ଖେଳ ଖବର

୩ୟ ଟେଷ୍ଟ: ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ସମାଜ ଡିଜିଟାଲ​ ଡେସ୍କ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟାହ୍ନ ସୁଦ୍ଧା ଦଳ ୩ ଉଇକେଟ ବିନିମୟରେ ୧୧୨ ରନ ସଂଗ୍ରହ କରିଛି। ଓ୍ବିଲ ୟୋଙ୍ଗ ୫୪ ରନ୍‌ ଏବଂ ଡାରିଲ ମିଚେଲ ୧୨ ରନ୍‌ କରି ଅପରାଜିତ ରହିଛନ୍ତି।

ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳର ସ୍କୋର ୧୫ ରନ ହୋଇଥିବାବେଳେ ପ୍ରଥମ ଉଇକେଟର ପତନ ଘଟିଥିଲା। ଏହା ପରେ ୫୯ ରନରେ ୨ୟ ଏବଂ ୭୨ ରନରେ ଦଳ ୩ୟ ଉଇକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଓ୍ବିଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଦଳର ସ୍ଥିତି ସମ୍ଭାଳିଛନ୍ତି। ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ୨ଟି ଏବଂ ଆକାଶ ଦୀପ ୧ଟି ଉଇକେଟ ଅକ୍ତିଆର କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button