ଗିରଫ ହେବା ପୂର୍ବରୁ ବିଧାୟକଙ୍କୁ ଚମ୍ପାଇ ସୋରେନଙ୍କ ବିଷୟରେ ଲେଖିଥିଲେ ହେମନ୍ତ ସୋରେନ୍ – Kalinga News

[ad_1]
ରାଞ୍ଚି: ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ମହାଗଠବନ୍ଧନର ବିଧାୟକମାନଙ୍କୁ ଏକ ପତ୍ର ଲେଖିଥିଲେ। ସେଥିରେ ସେ ଚମ୍ପାଇ ସୋରେନଙ୍କୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ବିଧାନସଭା ଦଳର ନେତା ବୋଲି ଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୋରେନଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ ଦଳର ବିଶ୍ୱସ୍ତ ତଥା ରାଜ୍ୟ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରାଯାଇଛି।
ଏହାପୂର୍ବରୁ ସୋମାବାର ଦିନ ଇଡିର କର୍ମଚାରୀମାନେ ତାଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରିବା ନେଇ ବୁଧବାର ଏକ ଏଫଆଇଆର ଦାଖଲ କରିଥିଲେ ହେମନ୍ତ ସୋରେନ୍।
ବୁଧବାର ଦିନ ହେମନ୍ତ ସୋରେନ ସୋମବାର ଦିନ ତାଙ୍କ ଦିଲ୍ଲୀ ବାସଭବନରେ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଚ୍ଚକୁ ନେଇ ଇଡି କର୍ମଚାରୀଙ୍କ ଏଫଆଇଆର ଦାଖଲ କରିଥିଲେ। ଏଫ୍ଆଇଆର୍ରେ ସୋରେନ୍ ଅଭିଯୋଗ କରିଥିଲେ ଯେ ତାଙ୍କୁ ଏବଂ ତାଙ୍କ ପୂରା ସମ୍ପ୍ରଦାୟକୁ ହଇରାଣ କରିବା ଏବଂ ଅପମାନିତ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଏହି ଚଢ଼ାଉ କରିଛି।
ଉଲ୍ଲେଖଯୋଗ୍ୟ, ଗତକାଲି ସଂଧ୍ୟାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ପରିବହନ ମନ୍ତ୍ରୀ ତଥା ଜେଏମ୍ଏମ୍ର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ (ଇଡି) ଅଧିକାରୀମାନେ ଗିରଫ କରିଛନ୍ତି।
[ad_2]




