ମନୋରଞ୍ଜନ

ପିଲାଙ୍କୁ ଆସିବ ଏକଦମ୍‌ ପସନ୍ଦ, ବନାନ୍ତୁ ଚଟପଟା ‘ଚୀଜି ମ୍ୟାଗି ସାଣ୍ଡଓ୍ଵିଚ’

ଯଦି ଆପଣଙ୍କୁ ମ୍ୟାଗି ଖାଇବା ବହୁତ ପସନ୍ଦ। କିନ୍ତୁ ଏହାକୁ ସବୁବେଳେ ଖାଇ ଖାଇ ବୋରିଂ ହୋଇଗଲେଣି ତାହେଲେ ଆପଣ ମ୍ୟାଗିର କିଛି ନୂଆ ଡିସ୍‌ ବନାଇ ଖାଆନ୍ତୁ। ଏହା ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ତେଲ – ୨ ବଡ ଚାମଚ, ଜିରା – ୧ ବଡ ଚାମଚ, ପିଆଜ – ୬୦ ଗ୍ରାମ, ହଳଦି – ୧/୪ ଚାମଚ, ଗୋଲମରୀଚ ପାଉଡର – ୧/୪ ଚାମଚ, ସିମଲ ଲଙ୍କା – ୬୦ ଗ୍ରାମ, ଗାଜର, ୬୦ ଗ୍ରାମ, ପାଣି – ୩୫୦ ମିଲିଲିଟର, ମ୍ୟାଗି ମସଲା – ୨ ବଡ ଚାମଚ, ମ୍ୟାଗି – ୧୨୦ ଗ୍ରାମ, ଲୁଣ – ୧/୨ ଚାମଚ, ବ୍ରେଡ ସ୍ଲାଇସ – ଆବଶ୍ୟକ ଅନୁସାରେ, ଟମାଟୋ ସସ୍‌ – ସ୍ୱାଦାନୁସାରେ, କଦ୍ଦୁକସ୍‌ କରିଥିବା ପନୀର – ସ୍ୱାଦାନୁସାରେ, ତେଲ – ଛାଣିବା ପାଇଁ।

ପ୍ରସ୍ତୁତି ପ୍ରଣାଳୀ

  • ଏକ ପ୍ୟାନରେ ୨ ବଡ ଚାମଚ ତେଲ ପକାଇ ଗରମ କରନ୍ତୁ। ଏଥିରେ ଏକ ବଡ ଚାମଚ ଜିରା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ଏହାପରେ ଏଥିରେ ୬୦ ଗ୍ରାମ ପିଆଜ ପକାଇ ଭାଜନ୍ତୁ। ପରେ ୧/୪ ବଡ ଚାମଚ ହଳଦୀ, ୧/୪ ଚାମଚ ଗୋଲମରୀଚ ପାଉଡର ପକାଇ ଭଲଭାବେ ମିଶାନ୍ତୁ।
  • ପରେ ୬୦ ଗ୍ରାମ ସିମଲା ଲଙ୍କା, ୬୦ ଗ୍ରାମ ଗାଜର ପକାଇ ମିକ୍ସ କରନ୍ତୁ। ଏହାକୁ ୩ ରୁ ୫ ମିନିଟ୍‌ ଫ୍ରାଏ କରନ୍ତୁ।
  • ଏହି ମିଶ୍ରଣରେ ୩୫୦ ମି.ଲି ପାଣି, ୨ ବଡ ଚାମଚ ମ୍ୟାଗି ମସଲା ପକାଇବା ପରେ ୧୨୦ ଗ୍ରାମ ମ୍ୟାଗି ନୁଡଲ୍ସ ପକାଇ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ସବୁ ପାଣି ନ ସୁଖିଛି।
  • ଏଥିରେ ୧/୨ ଛୋଟ ଚାମଚ ଲୁଣ ମିଶାଇ ଗୋଟେ ପଟେ ରଖି ଦିଅନ୍ତୁ।
  • ଏକ ବ୍ରେଡ ସ୍ଳାଇସ ନିଅନ୍ତୁ ଏବଂ ସେଥିରେ ଅଳ୍ପ ଟମାଟୋ ସସ୍‌ ଲଗାନ୍ତୁ। ଏହା ଉପରେ ଅଳ୍ପ ମ୍ୟାଗି ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ପରେ ଏହାଉପରେ କଦ୍ଦୁକସ୍‌ ରଖିଥିବା ପନୀର ପକାଇ ଏହାଉପରେ ଅନ୍ୟ ଏକ ବ୍ରେଡକୁ ରଖନ୍ତୁ।
  • ଏହାପରେ ସାଣ୍ଡଓ୍ଵିଚକୁ ଗ୍ରେଲରରେ ରଖି ବ୍ରଶ ସାହାଯ୍ୟରେ ତେଲ ଲଗାନ୍ତୁ।
  • ପରେ ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଟୋଷ୍ଟ କରନ୍ତୁ। ଏହାକୁ ଗ୍ରେଲରରୁ ବାହାର କରି ଅଧା କାଟି ଦିଅନ୍ତୁ।
  • ଏବେ ଆପଣଙ୍କ ମ୍ୟାଗି ସାଣ୍ଡଓ୍ଵିଚ୍‌ ପ୍ରସ୍ତୁତ ହୋଇଯାଇଛି। ଏହାକୁ ସର୍ଭ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button