ଖେଳ ଖବର

ସିଲି ପଏଣ୍ଟ୍‌: ଗମ୍ଭୀରଙ୍କ ଗଷ୍ଟାଡ୍ ମଜା – Kalinga News

[ad_1]

କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ବିଜେପି ସାଂସଦ ଗୌତମ ଗମ୍ଭୀର ପତ୍ନୀ ନତାଶା ଜୈନ ଏବଂ ଦୁଇ ଝିଅ ଆଜିନ ଓ ଆନଇଜା ସହ ସ୍ବିଜରଲାଣ୍ଡର ପ୍ରକୃତିକ ସୌନ୍ଦର୍ଯ୍ୟଭରା ଗଷ୍ଟାଡ୍‌ ସହରରେ ଛୁଟି କଟାଉଛନ୍ତି। ବରଫାବୃତ୍ତ ପାହାଡ଼ ତଳେ ଫଟୋ ଉଠାଇ ଏହାକୁ ଇନଷ୍ଟାଗ୍ରାମ୍‌ ଜରିଆରେ ପ୍ରଶଂସକଙ୍କ ପାଖକୁ ପଠାଇଛନ୍ତି। ଫଟୋଟି ତଳେ ଏକ ସୁନ୍ଦର ଓ ସରଳ ଲେଖା ଲେଖି ସେ କହିଛନ୍ତି ‘ତୁଷାର ଓ ଆମେ’। ଏହା ପୂର୍ବରୁ ଗମ୍ଭୀର ଓ ତାଙ୍କ ପରିବାର ତିନିବର୍ଷ ତଳେ ଅର୍ଥାତ୍ ୨୦୨୧ ମସିହାରେ ପ୍ରଥମ ଥର ଲାଗି ଗଷ୍ଟାଡ଼୍ ଯାଇ ସେଠାକାର ବିଶ୍ବପ୍ରସିଦ୍ଧ ରାଜପ୍ରାସାଦ ବୁଲି ଦେଖିଥିଲେ। ସେତେବେଳେ ସେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ପ୍ରକାଶ କରିଥିଲେ। ଯାହା ଖୁବକମ୍ ସମୟ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button