ରାଜନୀତି

ରାଜନଗର ନିର୍ବାଚନମଣ୍ଡଳୀ: ବିଜେପି ଟିକେଟକୁ ନେଇ ଟଣାଓଟରା ଥମୁନି – Kalinga News

[ad_1]

ରାଜନଗର/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ାର ରାଜନଗର ନିର୍ବାଚନମଣ୍ଡଳୀ ରାଜନୀତିରେ ଏବେ ବିଜେପି ଟ‌ିକେଟକୁ ନେଇ ଟଣାଓଟରା ଜାରି ରହିଛି। ବିଜେପି ସେଠାରୁ ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦଳ ଭିତରୁ ତାଙ୍କୁ ବିରୋଧ କରାଯାଉଛି। କିନ୍ତୁ ଏହି ବିରୋଧ ବିରୋଧୀ ଦଳର ‌ଷଡ଼ଯନ୍ତ୍ର। ସେମାନେ ଛାନିଆ ହୋଇ ଏଭଳି ବିରୋଧକୁ ଉସକାଉଛନ୍ତି ବୋଲି ଲଳିତ ବେହେରା କହିଛନ୍ତି। ରାଜନଗର ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେଡି ବର୍ତ୍ତମାନର ବିଧାୟକ ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କରିଛି କେନ୍ଦ୍ରାପଡା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀଙ୍କୁ ଓ ବିଜେପି ଯୁବନେତା ଲଳିତ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ, ଲଳିତଙ୍କୁ ପ୍ରାର୍ଥୀ ଘୋଷଣା ପରେ ରାଜନଗରରୁ ଅନ୍ୟ ବିଜେପି ଟିକେଟ ଆଶାୟୀ ଓ ସେମାନଙ୍କ ସମର୍ଥକ ସେମାନଙ୍କୁ ବିରୋଧ କରି ଆସୁଛନ୍ତି। ଏଭଳି ଘଟଣା ଯୋଗୁ ବିଜେପିର ବିଧିବଦ୍ଧ ପ୍ରଚାର ଅଭିଯାନ ରାଜନଗରରେ ଆରମ୍ଭ ହୋଇ ପାରି ନଥିବା କୁହାଯାଉଛି। ଏକ ସୂଚନା ଅନୁସାରେ, ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଆସିଥିବା ବେଳେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ତାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା।

ଅନ୍ୟପଟେ ଦଳୀୟ ନେତୃତ୍ବ ଓ ପ୍ରାର୍ଥୀ ଲଳିତ ବେହେରା ଅସନ୍ତୁଷ୍ଟ ବିଜେପି କର୍ମୀଙ୍କୁ ମନାଇବା ପକ୍ରିୟା ଜାରି ରଖିଛନ୍ତି। ଏ ସଂପର୍କରେ ଲଳିତ କହିଛନ୍ତି ଯେ ସେ ତାଙ୍କର ଜନ ସଂପର୍କ ଅଭିଯାନ ଓ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଜେପି କୌଣସି ବ୍ୟକ୍ତିଙ୍କ ଦଳ ନୁହେଁ। ଦଳର ଆଭ୍ୟନ୍ତରୀୟ ସର୍ଭେ ଅନୁଯାୟୀ ତାଙ୍କୁ ଟିକେଟ ମିଳିଛି। ତାଙ୍କ ଟିକେଟ କଟିବା ଆଲୋଚନା ସଂପୂର୍ଣ୍ଣ ଅମୂଳକ ବୋଲି ଲଳିତ କହିଛନ୍ତି। ଆଜି ପଟ୍ଟାମୁଣ୍ଡାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲଳିତ କହିଛନ୍ତି ଯେ ଶାସକ ଦଳ ଛାନିଆ ହୋଇ ଟିକେଟ ପାଇ ନଥିବା ନେତା ମାନଙ୍କ ଜରିଆରେ ଟିକେଟ ପରିବର୍ତ୍ତନ ପାଇଁ ଷଡଯନ୍ତ୍ର ରଚୁଛି। ଏହାର କୌଣସି ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକାର ପ୍ରଧାନ, ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀଧର ପ୍ରଧାନ, ରାଜନଗର ମଣ୍ଡକ ପ୍ରାକ୍ତନ ସଭାପତି ଧୀରେନ ବିଶ୍ୱାଳ, ବରିଷ୍ଠ ନେତା ରବୀନ୍ଦ୍ର ବିଶ୍ୱାଳ, ଯୁବନେତା ଦେବାଶିଷ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଲଳିତଙ୍କୁ ଟିକେଟ ଘୋଷଣା ନିଷ୍ପତ୍ତିକୁ ଅନ୍ୟତମ ଆଶାୟୀ ଯୁବନେତା ଅଜୟ କୁମାର ବେହେରା ଓ ପୂର୍ବତନ ବିଧାୟକ ଅଲେଖ ଜେନାଙ୍କ ସମର୍ଥକମାନେ ବିରୋଧ କରି ଆସୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button