ଝାଡ଼ଖଣ୍ଡ ସରକାରକୁ ଅପହରଣ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି : ରାହୁଲ ଗାନ୍ଧି – Kalinga News

[ad_1]
ଗୋଡ୍ଡା/ଦେଓଘର (ଝାଡ଼ଖଣ୍ଡ): ଝାଡ଼ଖଣ୍ଡ ସରକାରକୁ ଅପହରଣ କରିବାକୁ ବିଜେପି ଉଦ୍ୟମ କରିଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଜନାଦେଶକୁ ରକ୍ଷା କରିବା ପାଇଁ କଂଗ୍ରେସ ହସ୍ତକ୍ଷେପ କରିଛି ବୋଲି ସେ କହିଛନ୍ତି। ଗୋଡ୍ଡା ଜିଲ୍ଲାରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟ ସରକାରକୁ ବଞ୍ଚାଇବାରେ କଂଗ୍ରେସର ଭୂମିକା ଉପରେ ଆଲୋକପାତ କରିଥିଲେ। ବିଜେପିର ଆଦର୍ଶକୁ ବିରୋଧ କରିଚାଲିବେ ସେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ପରେ ସେ ଦେବଘରେ ପହଞ୍ଚି ପ୍ରସିଦ୍ଧ ବାବା ବୈଦ୍ୟନାଥ ଧାମରେ ରୁଦ୍ରାଭିଷେକ କରିବା ସହ କୁଅଁର ସିଂହ ଛକରେ ଅନ୍ୟ ଏକ ରାଲିକୁ ସମ୍ବୋଧିତ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ସେ କହିଥିଲେ, ଦେଶର ଯୁବପିଢ଼ି ରୋଜଗାର ଚାହୁଁଛନ୍ତି। କିନ୍ତୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବେକାରୀ ରୋଗକୁ ବଢାଇଚାଲିଛନ୍ତି । ଏହି ନୂଆ ରୋଗ ଭାରତୀୟ ଯୁବକମାନଙ୍କୁ ସଂକ୍ରମିତ କରିବା ସହ ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛି।
ଦେଶର ଆଦିବାସୀ, ଦଳିତ ଓ ପଛୁଆ ବର୍ଗଙ୍କ ବାସ୍ତବ ତଥ୍ୟ ଜାଣିବା ପାଇଁ ଜାତିଭିତ୍ତିକ ଜନଗଣନା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ରାହୁଲ । ଦେଶରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି।
[ad_2]