦ ପ୍ରାର୍ଥୀ କ୍ୟାପ୍‌ଟେନ୍‌ ମନ୍ମଥ ରାଉତରାୟ ନିଜର ସମର୍ଥକଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୋର୍ଟିକୋରେ ତାଙ୍କର ସମର୍ଥକମାନେ ଅପେକ୍ଷା କରିଥିବା ବେଳେ ମନ୍ମଥ ଜିଲ୍ଲାପାଳଙ୍କୁ ଭେଟି ନିଜର ପ୍ରାର୍ଥିପତ୍ର ଦେଇଥିଲେ। ଏହିସମୟରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନପତ୍ର ଦାଖଲ ପାଇଁ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଅଫିସ୍‌ ଭିତରେ ମନ୍ମଥ ଉପସ୍ଥିତ ଥିବା ବେଳେ ଅପରାଜିତା ଓ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରବେଶଙ୍କୁ ନେଇ ଜିଲ୍ଲା ପ୍ରଶାସନ ହଡ଼ବଡ଼େଇ ଯାଇଥିଲା। ଅପରାଜିତା ଓ ପ୍ରଶାନ୍ତଙ୍କୁ ନେଇ ପ୍ରଶାସନ ଦ୍ବିତୀୟ ମହଲା ସ୍ଥିତ ସଦ୍‌ଭାବନା ଗୃହରେ ବସାଇଥିଲା। ଦୁଇ ସାଂସଦ ପ୍ରାର୍ଥୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଥିବା ବେଳେ ପୋଟିକୋଠାରେ ରୁଣ୍ଡ ହୋଇଥିବା ଉଭୟ ବିଜେଡି ଓ ବିଜେପିର କର୍ମୀମାନେ ଜୋର୍‌ଦାର୍‌ ନାରାବାଜି କରିଥିଲେ। ବିଜେଡି କର୍ମୀ ଯୋଡ଼ି ଶଙ୍ଖ ବଜାଇ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ କରାଇଥିବା ବେଳେ ବିଜେପି କର୍ମୀ ଜୟ ଶ୍ରୀରାମ ନାରା ଦେଇ ଚାଲିଥିଲେ। ମୋଦୀ-ନବୀନ ନାରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କମ୍ପି ଉଠିଥିଲା। ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇପଡ଼ିଥିଲେ। ଏହି ସମୟରେ ଖୋର୍ଦ୍ଧା ଏସ୍‌ପି ଅବିନାଶ କୁମାର ଘଟଣାସ୍ଥଳରେ ପହଞ୍ଚି ଉଭୟ ଦଳର କର୍ମୀଙ୍କୁ ଘଉଡ଼ାଇବାରୁ ବଡ଼ ଅପ୍ରୀତିକର ପରିସ୍ଥିତି ଟଳିଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button