ସାଲିଆସାହିରେ ପୋଷ୍ଟର ମାରିଲା ବିଜେଡି – Kalinga News

[ad_1]
ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସଲିଆସାହିରେ ବିଜେଡି ଆଜି ପୁଣିଥରେ ଶକ୍ତି ପ୍ରଦର୍ଶନ କରିଛି। ବିଏମ୍ସି ଅନ୍ତର୍ଗତ ୧୬ ଓ ୨୬ ନମ୍ବର ୱାର୍ଡରେ ପଦଯାତ୍ରା କରି ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ସମ୍ପର୍କରେ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇଥିଲେ। ଏଥିସହ ଘରକୁ ଘର ବୁଲି କାନ୍ଥରେ ଶଙ୍ଖ ଚିହ୍ନ ଥିବା ପୋଷ୍ଟ ଲଗାଇଥିଲେ। ସେମାନେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ରାଜ୍ୟର ପ୍ରତି ବର୍ଗର ଲୋକେ ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ଉପକୃତ ହୋଇପାରିଛନ୍ତି। ମହିଳା ସଶକ୍ତୀକରଣ, ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା, ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା, କ୍ରୀଡ଼ାରେ ପ୍ରୋତ୍ସାହନ, କୃଷକ, ହସ୍ତଶିଳ୍ପ କାରିଗରଙ୍କୁ ସରକାରୀ ସହାୟତା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଲାଭ କରିଛି। ତାହାକୁ ବଜାୟ ରଖିବାକୁ ହେଲେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ସେମାନେ ଆହ୍ବାନ ଦେଇଥିଲେ। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, ବିଏମ୍ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ଜିଲ୍ଲା ପରିଷଦ ସଦସ୍ୟ ବବିତା ରାଉତ, କର୍ପୋରେଟର ଅଚ୍ୟୁତାନନ୍ଦ ସ୍ୱାଇଁ, ଭାରତୀ ସିଂ, ମିହିର କୁମାର ରାଉତ, ମୋନାଲିସା ବେହେରା, ସରପଞ୍ଚ ହେମନ୍ତ ପରିଡ଼ା, ଖୋଲଣା ମାଝୀ, ସମିତି ସଭ୍ୟ ମମିତା ଦାସ ପ୍ରମୁଖ ସାମିଲ ହୋଇଥିଲେ।
[ad_2]