ଜ୍ଞାନବାପି ପରିସରରେ ପୂଜା ଜାରି ରହିବ, ମୁସଲିମ ପକ୍ଷର ଆବେଦନ ଖାରଜ – Kalinga News

[ad_1]
ବାରଣାସୀ : ଜ୍ଞାନବାପି ମସଜିଦ ପରିସରରେ ପୂଜା ଜାରି ରହିବ। ମସଜିଦ ପରିସରରେ ପୂଜା ବନ୍ଦ ହେବନି। ଆଜି ଆହ୍ଲାବାଦ ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦର ବେସମେଣ୍ଟର ଦକ୍ଷିଣ କୋଠରି ଭିତରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ପୂଜା କରିବାକୁ କୋର୍ଟ ଦେଇଥିବା ଅନୁମତି ବିରୋଧରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କମିଟିର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହ ହିନ୍ଦୁପକ୍ଷ ଜ୍ଞାନବାପି ପରିସରରେ ପୂଜା କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଆଡ୍ଭୋକେଟ ଜେନେରାଲଙ୍କୁ ଜ୍ଞାନବାପି ମସଜିଦ ପରିସର ଭିତରେ ଓ ବାହାରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୬ରେ ହେବ। ଉଲ୍ଲେଖଯୋଗ୍ୟ ଯେ ଜ୍ଞାନବାପି ମସଜିଦର ଦକ୍ଷିଣ କୋଠରିରେ ପୂଜା କରିବାକୁ ଅନୁମତି ଦେଇଥିବା ଜିଲ୍ଲା ଜଜଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମସଜିଦ୍ କମିଟି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ମସଜିଦ କମିଟିକୁ ଏହା ବଦଳରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କୁହାଯାଇଥିଲା।
[ad_2]




