ରାଜନୀତି

‘ଇଣ୍ଡିଆ ମେଣ୍ଟ-ଓଡ଼ିଶା’ର ପ୍ରଥମ ପର୍ଯ୍ୟାୟ ବୈଠକ: ୨ ସଂସଦ, ୧୭ ବିଧାନସଭା ଆସନ ପାଇଁ ଦାବି ରଖିଲା ସିପିଆଇ – Kalinga News

[ad_1]

ଭୁବନେଶ୍ବର: ଜାତୀୟସ୍ତରରେ ‘ଇଣ୍ଡିଆ’ ଢାଞ୍ଚାରେ ଓଡ଼ିଶାରେ ଗଠନ ହୋଇଥିବା ‘ଇଣ୍ଡିଆ ମେଣ୍ଟ-ଓଡ଼ିଶା’ର ଆସନ ବୁଝାମଣା ନେଇ ପ୍ରଥମ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଛି। ଆଜି ସିପିଆଇ ଓ କଂଗ୍ରେସର ନେତୃମଣ୍ଡଳୀ ଆଲୋଚନା କରିଛନ୍ତି। ରାଜ୍ୟରେ ୨ଟି ସଂସଦୀୟ ଓ ୧୭ଟି ବିଧାନସଭା ଆସନ ପାଇଁ ସିପିଆଇ ଦାବି ରଖିଥିବା ଜଣାପଡ଼ିଛି। ଆସନ ବୁଝାମଣାକୁ ନେଇ ବିଭିନ୍ନ ରାଜ୍ୟରେ ‘ଇଣ୍ଡିଆ’ ମେଣ୍ଟର ଦଳମାନଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳୁଛି। ତେବେ, ଓଡ଼ିଶାରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କଂଗ୍ରେସ ସମେତ ସହଯୋଗୀ ଦଳମାନେ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାରେ ଏହି ମେଣ୍ଟର ଆସନ ବୁଝାମଣା ରାଜ୍ୟର ସ୍ବତନ୍ତ୍ର ପରିସ୍ଥିତିକୁ ବିଚାରକୁ ଗୁରୁତ୍ବ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ସିପିଆଇ ନେତା ଅଭୟ ସାହୁଙ୍କ ଆଲୋଚନା ହୋଇଥିଲା। ଏଥିରେ ସିପିଆଇ ପକ୍ଷରୁ ଜଗତସିଂହପୁର ଓ ଆସ୍କା ସଂସଦୀୟ କ୍ଷେତ୍ର ଓ ଜଗତସିଂହପୁର, ଗଞ୍ଜାମ, ବାଲେଶ୍ବର, ଯାଜପୁର, କଳାହାଣ୍ଡି ଆଦି ଜିଲ୍ଲାରେ ୧୭ ଆସନ ପାଇଁ ଦାବି ରଖାଯାଇଛି। ମାତ୍ର ଏହି ଦାବି ଉପରେ କଂଗ୍ରେସ ହଠାତ୍ କୌଣସି ନିଷ୍ପତ୍ତି ନେଇନାହିଁ। ଆଗକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ଆସନ ବୁଝାମଣା ସଂପର୍କରେ ଘୋଷଣା ହେବ।

ସିପିଆଇର ରାଜ୍ୟ ସଂପାଦକ ଅଭୟ ସାହୁ କହିଛନ୍ତି, ଦେଶରେ କଂଗ୍ରେସ ଏକ ପ୍ରମୁଖ ରାଜନୈତିକ ଦଳ। ତେଣୁ ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ ଓ ସାଂପ୍ରଦାୟିକତା ଶକ୍ତିର ମୁକାବିଲା କରିବାକୁ ହେଲେ କଂଗ୍ରେସକୁ ଅଧିକ ତ୍ୟାଗ କରିବାକୁ ପଡ଼ିବ। ରାଜ୍ୟରେ ବିଜେପି-ବିଜେଡିର ଭିତିରିଆ ସଂପର୍କ ଧରା ପଡ଼ିଗଲାଣି। ଆସନ୍ତା ନିର୍ବାଚନରେ ଜାତୀୟସ୍ତରୀୟ ପ୍ରସଙ୍ଗ ସହ ଓଡ଼ିଶାର ପ୍ରସଙ୍ଗ ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଛି। ଆଉ କିଛିଦିନ ଭିତରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ ଆସନ ବୁଝାମଣା ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷରେ ଆସନ୍ତା କିଛିଦିନ ଭିତରେ ଅନ୍ୟ ସହଯୋଗୀ ଦଳମାନଙ୍କ ସହ କଂଗ୍ରେସର ଆଲୋଚନା ହେବ। ଫେବ୍ରୁଆରି ୫ ତାରିଖ ବେଳକୁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହେବ ବୋଲି ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button