ମନୋରଞ୍ଜନ
ଆର୍ଥିକ ସଂକଟରେ ପ୍ରିୟଙ୍କା-ନିକ୍ – Kalinga News

[ad_1]
ବଲିଉଡ୍ରୁ ଯାଇ ହଲିଉଡ୍ ତାରକା ପାଲଟିଥିବା ପ୍ରିୟଙ୍କା ଚୋପ୍ରା ତାଙ୍କ ଆମେରିକୀୟ ଗାୟକ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଆମେରିକାରେ ରହୁଛନ୍ତି। ଏହି ଦମ୍ପତି ଏବେ ଲସ୍ ଆଞ୍ଜେଲସ୍ର ଏକ ବିଳାସମୟ ଘରେ ରହୁଛନ୍ତି। ତାଙ୍କ ସହ ତାଙ୍କ କୁନି ଝିଅ ମାଳତୀ ମ୍ୟାରି ସମେତ ଗୃହପାଳିତ ପ୍ରାଣୀଟିଏ ବି ରହୁଛି। ନିକଟରେ ଖବର ପ୍ରକାଶ ପାଇଛି ଯେ ପ୍ରିୟଙ୍କା ଓ ନିକ୍ ନିଜର ୨୦ ମିଲିୟନ୍ ଡଲାର୍ (୧୪୯ କୋଟି) ଟଙ୍କାର ଘରକୁ ବନ୍ଧକ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ‘ରେଡିଟ୍’ରେ ପ୍ରକାଶିତ ଏକ ପୋଷ୍ଟରେ ଦର୍ଶାଯାଇଛି ଯେ ଏହି ସେଲିବ୍ରିଟି ଦମ୍ପତି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଘରଭଡ଼ା ବାବଦକୁ ପ୍ରତି ମାସ ୧୦୦,୦୦୦ ଡଲାର ଦେବାକୁ ପଡୁଛି। ସେଥିପାଇଁ ସେମାନେ ବ୍ୟାଙ୍କ୍ରେ ନିଜ ଘର ବନ୍ଧକ ରଖିଛନ୍ତି।
[ad_2]