ମନୋରଞ୍ଜନ

ପ୍ରଥମ ମାସରେ ଚାରି – Kalinga News

[ad_1]

ଏବର୍ଷର ପ୍ରଥମ ଓଡ଼ିଆ ସିନେମା ହେଲା ‘ସମୟ କହିବ କିଏ କାହାର’, ଯାହା ଜାନୁଆରି ୫ ତାରିଖରେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରଥମ ଥର ଲାଗି ଓଲିଉଡ୍‌ର ଆଗଧାଡ଼ିର ନାୟକ ଅମ୍ଳାନ ଦାସଙ୍କ ବିପକ୍ଷରେ ନଜର ଆସିଥିଲେ ତୃପ୍ତି ମୀରାମ୍ବିକା। ଏହାଛଡ଼ା ଓମକାର, ସୋନମ୍, ବ୍ରଜ ସିଂ, ବିଜୟିନୀ ମିଶ୍ର, ଜୟରାମ ସାମଲ, ଦେବୁ ବ୍ରହ୍ମା, ଅରବିନ୍ଦ, ଦେବୀ ବାରିକ, ପ୍ରଜ୍ଞା, ଅମୂଲ୍ୟ ପଟ୍ଟନାୟକ ଏବଂ ରବି ମିଶ୍ର ପ୍ରମୁଖ ମଧ୍ୟ ଏଥିରେ ଅଭିନୟ କରିଥିଲେ। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ହେଲେ ପ୍ରଭାତୀ ଆଚାର୍ଯ୍ୟ। ବରିଷ୍ଠ ହାସ୍ୟ ଅଭିନେତା ବ୍ରଜ ସିଂଙ୍କ ନିର୍ଦ୍ଦେଶିତ ‘ସମୟ କହିବ କିଏ କାହାର’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତିରାଜ ଖୋସଲା। ସଞ୍ଜୟ ମହାକୁଳ ଏହାର ସଂଳାପକାର।

୨୦୨୪ର ପ୍ରଥମ ମାସରେ ୪ଟି ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ସଂଖ୍ୟାକୁ ଦେଖିଲେ ଏବର୍ଷ ଅଧିକ ସଂଖ୍ୟକ ଓଡ଼ିଆ ଛବି ପରଦାକୁ ଆସିବ ବୋଲି ଅନୁମାନ କରିହେଉଛି। ବର୍ଷ ଆରମ୍ଭରୁ ଦର୍ଶକ ପ୍ରେମ କାହାଣୀ ସାଙ୍ଗକୁ ପାରିବାରିକ ସିନେମା ଦେଖିସାରିଲେଣି।

ଠିକ୍ ସେହିପରି, ଗତ ମାସରେ ‘ଡିଅର୍ ପୁରୁଷ’ ମୁକ୍ତିଲାଭ କରିଥିଲା। ଝିଲିକ ମୋସନ ପିକଚର୍ସ ନିବେଦିତ ଏହି ସିନେମାରେ ମହାଶ୍ବେତା, ସିଦ୍ଧାନ୍ତ, ନୀତୁ ସିଂ, ଅନୁରାଧା, ସମରେଶ, ପିଙ୍କି ପ୍ରଧାନ, ଦେବାଶିଷ, ଅମ୍ଳାନ, ଦିବ୍ୟା, ବି ଏମ୍‌ ବୈଶାଳୀ, ଅନନ୍ୟା, ଝିଲିକ୍, ବବି ମିଶ୍ର ଓ ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଜିତ ଚକ୍ରବର୍ତ୍ତୀ ଏହାର ନିର୍ଦ୍ଦେଶକ। ନୂଆ ଓଡ଼ିଆ ସିନେମା ‘ଦଶମ’ ଜାନୁଆରି ମାସରେ ମୁକ୍ତିଲାଭ କରିଥିଲା। ଏକ ଭିନ୍ନ ଧରଣର ଟିନ୍‌ଏଜ୍‌ ଲଭ ଷ୍ଟୋରି ଉପରେ ଆଧାରିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ ରାଜା ଡି। ଏଥିରେ ଶୈଳେନ୍ଦ୍ର ନିଲାକ୍ଷୀ ପାତ୍ର, ଅରମାନ ମହାନ୍ତ, ମୀରା, ଜ୍ୟୋତି, ଆକାଶ ଓ ସିମରନଙ୍କ ଭଳି କଳାକାରମାନଙ୍କୁ ଦେଖିବାକୁ ମିଳିଥିଲା। କୁମାର ଶ୍ରୀ ସାହୁ ଏହାର ସଂଳାପକାର ଓ ଗୌରବ ଆନନ୍ଦ ସଙ୍ଗୀତକାର। ଜାନୁଆରିରେ ମୁକ୍ତିଲାଭ କରିଥିବା ଆଉ ଏକ ଓଡ଼ିଆ ସିନେମା ହେଲା ‘ଏଇ ଆମ ପ୍ରେମ କାହାଣୀ’। ଏଥିରେ ଅଭିଷେକ, ଚୁଲୁବୁଲି, ଶ୍ରୀତମ ଦାସ, ଗୁଡୁ, ଅମର, ସ୍ମିତା ତ୍ରିପାଠୀ ଓ ଅଶ୍ରୁମୋଚନ ପ୍ରମୁଖ ନଜର ଆସିଥିଲେ। ରବୀନ୍ଦ୍ର ପ୍ରଧାନ ଏହାର ନିର୍ଦେଶକ। ସେ ଚିତ୍ରନାଟ୍ୟ ରଚନା, ସିନେମାଟୋଗ୍ରାଫି, ନୃତ୍ୟ ନିର୍ଦେଶନା ସାଙ୍ଗକୁ ସଂପାଦନା ଦାୟିତ୍ବ ବି ବହନ କରିଥିଲେ। ଉଦୟ ଶଙ୍କର ସେଠୀ, ସଞ୍ଜୟ ରାଉତ ଓ ଶ୍ରୀକାନ୍ତ ଗୌତମ ଏହାର ପ୍ରଯୋଜକ। ଏହାର କାହାଣୀ, ସଂଳାପ ଓ ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ଚନ୍ଦନ କୁମାର ‘ଏଇ ଆମ ପ୍ରେମ କାହାଣୀ’ର ସଙ୍ଗୀତକାର। ତେବେ ଜାନୁଆରି ୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲେ ବି ଶେଷ ସମୟରେ ‘ମୋ କାହାଣୀରେ ତୋରି ନାଆଁ’ର ରିଲିଜ୍ ଲଢ଼େଇରୁ ଓହରିଥିଲା। ଏହା ଫେବ୍ରୁଆରି ୯ ତାରିଖରେ ମୁକ୍ତିଲାଭ କରିବ। ଉପରୋକ୍ତ ସିନେମାଗୁଡ଼ିକ ମଧ୍ୟରୁ ‘ଦଶମ’ କିଛିଟା ଚର୍ଚ୍ଚା ସୃଷ୍ଟି କରିଥିଲା। ଏହାକୁ କେତେକ ପ୍ରଶଂସା ବି କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button