ଖେଳ ଖବର

କୋହଲି ୨୦୨୩ର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ – Kalinga News

[ad_1]

ଦୁବାଇ: ଭାରତୀୟ ଚେଜ୍‌ ମାଷ୍ଟର୍‌ ବିରାଟ କୋହଲି ପୁଣି ଥରେ ଆଇସିସିର ବର୍ଷର ଶ୍ରେଷ୍ଠ ଦିନିକିଆ ପୁରୁଷ କ୍ରିକେଟର୍‌ ପୁରସ୍କାର ପାଇବାକୁ ଯାଉଛନ୍ତି। ‌ଚତୁର୍ଥ ଥର ପାଇଁ କୋହଲି ଏହି ପୁରସ୍କାର ପାଇବାକୁ ଯାଉଥିଲା ବେଳେ ଗତବର୍ଷ ଦିନିକିଆ ବିଶ୍ବକପ୍‌ରେ ସେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇ ମୁଖ୍ୟାଂଶରେ ଥିଲେ। ଏହି ବର୍ଷରେ ସେ ୬ ଶତକ ଓ ୮ ଅର୍ଦ୍ଧଶତକ ସହାୟତାରେ ୧୩୭୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଶ୍ରୀଲଙ୍କାର ଚମାରି ଆଟାପାଟୁ ଶ୍ରେଷ୍ଠ ଦିନିକିଆ ମହିଳା କ୍ରିକେଟର୍‌ ପାଇଁ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର୍‌ ଏବଂ ଇଂଲଣ୍ଡ ଅଲରାଉଣ୍ଡର ନାଟ୍‌ ସ୍କିଭର ବ୍ରଣ୍ଟ ଶ୍ରେଷ୍ଠ ମହିଳା କ୍ରିକେଟର୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରାଭିସ୍‌ ହେଡ୍‌, ରବିଚନ୍ଦ୍ରନ ଅଶ୍ବିନ ଓ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ବ୍ୟାଟର ଉସ୍ମାନ ଖୱାଜା ଶ୍ରେଷ୍ଠ‌ ଟେଷ୍ଟ କ୍ରିକେଟର୍‌ ପୁରସ୍କାର ପାଇଁ ଚୟନ ହୋଇଛନ୍ତି। ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥଙ୍କୁ ମ୍ୟାଚ୍‌ ପରିଚାଳନା ପାଇଁ ଶ୍ରେଷ୍ଠ ଅମ୍ପାୟାର ଭାବେ ଡେଭିଡ୍‌ ସେଫର୍ଡ ଟ୍ରଫି ପ୍ରଦାନ କରାଯିବ। ଏହାଛଡ଼ା ଜିମ୍ବାୱେକୁ ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ପୁରସ୍କାର ଦିଆଯିବାକୁ ଆଇସିସି ଗୁରୁବାର ଘୋଷଣା କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button