ଆଜି କେରଳ ବ୍ଲାଷ୍ଟର୍ସ-ଓଡ଼ିଶା ଏଫ୍ସି – Kalinga News

[ad_1]
ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରତି ଚାଲିଛି। ଓଡ଼ିଶା ଏଫ୍ସି ଶୁକ୍ରବାର ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍ରେ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଖେଳି ଏହି ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। ଗତ ଲଢ଼େଇରେ କେରଳ ବ୍ଲାଷ୍ଟର୍ସଠୁ ତା’ ଘରୋଇ ପଡ଼ିଆରେ ଓଡ଼ିଶା ହାରି ଯାଇଥିଲା। କଳିଙ୍ଗରେ ଓଡ଼ିଶା ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ସଂପ୍ରତି ଓଡ଼ିଶା ଏଫ୍ସି ୧୨ ମ୍ୟାଚ୍ ଖେଳି ୭ ବିଜୟ, ୩ ଅମୀମାଂସିତ ଓ ୨ ପରାଜୟରୁ ୨୪ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେରଳ ବ୍ଲାଷ୍ଟର୍ସ ସମାନ ମ୍ୟାଚ୍ ଖେଳି ୮ ବିଜୟ, ୨ ଅମୀମାଂସିତ ଓ ୨ ପରାଜୟରୁ ୨୬ ପଏଣ୍ଟ୍ ପାଇ ଟେବୁଲର ଶୀର୍ଷରେ ରହିଛି। ତେଣୁ ଏହି ଦଳ ଶୁକ୍ରବାର ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚାହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ଦଳ ମୋଟ ୨୨ ମ୍ୟାଚ୍ ଖେଳିଥିଲା ବେଳେ ଓଡ଼ିଶା ୮ ବିଜୟ ପାଇ ଆଗରେ ରହିଛି। କେରଳ ବ୍ଲାଷ୍ଟର୍ସ ୭ ବିଜୟ ପାଇଥିଲା ବେଳେ ଅନ୍ୟ ୭ଟି ଅମୀମାଂସିତ ରହିଛି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରୋ କହିଛନ୍ତି ‘‘ପ୍ରଥମ ପର୍ଯ୍ୟାୟରେ ଆମର ଆହତ ସମସ୍ୟା ଆମକୁ ବାଧା ଦେଇଥିଲା। ଏବେ ଏହି ସମସ୍ୟା ନାହିଁ। ଶୁକ୍ରବାର ପୂରା ୩ ପଏଣ୍ଟ ହାସଲ କରିବାକୁ ବିଶ୍ବାସ ରହିଛି। କଳିଙ୍ଗ ସୁପର କପ୍ ଫାଇନାଲ୍ରେ ହାରି ପ୍ରଶଂସକ ସମ୍ମୁଖରେ ଟ୍ରଫି ଜିତିବା ସୁଯୋଗ ହାତଛଡ଼ା କରିବା ବହୁତ କଷ୍ଟ ଦେଇଥିଲା। କିନ୍ତୁ ଏହା ଫୁଟ୍ବଲ୍ର ଏକ ଅଂଶ। ଫାଇନାଲ୍ ପରେ ଆମ ଖେଳାଳିଙ୍କୁ ଦେଖି ଅଧିକ କିଛି ପଚାରି ପାରି ନଥିଲି। ଏସବୁକୁ ଭୁଲି ଆଗକୁ ଭଲ କରିବୁ। ପ୍ରଶଂସକଙ୍କ ସମର୍ଥନ ମଧ୍ୟ ଜାରି ରହିବ ବୋଲି ଆଶା ଅଛି’’।
[ad_2]




