ଛାଡ଼ପତ୍ର ଚର୍ଚ୍ଚା ଥମିବା ପରେ ପୁଣି ନୟନତାରାଙ୍କ ଇନଷ୍ଟା ଷ୍ଟାଟସ ବଢ଼ାଇଲା ପ୍ରଶଂସକଙ୍କ ହୃଦସ୍ପନ୍ଦନ – Kalinga News
[ad_1]
ମୁମ୍ବାଇ: ଛାଡ଼ପତ୍ର ଚର୍ଚ୍ଚା ଥମିବା ପରେ ପୁଣି ନୟନତାରାଙ୍କ ଇନଷ୍ଟା ଷ୍ଟାଟସ ବଢ଼ାଇଲା ପ୍ରଶଂସକଙ୍କ ହୃଦସ୍ପନ୍ଦନ। କିଛି ଦିନ ତଳେ ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବାରୁ ସାଉଥ ସୁପରଷ୍ଟାର ନୟନତାରା ସ୍ବାମୀ ବିଗ୍ନେଶ ଶିବନଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ନୟନତାରା ସ୍ବାମୀଙ୍କୁ ଫଲୋ କରିବା ସହ ବିଗ୍ନେଶ, ନୟନତାରଙ୍କ ସହ ଭିଡିଓ ଓ ଫଟୋ ସେୟାର କରିଥିଲେ। ଏସବୁ ପୋଷ୍ଟ ଆସିବା ପରେ ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ଥିବା ଜାଣି ପ୍ରଶଂସକ ଆଶ୍ବସ୍ତ ହୋଇଥିଲେ। ହେଲେ ଏବେ ପୁଣି ନୟନତାରା ଦେଇଥିବା ଷ୍ଟାଟସ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇନଷ୍ଟାରେ ସେ ଷ୍ଟାଟସ ଦେଇ ଲେଖିଛନ୍ତି ଯେ, ଉମମମ…ମୁଁ ହଜିଯାଇଛି। ତାଙ୍କର ଏହି ଷ୍ଟାଟସଟି କାହା ପାଇଁ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।
Please nayan, don’t make me a heart attack 🥺💔#Nayanthara pic.twitter.com/Jy6Cc8F2Q8
— Ever & Forever for Nayan 👀💫❤️ (@SathsaraniSew) March 7, 2024
ଉଲ୍ଲେଖଯୋଗ୍ୟ, ଜୁନ ୨୦୨୨ରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ। ବିବାହର ୪ମାସ ପରେ ନୟନତାରା-ବିଗ୍ନେଶ ପିତାମାତା ହେବାକୁ ଅନେକ ପସନ୍ଦ କରିନଥିଲେ। ଏହାକୁ ନେଇ ବିବାଦ ବୃଦ୍ଧି ପାଉଥିବା ଦେଖି ଦମ୍ପତି ସରୋଗେସି ଆଇନ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତାମିଲନାଡୁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ସରକାରଙ୍କ ନିର୍ଦ୍ଦେଶ ପରେ ନୟନତାରା ଏବଂ ବିଗ୍ନେଶ ଶିବନ ଏକ ଆଫିଡେଭିଟ୍ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ସେମାନଙ୍କ ବିବାହ ୬ବର୍ଷ ପୂର୍ବରୁ ପଞ୍ଜିକୃତ ହୋଇଥିବା ବେଳେ ଜୁନ୍ ୯, ୨୦୨୨ରେ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ଏଥିସହ ନୟନତାରା ଏବଂ ବିଗ୍ନେଶ ଶିବନ ଜଣାଇଛନ୍ତି ଯେ, ସେମାନଙ୍କ ସରୋଗେଟ୍ ନୟନତାରାଙ୍କ ଜଣେ ସମ୍ପର୍କୀୟ ଥିଲେ, ଯିଏ ଦୁବାଇରେ ନୟନତାରାଙ୍କ ବ୍ୟବସାୟର ସମ୍ଭାଳନ୍ତି। ସେମାନେ ଏହା ମଧ୍ୟ କହିଥିଲେ ଯେ, ଭାରତରେ ବ୍ୟବସାୟିକ ସରୋଗେସି ନିଷେଧ ହେବାର ସପ୍ତାହ ପୂର୍ବରୁ ଡିସେମ୍ବର ୨୦୨୧ରେ ସେମାନେ ସରୋଗେସି ପାଇଁ ପଞ୍ଜୀକୃତ କରିଥିଲେ।
[ad_2]