ଖେଳ ଖବର

ନେଦରଲାଣ୍ଡ୍‌ସକୁ ସୁଟ୍‌ ଆଉଟ୍ କଲା ଭାରତ: ଗୁରଜାଣ୍ଟ୍‌ ଓ ହର୍ମନପ୍ରୀତଙ୍କ ମାଇଲଖୁଣ୍ଟ – Kalinga News

[ad_1]

ଭୁବନେଶ୍ବର: ଚଳିତ ଏଫଆଇଏଚ୍‌ ପୁରୁଷ ହକି ପ୍ରୋ-ଲିଗ୍‌‌ରେ ରବିବାର ଭାରତ ଓ ନେଦରଲାଣ୍ଡ୍‌ସ ମୁକାବିଲା ରୋମାଞ୍ଚକ ଭାବେ ଶେଷ ‌ହୋଇଛି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହୋଇଥିଲେ ମଧ୍ୟ ଭାରତ ସୁଟ୍‌ ଆଉଟ୍‌ (୪-୨)ରେ ବିଜୟୀ ହୋଇ ବୋନସ୍‌ ପଏଣ୍ଟ୍‌ ପାଇଛି। ଏଥିସହ ହର୍ମନପ୍ରୀତ୍ ସିଂହଙ୍କ ଦଳ ଲଗାତାର ବିଜୟ ହାସଲ କରିଛି। ସୁଟ୍‌ ଆଉଟ୍‌ ବେଳେ ଭାରତ ପାଇଁ ହର୍ମନପ୍ରୀତ୍ ସିଂହ, ସୁଖଜିତ ସିଂହ, ଲଳିତ ଉପାଧ୍ୟାୟ, ସାମସେର୍ ସିଂହ ଗୋଲ୍ ଦେଇଥିଲେ। ପ୍ରତିପକ୍ଷର ଦୁଇଟି ପ୍ରୟାସକୁ ଭାରତୀୟ ଗୋଲି ପିଆର୍ ଶ୍ରୀଜେଶ ପଣ୍ଡ କରିଦେବା ଘରୋଇ ଦଳକୁ ବିଜୟୀ ମଣ୍ଡିତ କରିଛି।

ପ୍ରଥମ କ୍ବାର୍ଟର ଦ୍ବାଦଶ ମିନିଟ୍‌ରେ ଭାରତ ଳଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର୍‌ ଅର୍ଜନ କରିଥିଲେ ଗୋଲ୍ ପାଇନଥିଲା। ପର ହାର୍ଦିକ ସିଂହ ବ୍ୟାକ୍‌ ପାସ୍‌ରୁ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ନେଦରଲାଣ୍ଡ୍‌ସ ନିଜ ଲୟକୁ ଫେରି ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହି ୧୫ ମିନିଟ୍‌ ଖେଳରେ ଅର୍ଜନ କରିଥିବା ୨ଟି ପେନାଲ୍ଟି କର୍ଣ୍ଣରରୁ ଗୋଟିଏକୁ ୟାନସେନ୍ ଜିପ୍ (୩୦ ମିନିଟ) ଗୋଲ୍‌ରେ ପରିଣତ କରିବାରୁ ମୁକାବିଲା ୧-୧ ସ୍ତରକୁ ଚାଲି ଆସିଥିଲା। ପାର୍ଶ୍ବ ପରିବର୍ତ୍ତନ ସହ ତୃତୀୟ କ୍ବାର୍ଟର‌୍ରେ ମଧ୍ୟ ସମାନ କଥା ଘଟିଥିଲା। ଦୁଇଟି ପିସିରୁ ଗୋଟିଏକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ କୋଏନ ବାୟେନ (୩୯ ମିନିଟ୍‌)। ନେଦରଲାଣ୍ଡ୍‌ସ ପ୍ରଥମ ଥର ଅଗ୍ରଣୀ ନେଇଥିଲା। ଚତୁର୍ଥ କ୍ବାର୍ଟର୍‌ରେ ଭାରତୀୟ ଖେଳାଳି ଦମ ଲଗାଇ ଦେଇଥିଲେ। କିଛି ଫିଲ୍ଡ ଗୋଲ୍ ଓ ଲଗାତାର ପେନାଲ୍ଟି କର୍ଣ୍ଣର୍‌ ପାଇଥିଲେ ମଧ୍ୟ ସବୁ ନିଷ୍ଫଳ ଯାଇଥିଲା। ଭାଗ୍ୟ କିନ୍ତୁ ଭିନ୍ନ ଥିଲା। ଭିଡିଓ ରେ‌‌‌ଫେରାଲ୍‌ରେ ଭାରତ ଅର୍ଜନ କରିଥିଲା ସପ୍ତମ ପେନାଲ୍ଟି କର୍ଣ୍ଣର। ଏହାକୁ ଗୋଲ୍‌ରେ ପରିଣତ କରି ହର୍ମନପ୍ରୀତ୍ ସିଂହ (୫୮ ମିନିଟ) ମ୍ୟାଚ୍‌କୁ ୨-୨ ସ୍ତରକୁ ନେଇ ଆସିଥିଲେ। ଶେଷକୁ ଶେଷ ୩ ମିନିଟ୍‌ର ଖେଳରେ ଭାରତ ବିଶ୍ବର ଏକ ନମ୍ବର ଦଳକୁ ହରାଇବାରେ ସକ୍ଷମ ହୋଇଛି। ରବିବାରର ପ୍ରଥମ ମ୍ୟାଚ୍‌ରେ ୨୦୧୯ ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଛି।

ଗୁରଜାଣ୍ଟ୍‌ ଓ ହର୍ମନପ୍ରୀତଙ୍କ ମାଇଲଖୁଣ୍ଟ
କଳିଙ୍ଗ ଷ୍ଟାଡିୟମ୍‌ରେ ନିଜ ନିଜ ମାଇଲଖୁଣ୍ଟ ମ୍ୟାଚ୍‌ ଖେଳିଛନ୍ତି ଭାରତୀୟ ହକି ଦଳର ଦୁଇ ଅଭିଜ୍ଞ ସିଂହ ଗୁରଜାଣ୍ଟ ଓ ହର୍ମନପ୍ରୀତ୍। ୨୯ ବର୍ଷୀୟ ଫରୱାର୍ଡ ଗୁରଜାଣ୍ଟ୍‌ ନିଜ ୧୦୦ତମ ମ୍ୟାଚ୍‌ ଓ ୨୮ ବ‌ର୍ଷୀୟ ଡିଫେଣ୍ଡର୍ ତଥା ଅଧିନାୟକ ହର୍ମନପ୍ରୀତ୍ ସିଂହ ୨୦୦ତମ ମ୍ୟାଚ୍‌ ଖେଳିଥିଲେ। ସଂଯୋଗବଶତଃ ଉଭୟ ଖେଳାଳି ଅମୃତସର ଅଧିବାସୀ ଏବଂ ଉଭୟ ମଧ୍ୟ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button