ଅପରାଧ

ଅଙ୍ଗନବାଡ଼ି ସହାୟିକାଙ୍କ ଅବହେଳା; ଶିଶୁମାନେ କାନ୍ଦୁଥିବା ବେଳେ ଗେଟରେ ତାଲା ପକାଇ ଚାଲିଗଲେ – Kalinga News

[ad_1]

 ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ ଅଙ୍ଗନବାଡ଼ି ଦିଦିଙ୍କ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କୁ ନେବା ପାଇଁ ଯେତେବେଳେ ଅଭିଭାବକମାନେ ଆସି ଅଙ୍ଗନବାଡ଼ିରେ ପହଞ୍ଚିଥିଲେ ସେଠାକର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସ୍ଥାନୀୟଲୋକଙ୍କ କହିବାନୁସାରେ, ସମେସି ମେଲା ଗ୍ର‌ାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ  ସହାୟିକା ନିଲମ ମୌର୍ଯ୍ୟ ଗତ ଶନିବାର ଗେଟରେ ତାଲା ପକାଇ ଅନ୍ୟ ଏକ ଅଙ୍ଗନବ‌ାଡ଼ି କେନ୍ଦ୍ରକୁ ଚାଲି ଯାଇଥିଲେ।  କାହାକୁ ନପାଇ ଅଙ୍ଗନବାଡ଼ି ଭିତରେ ଥିବା ପିଲାମାନେ ଭୋଭୋ ହୋଇ କାନ୍ଦିଥି‌ଲେ। ଏହି ସମୟରେ କିଛି ଅଭିଭାବକ ପିଲାଙ୍କୁ ନେବା ପାଇଁ ଅଙ୍ଗାନବାଡ଼ିରେ ଆସି ପହଞ୍ଚିଥିଲେ। ସେମାନେ ନିଜ ପିଲାଙ୍କ ଏଭଳି ଅବସ୍ଥା ଦେଖି ବିଚଳିତ ହୋଇପଡ଼ିଥି‌ଲେ। ଅଭିଭାବକ ନ‌ା ନିଜେ ଭିତରକୁ ଯାଇ ପାରୁଥିଲେ ନା ନିଜ ପିଲାଙ୍କୁ ବ‌ାହାରକୁ ଆଣି ପାରୁଥିଲେ। ବାହାରେ ଛିଡ଼ା ହୋଇ ବିଚଳିତ ହୋଇପଡ଼ିଥିଲେ।

 

ଏହି ଘଟଣାକୁ ନେଇ ଅଙ୍ଗନବ‌ାଡ଼ି ସହାୟିକା ନିଲମ ମୌର୍ଯ୍ୟ କହିଛନ୍ତି, ‘ମୁଁ ପାଖ ଏକ ଅଙ୍ଗନବାଡ଼ିକୁ ପିଲାଙ୍କ ଖାଦ୍ୟ ଦେବାକୁ ଯାଇଥିଲି। କାରଣ ଅନ୍ୟ ଏକ ଅଙ୍ଗନବାଡ଼ି ବି ମୋ ଦାୟିତ୍ବରେ ରହିଛି। ହଁ ପିଲାଙ୍କୁ ଏପରି ତାଲା ପକାଇ ଯିବା ମୋର ଭୁଲ ହେଲା। କିନ୍ତୁ କ’ଣ କରିଥାଆନ୍ତି ଅନ୍ୟ ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ଶେଷ ହୋଇଯାଇଥିଲା। ତେଣୁ ପହଞ୍ଚାଇବା ଜରୁରୀ ଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button