ମନୋରଞ୍ଜନ

ପରଦାରେ ଲଢ଼ିବେ ପାଞ୍ଚ ନାୟିକା – Kalinga News

[ad_1]

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏଥର ଗୋଟିଏ କି ଦୁଇଟି ନୁହେଁ, ତିନିଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ଆଉ ଏସବୁ ସିନେମାର କାହାଣୀ ବି ନାରୀକୈନ୍ଦ୍ରିକ। ମାର୍ଚ୍ଚ ୭ରେ ‘ବସ୍’ ଏବଂ ୮ ତାରିଖରେ ‘ତ୍ରିକନ୍ୟା’ ଓ ‘ଅପରେସନ୍ ୧୨/୧୭’ ପରଦାକୁ ଆସୁଛି। ଏଥର ଦର୍ଶକ ବର୍ଷା ପ୍ରିୟଦର୍ଶିନୀ, ଭୂମିକା, ବର୍ଷା ପଟ୍ଟନାୟକ, ଶ୍ରଦ୍ଧା ପାଣିଗ୍ରାହୀ ଓ ନିଭି ଆଦି ପାଞ୍ଚଜଣ ନାୟିକାଙ୍କ ଅଭିନୟ ଦେଖିବାକୁ ପାଇବେ। ପରଦାରେ ପାଞ୍ଚ ନାୟିକାଙ୍କ ଲଢ଼େଇ ବି ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି। କେଉଁ ନାୟିକାଙ୍କ ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା ତାହା ରିଲିଜ୍ ପରେ ଜଣାପଡ଼ିବ।

ଶିବଶଙ୍କର ଓଝା

ମହିଳା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ବସ୍’, ‘ଅପରେସନ୍ ୧୨/୧୭’ ଓ ‘ତ୍ରିକନ୍ୟା’ ପରଦାକୁ ଆସୁଛି। ଏଥର ଦର୍ଶକ ଏହି ତିନି ଛବିର ପାଞ୍ଚ ନାୟିକାଙ୍କ ଅଭିନୟର ଜଲୱା ଦେଖିବାକୁ ପାଇବେ।

ମାଏରା ଭୂମିକାରେ ବର୍ଷା
ଆର୍ଆର୍ ଇଭେଣ୍ଟସ୍ ବ୍ୟାନର୍‌ରେ ନିର୍ମିତ ତଥା ରମେଶ ବାରିକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ବସ୍’ରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜଣେ ବିଜ୍‌ନେସ୍ ଓମ୍ୟାନ୍ ବା ମହିଳା ବ୍ୟବସାୟୀ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାରେ ବର୍ଷା ପ୍ରିୟଦର୍ଶିନୀ ପ୍ରଭାବଶାଳୀ ଅଭିନୟ କରିଥିବା ଚର୍ଚ୍ଚା ହେଉଛି। ସଂଳାପକାର ବିଜୟ ମଲ୍ଲଙ୍କ ସୂଚନା ଅନୁଯାୟୀ, ‘ବସ୍’ରେ ବର୍ଷାଙ୍କ ଚରିତ୍ରର ନାଆଁ ରହିଛି ମାଏରା ପଟ୍ଟନାୟକ। ବାପାଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି ବିଦେଶ ଫେରନ୍ତା ମାଏରା କିପରି ନିଜର ପ୍ରତିଦ୍ବନ୍ଦ୍ବୀ (ରାଜ ରାଜେଶ)ଙ୍କୁ ମାତ୍ ଦେଇ ବିଜ୍‌ନେସ୍ ଦୁନିଆର ବସ୍ ହେଉଛନ୍ତି ତାହା ଦର୍ଶାଯାଇଛି। ‘ବସ୍’ର ଟାଇଟଲ୍ ରୋଲ୍‌ରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ଦାୟିତ୍ବରେ ବି ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ। ତ୍ରିପତି ସାହୁ ଏହାର ନିର୍ଦ୍ଦେଶକ। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ମାର୍ଚ୍ଚ ୭ ତାରିଖରେ ‘ବସ୍’ ମୁକ୍ତିଲାଭ କରିବ।

ମିଲି ଚରିତ୍ରରେ ଭୂମିକା
ଖୁବ୍ କମ୍ ବୟସରେ ଓଲିଉଡ୍‌ର ସଫଳ ନାୟିକା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଭୂମିକାଙ୍କୁ ଦର୍ଶକ ସାଇ ଲୁମ୍ବିନୀ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ‘ଅପରେସନ୍ ୧୨/୧୭’ରେ ଜଣେ ସିଆର୍‌ପିଏଫ୍ ଯବାନଙ୍କ ପତ୍ନୀ ଚରିତ୍ରରେ ଦେଖିବାକୁ ପାଇବେ। ଏହାର ସଂଳାପ ଲେଖକ ଦିଲୀପ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ଏଥିରେ ଭୂମିକା ଦେବଦତ୍ତ ସାମନ୍ତରାୟ (ଶ୍ରେୟାନ୍) ନାମକ ଜଣେ ସିଆର୍‌ପିଏଫ୍ ଯବାନଙ୍କ ପତ୍ନୀ ମିଲି ଭୂମିକାରେ ଅଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଦେବଦତ୍ତଙ୍କ ଦେହାନ୍ତ ହୋଇଥିବାର ଖବର ମିଳେ। ହେଲେ ମିଲି କୌଣସି ସୂତ୍ରରୁ ସୂଚନା ପାଆନ୍ତି ଯେ, ସ୍ବାମୀ ଜୀବିତ ଅଛନ୍ତି। ନିଜର କୁନି ଝିଅ ସହିତ ମିଲି କଶ୍ମୀର ଯାଇ ବହୁ ବାଧାବିଘ୍ନ ପରେ ସ୍ବାମୀଙ୍କ ସନ୍ଧାନ ପାଇବାରେ ସଫଳ ହୁଅନ୍ତି। ସୁଧାଂଶୁ ମୋହନ ସାହୁ ‘ଅପରେସନ୍ ୧୨/୧୭’ର ନିର୍ଦ୍ଦେଶକ ଓ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶକ। ମାର୍ଚ୍ଚ ୮ ତାରିଖରେ ‘ଅପରେସନ୍୧୨/୧୭’ମୁକ୍ତିଲାଭ କରିବ।

ବିଜୟ ମଲ୍ଲ: ‘ବସ୍’ର କାହାଣୀ ଓଡ଼ିଆ ଦର୍ଶକଙ୍କୁ ନୂଆ ଲାଗିବ। ନାରୀ ସଶକ୍ତୀକରଣ ଉପରେ ଏହା ଆଧାରିତ। ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୂଆ ରୂପରେ ଭେଟିବେ ସିନେପ୍ରେମୀ।

ଦିଲୀପ ଚୌଧୁରୀ: ‘ଅପରେସନ୍ ୧୨/୧୭’ର କାହାଣୀ ଓ ସଂଳାପ ଓଡ଼ିଆ ସିନେପ୍ରେମୀଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି କରିବ ବୋଲି ଭାବୁଛି। ଏହା ନାୟିକା ଭୂମିକାଙ୍କୁ ନୂତନ ସୋପାନରେ ପହଞ୍ଚାଇବ।

ମାନସ ପଢ଼ିଆରୀ: ପ୍ରତିଟି କାହାଣୀ ଜନ୍ମ ହୁଏ ତା’ ଭାଗ୍ୟ ନେଇ। କିଏ ମନ ଭିତରେ ରହି ଯାଏ ତ କିଏ କାଗଜରେ। ଆଉ କିଛି କାଗଜରୁ ପରଦା..।ଜଣେ ଲେଖକ ପାଇଁ ତା’ କାହାଣୀକୁ ପରଦାରେ ଦେଖିବା ଏକ ସ୍ବପ୍ନ.. ମୋ ପାଇଁ ସେଇ ସ୍ବପ୍ନ ସାକାର ହେବ ମାର୍ଚ୍ଚ ୮ରେ..।

‘ତ୍ରିକନ୍ୟା’ରେ ବିଦ୍ୟା, ଶୈଳଜା ଓ ସୁମନ
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତ୍ରିକନ୍ୟା’ରେ ରହିଛି ତିନିଟି ଭିନ୍ନ ନାରୀ ଚରିତ୍ରର କଥା। ଏହାର ତିନି ନାୟିକା ବର୍ଷା ପଟ୍ଟନାୟକ, ଶ୍ରଦ୍ଧା ପାଣିଗ୍ରାହୀ ଓ ନିଭି ଯଥାକ୍ରମେ ବିଦ୍ୟା, ଶୈଳଜା ଓ ସୁମନ ଭୂମିକା ତୁଲାଇଛନ୍ତି। ଫିଲ୍ମର କାହାଣୀକାର ମାନସ ପଢ଼ିଆରୀଙ୍କ ସୂଚନା ଅନୁଯାୟୀ, ଛବିର ନାୟିକା ବିଦ୍ୟାଙ୍କର ବିବାହର ପାଞ୍ଚ ବର୍ଷ ପରେ ବି ସନ୍ତାନସନ୍ତତି ନ ହେବା କାରଣରୁ ନାନା କଟୂକ୍ତି ଶୁଣିବାକୁ ମିଳେ। ତାଙ୍କର ମାନସିକ ସ୍ଥିତି ସଂପର୍କରେ ଏଥିରେ ଦର୍ଶାଯାଇଛି। ବିଦ୍ୟାଙ୍କ ସ୍ବାମୀ ଭୂମିକାରେ ଅଛନ୍ତି ଅଭିନେତା ମନୋଜ ମିଶ୍ର।

ଅପରପକ୍ଷରେ ଶୈଳଜା ଜଣେ ଆଧୁନିକା କର୍ମଜୀବୀ ଯୁବତୀ। ତାଙ୍କୁ ମଦ୍ୟପ ସ୍ବାମୀଙ୍କ ତାଡ଼ନା ସହିବାକୁ ପଡ଼େ। ଏଭଳି ସମୟରେ ତାଙ୍କୁ ମିଳେ ଅଫିସର ମୁଖ୍ୟ (ପାର୍ଥସାରଥୀ)ଙ୍କ ସାଥ୍। ଏହାପରେ କ’ଣ ଘଟେ ତାହା ଦେଖିବାକୁ ମିଳିବ ସିନେମାରେ। ଏଣେ ଜଣେ ବିପତ୍ନୀକ ପ୍ରଫେସର (ସୁକାନ୍ତ ରଥ) ଆଉ ବାହା ହେବାକୁ ଚାହାନ୍ତି ନାହିଁ। ନାଟକୀୟ ପରିସ୍ଥିତିରେ ତାଙ୍କ ଘରକୁ ଆଣନ୍ତି ସୁମନ୍ ନାମ୍ନୀ ଏକ ରୋବର୍ଟ (ନିଭି)। ଏହାପରେ ସୁମନଙ୍କ ପ୍ରେମରେ ପଡ଼ିଯାଆନ୍ତି ସେ। ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ପ୍ରଯୋଜିତ ‘ତ୍ରିକନ୍ୟା’ ମାର୍ଚ୍ଚ ୮ ତାରିଖରେ ପରଦାକୁ ଆସିବ। ଅନୁରାଗ ପଟ୍ଟନାୟକ ଏହାର ସଂଗୀତକାର।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button