ରାଜନୀତି

ପାଟଣାରେ ଅଡ଼ୁଆ କରିବେ ହୃଷୀ – Kalinga News

[ad_1]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପାଟଣାରୁ ନିର୍ବାଚିତ ବିଧାୟକ ପ୍ରାୟତଃ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ହୋଇଥାନ୍ତି। ଏହି ନିର୍ବାଚନମଣ୍ଡଳୀ ବିଜେଡି କବ୍‌ଜାରେ ରହିଛି। କିନ୍ତୁ ଏଥର ବିଜେଡି ପାଇଁ ଅଡ଼ୁଆ ହୋଇପାରନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ହୃଷୀକେଶ ନାଏକ। ହୃଷୀଙ୍କୁ କେମିତି ମୁକାବିଲା କରାଯିବ ସେନେଇ ବିଜେଡି ମାନସମନ୍ଥନ ଆରମ୍ଭ କରିବା ସହ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ପାଟଣା ନିର୍ବାଚନମଣ୍ଡଳୀ‌ରୁ ପାଞ୍ଚଥର ବିଧାୟକ ହୋଇଥିବା ହୃଷୀକେଶ ନାଏକଙ୍କୁ ନେଇ ଏବେ ବିଜେଡି ଚିନ୍ତାରେ ଅଛି। ହୃଷୀକେଶ ପ୍ରଥମେ ଲୋକଦଳ, କଂଗ୍ରେସରୁ ଦୁଇଥର ଓ ବିଜେଡିରୁ ଦୁଇଥର ବିଧାୟକ ଭାବେ ବିଜୟୀ ହୋଇଥିଲେ। ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷଭାବେ ଅବସ୍ଥାପିତ କରାଯାଇଥିଲା। ୨୦୧୯ ନିର୍ବାଚନରେ ହୃଷୀକେଶଙ୍କୁ ଟିକଟ ଦେଇନଥିଲା ବିଜେଡି। ସେତେବେଳେ ପାଟଣା ବ୍ଲକ୍‌ର ଅଧ୍ୟ୍ୟକ୍ଷ ଥିବା ଜଗନ୍ନାଥ ନାଏକଙ୍କୁ ଦଳ ବିଧାୟକ ପ୍ରାର୍ଥୀ କରିଥିଲା। ସେ ବିଜୟୀ ହୋଇଥିଲେ। ଏହାପରେ ହୃଷୀକେଶଙ୍କୁ ଥଇଥାନ କରାଯିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଥିଲା। ମାତ୍ର ପ୍ରତିଶ୍ରୁତି ପୂରଣ ନ କରିବାରୁ କିଛିମାସ ତଳେ ସେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ।

ହୃଷୀକେଶ କଂଗ୍ରେସରେ ମିଶିବା ପରେ ବିଧାୟକ ପ୍ରାର୍ଥୀ ହେବାକୁ ଯୋଜନା କରୁଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ଯଦି ସେ ପ୍ରାର୍ଥୀ ହୁଅନ୍ତି, ତେବେ ବିଜେଡି ପାଇଁ କ୍ଷତିକାରକ ହେବ। ଗତ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭବାନୀ ନାୟକଙ୍କଠାରୁ ମାତ୍ର ୮ ହଜାର ଭୋଟରେ ବିଜୟୀ ହୋଇଥିଲେ। ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଅଖିଳ ନାଏକ ବିଜେଡିର ବିଜୟ ପାଇଁ ବାଟ କଢ଼ାଇଥିଲେ। ଏହାକୁ ବିଜେଡିର କଠିନ ବିଜୟ ବୋଲି କୁହାଯାଉଥିଲା। ବର୍ତ୍ତମାନ ହୃଷୀକେଶ କଂଗ୍ରେସରୁ ପ୍ରାର୍ଥୀ ହେଲେ ବିଜେଡି ପାଇଁ ସମସ୍ୟା ବଢ଼ିବ। ଏହାର ମୁକାବିଲା ପାଇଁ ବିଜେଡି ଏବେ ଦୁଇଟି ଦିଗରେ ମାନସମନ୍ଥନ ଆରମ୍ଭ କରିଛି। ପ୍ରଥମତଃ ହୃଷୀକେଶଙ୍କୁ କୌଣସିମତେ ପ୍ରାର୍ଥୀ କରାଇ ନ ଦେବାକୁ ଉଦ୍ୟମ କରାଯିବ। ଯଦି ଏଥିରେ ବିଜେଡି ସଫଳ ହୁଏ, ତେବେ ଏହା ଦଳପାଇଁ ଭଲ ହେବ। ଯଦି ସମ୍ଭବ ନହେଲା ତେବେ ବିଜେପିରେ ଅସନ୍ତୁଷ୍ଟ ନେତାଙ୍କୁ ବିଦ୍ରୋହୀ ପ୍ରାର୍ଥୀ କରାଇବା ପାଇଁ ଦଳ ପରୋକ୍ଷରେ ସହଯୋଗ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button