ରାଜନୀତି

ମହାରାଷ୍ଟ୍ରରେ ବି ଆସନ ବୁଝାମଣାରେ ସମସ୍ୟା: ଉଦ୍ଧବ ଠାକରେ ସେନା ୨୩ ଆସନରେ ଲଢ଼ିବା ନିଷ୍ପତ୍ତିରେ ଅଟଳ – Kalinga News

[ad_1]

ନାସିକ: ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଜିଦ୍ ଯୋଗୁ ପଶ୍ଚିମବଙ୍ଗ, ଦିଲ୍ଲୀ ଓ ପଞ୍ଜାବରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ସମ୍ଭବ ହୋଇପାରୁ ନ ଥିବା ବେଳେ ମହାରାଷ୍ଟ୍ରରେ ବି ପରିସ୍ଥିତି କିଛି ଭିନ୍ନ ନୁହେଁ। ଶିବସେନା ନେତା ସଞ୍ଜୟ ରାଉତ ବୁଧବାର ଦୋହରାଇଛନ୍ତି ଯେ ତାଙ୍କ ଦଳ ୪୮ଟି ଲୋକସଭା ଆସନ ମଧ୍ୟରୁ ୨୩ଟିରେ ପ୍ରାର୍ଥୀ ଦେବା ନିଶ୍ଚିତ। ଏହାଦ୍ୱାରା ମହାବିକାଶ ଅଘାଡି (ଏମ୍‌ଭିଏ)ର ଅନ୍ୟ ସହଯୋଗୀ କଂଗ୍ରେସ ଓ ଏନ୍‌ସିପି (ଶରଦ ପାୱାର)ଙ୍କୁ ମାତ୍ର ୨୫ଟି ଆସନ ମିଳିବ।

ନାସିକରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାଉତ କହିଛନ୍ତି ଯେ ୨୩ଟି ଆସନରେ ଲଢ଼ିବା ପାଇଁ ଦଳର ଜିଦ୍ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ତା’ର ଶକ୍ତି ଏବଂ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଉପରେ ଆଧାରିତ। ଗୁରୁବାର ମୁମ୍ବାଇରେ ଏମ୍‌ଭିଏ ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଆଲୋଚନା ହେବ ବୋଲି ରାଉତ କହିଛନ୍ତି। ସେ କହିଛନ୍ତି ଯେ ଏମ୍‌ଭିଏରେ ବଞ୍ଚିତ ବହୁଜନ ଆଘାଡିକୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ ଏବଂ ଗୁରୁବାରର ବୈଠକକୁ ଭିବିଏ ସଭାପତି ପ୍ରକାଶ ଆମ୍ବେଦକରଙ୍କୁ ନିମନ୍ତ୍ରଣ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button