ଫ୍ରାଇଡେ ରିଲିଜ୍: ମହିଳା ଦିବସରେ ୩ ଓଡ଼ିଆ ଚଳଚ୍ଚିତ୍ର – Kalinga News
[ad_1]
ଭୁବନେଶ୍ବର: ଆଜି ଓଡ଼ିଆ ଚଳଚ୍ଚିତ୍ର ‘ବସ୍’ ମୁକ୍ତିଲାଭ କରିଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ଆନ୍ତର୍ଜାତିକ ମହିଳା ଦିବସରେ ହଲ୍କୁ ଆସୁଛି ଆଉ ତିନୋଟି ଓଡ଼ିଆ ଚଳଚ୍ଚିତ୍ର। ‘ତ୍ରିକନ୍ୟା’, ‘ଯେତେ ଗୋରୀ ସେତେ ଷ୍ଟୋରି’ ଓ ‘ଅପରେସନ ୧୨/୧୭’କୁ ନେଇ ଦର୍ଶକଙ୍କ ଭିତରେ ଉତ୍ସାହ ବାରି ହୋଇ ପଡ଼ିଛି। ହିନ୍ଦୀ ଫିଲ୍ମ ତୁଳନାରେ ଏହି ଫିଲ୍ମ ସବୁକୁ ଅଧିକ ହଲ୍ ମିଳି ନଥିଲେ ମଧ୍ୟ ଆସନ୍ତାକାଲି ପାଇଁ ଆଜିଠାରୁ ଅଧିକାଂଶ ଟିକେଟ୍ ବୁକିଂ ସରିଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତିନି ମହିଳାଙ୍କ କାହାଣୀ ‘ତ୍ରିକନ୍ୟା’
ଶୁକ୍ରବାର ଭୁବନେଶ୍ବର ସ୍ବାତୀ ସିନେ କମ୍ପ୍ଲେକ୍ସରେ ଦିନ ୧୧ଟା ୩୦ରେ ‘ତ୍ରିକନ୍ୟା’ର ପ୍ରିମିୟର ରହିଛି। ଭିନ୍ନ ଭିନ୍ନ ସାମାଜିକ, ଭୌଗୋଳିକ ପ୍ରେକ୍ଷାପଟରୁ ଆସିଥିବା ତିନି ମହିଳାଙ୍କୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିବା ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ବର୍ଷା ପଟ୍ଟନାୟକ ଓ ନିଭି ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଛନ୍ତି। ଅଭିନେତା ମନୋଜ ମିଶ୍ର, ଅମନ, ପାର୍ଥସାରଥୀ ରାୟ, ନିଶାନ୍ତ ମାଜିଥିୟା, ସିଜନ୍ ମହାପାତ୍ର ଓ ସୁକାନ୍ତ ରଥଙ୍କ ଭଳି ପରିପକ୍ବ କଳାକାର ବି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମାନସ ପଢ଼ିହାରୀ ଏହାର ସଂଳାପ ଲେଖିଛନ୍ତି। ଓଡ଼ିଶାର ୧୨ଟି ହଲ୍ରେ ସିନେମା ରିଲିଜ୍ ହେଉଛି। ଭୁବନେଶ୍ବର ଏସ୍ପ୍ଲାନେଡ୍ରେ ସନ୍ଧ୍ୟା ୫ଟା ୧୦, ଉତ୍କଳ କନିକା ଗ୍ୟାଲେରିଆରେ ଅପରାହ୍ନ ୪ଟା ୪୫, ସ୍ବାତୀ ସିନେ କମ୍ପ୍ଲେକ୍ସରେ ଦିନ ୧୨ଟା ଓ ଡିଏନ୍ ରେଗାଲିଆ ମଲ୍ରେ ଦିନ ୧ଟା ୧୫ରେ ସୋ’ ଲାଗିଛି। ଟିକେଟ୍ ଦର ୧୧୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ଅପରେସନ ୧୨/୧୭
‘ଅପରେସନ ୧୨/୧୭’ରେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶ୍ରେୟାନ ନାୟକ, ଭୂମିକା ଦାଶ, ଜୟପ୍ରକାଶ ଚୌଧୁରୀ, ଅମର କୁମାର ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି। ଉତ୍କଳ କନିକା ଗ୍ୟାଲେରିଆରେ ସନ୍ଧ୍ୟା ସାଢ଼େ ୭ଟା, ସ୍ବାତୀ ସିନେ କମ୍ପ୍ଲେକ୍ସରେ ସନ୍ଧ୍ୟା ୬ଟା, ସିମ୍ଫୋନି ମଲ୍ରେ ସନ୍ଧ୍ୟା ୭ଟା ୧୫ରେ ଗୋଟିଏ ଲେଖାଏ ସୋ’ ଲାଗିଛି। ଏହାର ଟିକେଟ୍ ମୂଲ୍ୟ ୧୧୦ରୁ ୨୯୯ ଟଙ୍କା ଯାଏ ରହିଛି।
ସବ୍ୟସାଚୀଙ୍କ ‘ଯେତେ ଗୋରୀ ସେତେ ଷ୍ଟୋରି’
ଶୁକ୍ରବାର ଏହାର ୫ଟି ସୋ’ ଲାଗିଛି। ଏସ୍ପ୍ଲାନେଡରେ ସନ୍ଧ୍ୟା ସାଢ଼େ ୭ଟା, ଉତ୍କଳ କନିକା ଗ୍ୟାଲେରିଆରେ ଅପରାହ୍ନ ୩ଟା, ବିଏମ୍ସି ଭବାନୀ ମଲ୍ରେ ଅପରାହ୍ନ ସାଢ଼େ ୩ଟା, ଡିଏନ୍ ରେଗାଲିଆରେ ସନ୍ଧ୍ୟା ୭ଟା ୨୫ ଓ ଜଟଣୀ ବୀଣା ଥିଏଟରରେ ଦିନ ୧୨ଟାରେ ସୋ’ ପଡ଼ିଛି। ଟିକେଟ୍ ମୂଲ୍ୟ ୧୩୦ ରୁ ୬୦୦ ଟଙ୍କା ଯାଏ ରହିଛି। ଏଥିରେ ଅଭିନେତା ସବ୍ୟସାଚୀ ମିଶ୍ର, ରାଧିକା, ଶ୍ୟାମ, ମ୍ୟାଜିକ୍, ରାହୁଲ ପ୍ରମୁଖ ଅଭିନୟ କରିଥିବା ବେଳେ ସ୍ବର୍ଣ୍ଣ ବାବୁ ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି।
[ad_2]