ରାଜନୀତି

୧୬ଲକ୍ଷରୁ ଉର୍ଦ୍ଧ୍ୱ ଭୂତ ହିତାଧିକାରୀ ଚିହ୍ନଟ ;ବିଜେଡିକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ

ରାସନ କେଳେଙ୍କାରୀରେ କିଏ ସଂପୃକ୍ତ। କିଏ ଖାଉଛି ଗରିବଙ୍କ ଚାଉଳ। ଲକ୍ଷ ଲକ୍ଷ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରି କେବେସୁଦ୍ଧା ଯୋଗ୍ୟଙ୍କୁ ସାମିଲ୍ କରିବ। ବାୟୋମେଟ୍ରିକ ବ୍ୟବସ୍ଥା ବି କାମ କରୁନି। ଦଳମତ ନିର୍ବିଶେଷରେ ରାସନ ଦୁର୍ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା। ଯୋଗାଣ ମନ୍ତ୍ରୀ କହିଛନ୍ତି, ଇ-କେଓ୍ୱାସି ପ୍ରକ୍ରିୟାରେ ସବୁ କିଛି ବ୍ୟବସ୍ଥିତ ହେବ। ୧୬ଲକ୍ଷରୁ ଉର୍ଦ୍ଧ୍ୱ ଭୂତ ହିତାଧିକାରୀ ଚିହ୍ନଟ ହେଲେଣି। ପୂର୍ବତନ ସରକାରର ଭୁଲ ଲାଗି ଏଭଳି କେଳେଙ୍କାରୀ ହୋଇଥିବା କହିଛନ୍ତି ମନ୍ତ୍ରୀ। ଏଣିକି ଯେଉଁମାନେ ଚାଉଳ ନେବାକୁ ଅକ୍ଷମ, ସେମାନଙ୍କ ଗାଁରେ ଚାଉଳ ଗାଡ଼ି ପହଞ୍ଚାଇବ ବିଭାଗ।

କିଏ ଖାଉଛି ଗରିବଙ୍କ ଚାଉଳ। ଗରିବଙ୍କ ଜାଗାରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ କେମିତି ରାସନକାର୍ଡ ପାଇଲେ। ଯୋଗ୍ୟଙ୍କୁ ରାଜନୀତିକ ଆକ୍ରୋଶ ରଖି ବାଦ୍ ଦେଇଥିଲେ ପୂର୍ବତନ ସରକାର। ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ ନେଇ ଥିବା ପୋର୍ଟାଲ ତ ଅନେକ ସମୟରେ ଖୋଲୁନି। ଅନେକ ହିତାଧିକାରୀଙ୍କ ହାତ, ଆଖି କାମ କରୁନଥିବାରୁ ବାୟୋମେଟ୍ରିକ ବ୍ୟବସ୍ଥା ବ୍ୟବସ୍ଥିତ ହେଲା ବୋଲି କେମିତି କୁହାଯିବ। ହିତାଧିକାରୀଙ୍କ ଭିତରେ ଭାଳେଣି ପଡ଼ିଗଲାଣି। ଯୋଗାଣ ସହାୟକଙ୍କ ପାଖରେ କେମିତି ପୋର୍ଟାଲର ଆଇଡି ଓ ପାସଓ୍ୱାର୍ଡ ରହୁଛି। ପାହାଡ଼ିଆ ଦୁର୍ଗମ ଅଞ୍ଚଳର ଲୋକେ ମାଗଣା ରାସନ ପାଉଛନ୍ତି ସତ। କିନ୍ତୁ ମାଗଣା ଚାଉଳରୁ ବଳି ପଡ଼ୁଛି ଯାତାୟତ ଖର୍ଚ୍ଚ। ସେଥିଲାଗି ପ୍ରତି ଗାଁରେ ଚାଉଳ ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ ସରକାର। ଏମିତି ଢଙ୍ଗରେ ଦଳମତ ନିର୍ବିଶେଷରେ ରାସନ କେଳେଙ୍କାରୀ ଓ ଭୂତ ହିତାଧିକାରୀଙ୍କୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ୫୦ ଲକ୍ଷ ଭୂତ ହିତାଧିକାରୀ ବାହାରିବେ ବୋଲି ମନ୍ତ୍ରୀ ଯେଉଁ କଥା କହିଥିଲେ ।

କେବଳ ଏତିକି ନୁହେଁ। ନବୀନ ସରକାର ଅମଳରେ ଦଳୀୟ ଭିତ୍ତିରେ କର୍ମୀ ଓ ଧନୀଙ୍କୁ ରାସନକାର୍ଡ ମନଇଛା ବାଣ୍ଟିଦିଆଯାଇଥିଲା। ସେ ସବୁକୁ ଧରପଗଡ଼ ଜରୁରୀ। ଆଉ କିଛି କହିଥିଲେ, ହିତାଧିକାରୀଙ୍କ ଭିତରେ ଭାଳେଣି ପଡ଼ିଛି କାଳେ କାର୍ଡ କାଟିଦେବେ। ଆଉ କିଏ କହିଥିଲେ, ବଡ଼ ପରିବାର ଭାଗ ଭାଗ ହେବା ପରେ ରାସନ କାର୍ଡ କାହା ପାଖରେ ରହିବ, ତାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସେଥିଲାଗି ପୁଅ ବାହାଘର ପରେ ଅଲଗା ପରିବାର ଭାବେ ଅଭିହିତ କରି ରାସନକାର୍ଡ ଦିଅନ୍ତୁ ସରକାର। ବାଇଟ- ଟଙ୍କଧର ତ୍ରିପାଠୀ, ବିଜେପି ବିଧାୟକ

ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଇ-କେଓ୍ୱାସି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆଧାର ସଂଯୋଗୀକରଣ ସହ ବାୟୋମେଟ୍ରିକ ସ୍କାନିଂ ହେବ। ମୃତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ। ୬ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଛନ୍ତି। ୧୬ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ସରିଲାଣି। କୌଣସି ଗରିବ କି ଯୋଗ୍ୟ କଟିବାର ପ୍ରଶ୍ନ ଉଠୁନି। ଯେଉଁ ଡିଲର ଅଛନ୍ତି, ସେ ସବୁ ପୁରୁଣା। ଯିଏ ସବୁ ଖାଇକି ଖୋଳ କରିଦେଲେ। ପୂର୍ବତନ ସରକାରଙ୍କ ନିର୍ବାଚନୀ ପାଣ୍ଠି ଯୋଗାଡ଼ ଓ ନିର୍ବାଚନରେ ଟଙ୍କା ବାଣ୍ଟୁଥିଲେ। ଏଣିକି ବ୍ଲକ କି ପଞ୍ଚାୟତକୁ ଆସି ଚାଉଳ ନେବାକୁ ଅକ୍ଷମତା ପ୍ରକାଶ କରୁଥିବା ଲୋକଙ୍କ ଗାଁରେ ଚାଉଳ ଗାଡ଼ି ପହଞ୍ଚିବ। ବିଭାଜିତ ପରିବାରକୁ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯିବ। ବାଚସ୍ପତି ବି ରାସନ ଦୁର୍ନୀତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button