ବିରୋଧୀ ମେଣ୍ଟର ୬ ନବନିର୍ବାଚିତ ସାଂସଦଙ୍କୁ ବିପଦ: ଦୋଷୀସାବ୍ୟସ୍ତ ହେଲେ ହରାଇ ପାରନ୍ତି ସଦସ୍ୟତା – Kalinga News

[ad_1]
ଲକ୍ଷ୍ନୌ: ଇଣ୍ଡି ମେଣ୍ଟର ୬ ନବ ନିର୍ବାଚିତ ସାଂସଦ ଆପରାଧିକ ମାମଲା ସାମ୍ନା କରୁଛନ୍ତି। ଯଦି ସେମାନେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କୁ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ମିଳିପାରେ। ଏଥିପାଇଁ ସେମାନେ ସାଂସଦ ସଦସ୍ୟତା ପଦ ହରାଇ ପାରନ୍ତି। ଗାଜିପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ଅଫଜଲ ଅନସାରୀ ଗ୍ୟାଙ୍ଗଷ୍ଟର ଆଇନ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୪ ବର୍ଷ ଜେଲ୍ ଦଣ୍ଡାଦେଶ ପାଇ ସାରିଛନ୍ତି। ତେବେ ତାଙ୍କ ଦଣ୍ଡାଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ଗତ ମାସରେ ରୋକ୍ ଲଗାଇବା ଫଳରେ ସେ ନିର୍ବାଚନ ଲଢ଼ି ପାରିଥିଲେ। ଗ୍ରୀଷ୍ମ ଅବକାଶ ପରେ କୋର୍ଟ ପୁଣିଥରେ ଖୋଲିଲେ ଆସନ୍ତା ଜୁଲାଇରେ ଏହି ମାମଲାରେ ଶୁଣାଣି ହେବ। ଯଦି କୋର୍ଟ ଅନ୍ସାରୀଙ୍କୁ ଦୋଷୀସାବ୍ୟସ୍ତ କରନ୍ତି ତେବେ ସେ ତାଙ୍କ ଲୋକସଭା ସଦସ୍ୟତା ହରାଇବେ। ଆଜମଗଡ଼ ଆସନରୁ ଜିତିଥିବା ଧର୍ମେନ୍ଦ୍ର ଯାଦବଙ୍କ ବିରୋଧରେ ମଧ୍ୟ ୪ଟି ମାମଲା ରହିଛି। ଯଦି ସେ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ପାଆନ୍ତି ତେବେ ସେ ତାଙ୍କ ସଦସ୍ୟତା ହରାଇବେ। ସେହିପରି ବାବୁ ସିଂହ କୁଶୱାହାଙ୍କ ବିରୋଧରେ ୨୫ଟି ମାମଲା ରହିଛି। ଏହି ୨୫ଟି ମାମଲାରୁ ୮ଟି ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ମାୟାବତୀ ସରକାରରେ ସେ ଜଣେ ମନ୍ତ୍ରୀ ଥିଲେ। ସେ ସମୟରେ ଏନ୍ଆରଏମ୍ ଦୁର୍ନୀତି ସହ ଜଡ଼ିତ ଥିବା ନେଇ ତାଙ୍କ ବିରୋଧରେ ଅନେକ ମାମଲା ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଯଦି ସେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ସେ ତାଙ୍କ ସଦସ୍ୟତା ହରାଇ ପାରନ୍ତି। ସୁଲତାନପୁର ଲୋକସଭା ଆସନରୁ ବିଜେପିର ମେନକା ଗାନ୍ଧୀଙ୍କୁ ହରାଇଥିବା ରମ୍ଭୁଆଲ ନିଶାଦଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତାରେ। ତାଙ୍କ ବିରୋଧରେ ମଧ୍ୟ ୮ଟି ମାମଲା ରହିଛି। ସେହିପରି ଚନ୍ଦୌଲୀ ଲୋକସଭା ଆସନରେ ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ହରାଇଥିବା ବୀରେନ୍ଦ୍ର ସିଂହ ମଧ୍ୟ ଆପରାଧିକ ମାମଲା ସାମ୍ନା କରୁଛନ୍ତି। ଯଦି ସେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ସେ ମଧ୍ୟ ତାଙ୍କ ସାଂସଦ ପଦ ହରାଇପାରନ୍ତି। ଉତ୍ତରପ୍ରଦେଶର ସାହରନପୁର ଆସନରୁ ଜିତିଥିବା କଂଗ୍ରେସର ଇମ୍ରାନ ମସୁଦଙ୍କ ବିରୋଧରେ ୮ଟି ମାମଲା ରହିଛି। ତାଙ୍କ ବିରୋଧରେ ଇଡି ଦ୍ବାରା ମନି ଲଣ୍ଡରିଂ ମାମଲା ମଧ୍ୟ ରହିଛି। ତାଙ୍କ ବିରୋଧରେ ୨ଟି ମାମଲାରେ ଚାର୍ଜଫ୍ରେମ୍ ହୋଇଛି। ସେହିପରି ଅନ୍ୟ ଜଣେ ସାଂସଦ ତଥା ଆଜାଦ ସମାଜ ପାର୍ଟିର ଚନ୍ଦ୍ର ଶେଖର ଆଜାଦ ନଗୀନା ଆସନରୁ ଜିତିଛନ୍ତି। ତାଙ୍କ ବିରୋଧରେ ୩୦ରୁ ଅଧିକ ମାମଲା ରହିଛି। ଯଦି ସେ କୌଣସି ମାମଲାରେ ୨ରୁ ଅଧିକ ବର୍ଷ ଜେଲ୍ଦଣ୍ଡ ପାଆନ୍ତି ତେବେ ତାଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହୋଇପାରେ। ତେବେ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ ପୂର୍ବରୁ ଅନେକ ରାଜନେତା ଆପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ସେମାନଙ୍କ ସଦସ୍ୟତା ହରାଇଛନ୍ତି। ସେମାନଙ୍କ ମଧ୍ୟରେ କିଛି ପ୍ରମୁଖ ନେତା ହେଉଛନ୍ତି ସମାଜବାଦୀ ପାର୍ଟିର ଆଜମ ଖାନ୍ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମ। ବିଜେପିର ଖାବୁ ତିୱାରୀ, ବିକ୍ରମ ସାଇନି, ରାମ ଦୁଲାର ଗଣ୍ଡ, କୁଲଦୀପ ସେଙ୍ଗର ଏବଂ ଅଶୋକ ଚନ୍ଦେଲ।
[ad_2]