କ୍ଷମା ମାଗିଲେ ପାକିସ୍ତାନୀ ଗାୟକ – Kalinga News

[ad_1]
ପାକିସ୍ତାନୀ ଗାୟକ ରାହତ୍ ଫତେହ ଅଲ୍ଲୀ ଖାଁ ଗତ କିଛି ଦିନ ହେବ ଜଣେ ଯୁବକଙ୍କୁ ମାଡ଼ ମାରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଯୁବକ ଜଣଙ୍କୁ ମାଡ଼ ମାରୁଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ଘଟଣା ସଂପର୍କରେ ସଫେଇ ଦେଇ ରାହତ୍ କ୍ଷମା ମାଗିଛନ୍ତି। ସେ କାହିଁକି ତାଙ୍କର ଜଣେ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଏବଂ କେଉଁ ବୋତଲ ବିଷୟରେ ପଚାରୁଛନ୍ତି ତାହା ଗାୟକ ସ୍ପଷ୍ଟ କରିଛନ୍ତି। ସେ ଯେଉଁ ଭିଡିଓ ପୋଷ୍ଟ୍ କରି ଜନସାଧାରଣଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ସେଥିରେ ପୀଡ଼ିତ ଯୁବକ ଓ ତାଙ୍କ ବାପା ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ପ୍ରସିଦ୍ଧ ପାକିସ୍ତାନୀ ଗାୟକ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହା ୯ ମାସ ତଳର ଭିଡିଓ। ତାଙ୍କୁ ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ପ୍ରସାରିତ କରାଯାଇଛି। ଏବେ ମାଡ଼ ଖାଇଥିବା ଯୁବକ ଜଣକ ନିଜର ପକ୍ଷ ରଖିଛନ୍ତି। ସେ ମୋର ମାଲିକ, ମୋତେ ମାଡ଼ ମାରିପାରିବେ ବୋଲି ଯୁବକ ଜଣକ କହିଛନ୍ତି।
[ad_2]