ଅପରାଧ

ଚାକିରିରୁ ତଡ଼ିଦେବାରୁ ୨ ଗାଡ଼ି ପୋଡ଼ିଦେଲା: ଚାଳକକୁ ଧରାଇଦେଲା ସିସିଟିଭି ଫୁଟେଜ୍‌ – Kalinga News

[ad_1]

ଭୁବନେଶ୍ବର: ମାଲିକ ତାଙ୍କୁ ବାହାନା କରି ଡ୍ରାଇଭର ଚାକିରିରୁ ତଡ଼ିଦେଲେ। ଗାଡ଼ି ଖରାପ ବୋଲି ମିଛ କହି ଚାକିରିରୁ ବାହାର କରିଦେଲେ। କିନ୍ତୁ କିଛି ଦିନ ପରେ ଆଉ ଜଣେ ଡ୍ରାଇଭରକୁ ଚାକିରିରେ ରଖିଲେ। ତେଣୁ ରାଗ ହେଲା ଏବଂ ପ୍ରତିଶୋଧ ପରାୟଣ ହୋଇ ମାଲିକଙ୍କ କାର୍‌ ଓ ବାଇକ୍‌ରେ ନିଆଁ ଲଗାଇଦେଲା। ଜାଗମରା କ୍ରି‌ଷ୍ଣା ଗାର୍ଡେନ୍‌ ଅଞ୍ଚଳରେ ଗତ ରବିବାର ବିଳମ୍ବିତ ରାତିରେ ଘଟିଥିବା ଗ୍ୟାରେଜ୍‌ରେ ଗାଡ଼ି ପୋଡ଼ି ମାମଲାର ଅଭିଯୁକ୍ତର ଏମିତି ଥିଲା ସ୍ବୀକାରୋକ୍ତି। ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ ହୋଇଥିବା ଅଭିଯୁକ୍ତକୁ ଆଜି ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ବରମୁଣ୍ଡା ହାଉସିଂବୋର୍ଡ କଲୋନି ଅଞ୍ଚଳର ଅବ୍‌ଦୁଲ ହାକିମ୍‌(୩୫)। ପୁଲିସ ସୂଚନା ମୁତାବକ ହାକିମ୍‌ କ୍ରିଷ୍ଣା ଗାର୍ଡେନ୍‌ ଫେଜ୍‌-୨ରେ ରହୁଥିବା ଅଜିତ ନାୟକଙ୍କ କାର୍‌ ଚାକଳ ଭାବେ କାମ କରୁଥିଲା। ଅଜିତଙ୍କ ଅଭିଯୋଗ ଅନୁସାରେ ହାକିମ୍‌ ବହୁ ସମୟରେ ନିଶାସକ୍ତ ରହୁଥିଲା। ତେଣୁ ତା’ ଗାଡ଼ିଚାଳନାକୁ ନେଇ ମନରେ ସବୁବେଳେ ଭୟ ଲାଗି ରହୁଥିଲା। ଏହା ଭିତରେ ପୁରୁଣା କାର୍‌ଟି ମଧ୍ୟ ମରାମତି ଚାହୁଥିଲା। ତେଣୁ ଅଜିତ କାର୍‌କୁ ଗ୍ୟାରେଜ୍‌ରେ ରଖିଦେଇଥିଲେ ଏବଂ ହାକିମ୍‌କୁ କାମରୁ ବାହାର କରିଦେଇଥିଲେ। ଏହା ଥିଲା ୬ମାସ ତଳର ଘଟଣା।

ଏବେ ଅଜିତ୍‌ କାର୍‌ ମରାମତି କରାଇବା ପରେ ଅନ୍ୟ ଜଣେ ଡ୍ରାଇଭରଙ୍କୁ କାମରେ ରଖିଥିଲେ। ଏହି ଖବର ଜାଣିବା ପରେ ହାକିମ୍‌ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା। ରବିବାର ରାତି ପାଖାପାଖି ୩ଟା ବେଳେ ହାକିମ୍‌ ଚାଲିଚାଲି ଅଜିତ୍‌ଙ୍କ ଘରକୁ ଯାଇଥିଲା। ମୁଖ୍ୟ ଫାଟକ ଡେଇଁ ଅଜିତ ଓ ତାଙ୍କ ପରିବାର ଲୋକେ ‌ଶୋଇଥିବା ଘରର ବାହାର ପଟୁ ତାଲା ପକାଇଦେଇଥିଲା। ଏହାପରେ ଗ୍ୟାରେଜ୍‌ରେ ଥିବା କାର୍‌ ଓ ବାଇକ୍‌ରେ ନିଆଁ ଲଗାଇଦେଇଥିଲା। ପ୍ରଚଣ୍ଡ ଶବ୍ଦରେ ଅଜିତଙ୍କ ପରିବାର ଲୋକେ ଉଠି ପଡ଼ିଥିଲେ। କିନ୍ତୁ ଘରର କବାଟ ଖୋଲି ବାହାରକୁ ଆସିପାରିନଥିଲେ। ଛାତ ଉପରୁ ଚଢ଼ି ଦେଖିବା ବେଳକୁ ଗ୍ୟାରେଜ୍‌ରେ ଗାଡ଼ି ଦୁଇଟି ହୁତୁହୁତୁ ହୋଇ ଜଳୁଥିଲା। ସେମାନେ ପ‌ଡ଼ୋଶୀଙ୍କୁ ଡ଼ାକିବା ସହ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ଜଣାଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ହାକିମ୍‌ର ଏହି କାଣ୍ଡ ସିସିଟିଭିରେ କଏଦ ହୋଇଥିଲା। ତେଣୁ ପୁଲିସ ତାକୁ ଠାବ କରିବାରେ ସମସ୍ୟା ହୋଇନଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button