ଦକ୍ଷିଣ ଭାରତ ପାଇଁ ନୂଆ ଦେଶ ଦାବି – Kalinga News

[ad_1]
ବେଙ୍ଗାଲୁରୁ: କର୍ଣ୍ଣାଟକ କେନ୍ଦ୍ରରୁ ପର୍ଯ୍ୟାପ୍ତ ପାଣ୍ଠି ପାଉନାହିଁ ବୋଲି ଅଭିଯୋଗ କରି କଂଗ୍ରେସର ଲୋକସଭା ସାଂସଦ ଡିକେ ସୁରେଶ ଦକ୍ଷିଣ ଭାରତ ପାଇଁ ଏକ ସ୍ୱତନ୍ତ୍ର ଦେଶ ଦାବି କରିବା ପରେ ବିବାଦ ସୃଷ୍ଟି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ରଖି ଡିକେ ସୁରେଶ କହିଛନ୍ତି ଯେ ବଜେଟ୍ରେ ଦକ୍ଷିଣ ଭାରତ ପ୍ରତି ଅନ୍ୟାୟ କରାଯାଉଛି। ଦକ୍ଷିଣରେ ପହଞ୍ଚିବାକୁ ଥିବା ପାଣ୍ଠିକୁ ଉତ୍ତର ଭାରତକୁ ବଣ୍ଟନ କରାଯାଉଛି। ଦକ୍ଷିଣ ଭାରତ ଲାଗି ହିନ୍ଦୀ ଅଞ୍ଚଳ ଯେଉଁ ପରିସ୍ଥିତି ସୃଷ୍ଟି କରିଛି, ସେଥିପାଇଁ ଏକ ସ୍ୱତନ୍ତ୍ର ଦେଶ ମାଗିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ଡିକେ ସୁରେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି, କଂଗ୍ରେସ ଦଳର ‘ବିଭାଜନ ଓ ଶାସନ’ (ଡିଭାଇଡ୍ ଆଣ୍ଡ୍ ରୁଲ୍)ର ଇତିହାସ ଥିବା ବେଳେ ଏହାର ସାଂସଦ ଡିକେ ସୁରେଶ ଏବେ ପୁଣି ଥରେ ଏହି କୌଶଳ ନେଇ ଖେଳୁଛନ୍ତି। ସୂର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଅମଳରେ କର୍ଣ୍ଣାଟକକୁ ଟିକସ ବଣ୍ଟନ କିପରି ବୃଦ୍ଧି ପାଇଛି ତାହାର ତଥ୍ୟ ପ୍ରଦାନ କରିଥିଲେ। ଗୋଟିଏ ପଟେ ସେମାନଙ୍କ ନେତା ରାହୁଲ ଗାନ୍ଧି ନିଜ ଯୋଡ଼ୋ ଯାତ୍ରାରେ ଦେଶକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ବେଳେ ଏପଟେ ଆମର ଜଣେ ସାଂସଦ ଦେଶକୁ ଭାଙ୍ଗିବାକୁ ଚାହୁଛନ୍ତି। ‘କନ୍ନଡିଗାମାନେ କେବେ ବି ଏପରି ହେବାକୁ ଦେବେ ନାହିଁ। ଲୋକସଭା ନିର୍ବାଚନରେ ଆମେ ସେମାନଙ୍କୁ ଉଚିତ ଜବାବ ଦେବୁ ଏବଂ କଂଗ୍ରେସମୁକ୍ତ ଭାରତର ସୁଫଳ ପାଇବୁ’ ବୋଲି ସେ କହିଛନ୍ତି।
କର୍ଣ୍ଣାଟକ ବିଜେପିର ଆଉ ଜଣେ ନେତା ଆର୍ ଅଶୋକ କହିଛନ୍ତି, ରାହୁଲ ଗାନ୍ଧି ‘ଭାରତ ଯୋଡୋ ଯାତ୍ରା’ କରୁଥିବା ବେଳେ କର୍ଣ୍ଣାଟକ କଂଗ୍ରେସ ସାଂସଦ ‘ଭାରତ ତୋଡ଼ୋ’ ବିଷୟରେ କହୁଛନ୍ତି। ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବ ରକ୍ଷା ପାଇଁ ଶପଥ ନେଇଥିବା ଜଣେ ସାଂସଦ ଏଭଳି କହିବା କଂଗ୍ରେସ ଦଳର ବିଭାଜନକାରୀ ମାନସିକତାକୁ ଦର୍ଶାଉଛି। କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ ଡିକେ ସୁରେଶ, ଯିଏ କି ତାଙ୍କ ଭାଇ ଅଖଣ୍ଡ ଭାରତ ସପକ୍ଷରେ ଅଛନ୍ତି। ସେ କେବଳ ଲୋକଙ୍କ ମତ ପ୍ରକାଶ କରିଛନ୍ତି। ଲୋକମାନେ ଏପରି ଚିନ୍ତା କରୁଛନ୍ତି କାରଣ ସେମାନଙ୍କୁ ଅବହେଳା କରାଯାଉଛି।
[ad_2]