ସିବିଆଇ ହାତରେ ଜିଏସ୍ଟି ଅଧିକାରୀ; ଠିକାଦାରଙ୍କଠାରୁ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ – Kalinga News

[ad_1]
ରାଉରକେଲା: ଜିଏସ୍ଟି ଅଧିକାରୀ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ରାଉରକେଲାସ୍ଥିତ କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟରେ ଆଜି ସିବିଆଇର ଚଢ଼ଉ ହୋଇଛି। ଜଣେ ଅଧିକାରୀ ଲାଞ୍ଚ ନେବାବେଳେ ମାଡି ବସିଲା ସିବିଆଇ ଟିମ୍। ଗିରଫ ଅଭିଯୁକ୍ତ ହେଉଛନ୍ତି ରାଉରକେଲା-୬ କଲୁଙ୍ଗା ଜିଏସଟି ରେଞ୍ଜ୍ର ସୁପରିଟେଣ୍ଡେଣ୍ଟ୍ ଅମରକାନ୍ତ କୁମାର ହିମାଂଶୁ। ସେ ଜଣେ ଠାକାଦାରଙ୍କ ଜିଏସ୍ଟି ହେର୍ଫେର୍ରେ ସହଯୋଗ କରିବାକୁ ୫୦ ହଜାର ଦାବି କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଠିକାଦାର ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ୨୦ ହଜାର ଟଙ୍କାରେ ଅଧିକାରୀ ଜଣକ ରାଜି ହୋଇଯାଇଥିଲେ। ଆଜି କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେବୋବେଳେ ସିବିଆଇ ଟିମ୍ ତାଙ୍କୁ କାବୁ କରିନେଇଥିଲେ। ଏହି ଚଢ଼ଉରେ ଉଭୟ ଭୁବନେଶ୍ବର ଓ ରାଉରକେଲା ସିବିଆଇ ଟିମ୍ ସାମିଲ ଅଛନ୍ତି। ଅଭିଯୁକ୍ତର କାର୍ଯ୍ୟାଳୟ, ଘର ଆଦି ବିଭିନ୍ନ ସ୍ଥାନରେ ଛାନ୍ଭିନ ଜାରି ରହିଛି। ତଦନ୍ତ ପରେ ଆହୁରି ଅନେକ ତଥ୍ୟ ଆସିବା ବୋଲି ଆଶା କରାଯାଉଛି।
[ad_2]