ଅପରାଧ
ପରକୀୟା ପ୍ରୀତି: ମହିଳାଙ୍କୁ ବାନ୍ଧିଲେ ପ୍ରେମିକଙ୍କ ପତ୍ନୀ – Kalinga News

[ad_1]
ସୋର: ପରକୀୟା ପ୍ରୀତି ପାଇଁ ହଟହଟା। ଜଣେ ମହିଳାଙ୍କୁ ପ୍ରେମିକଙ୍କ ପତ୍ନୀ ଗଛରେ ବାନ୍ଧି ପୁଲିସ ଜିମା ଦେଇଛନ୍ତି। ସୂଚନା ଅନୁସାରେ; ବାହାନଗା ବ୍ଲକ୍ ରୂପଖଣ୍ଡ ଅଞ୍ଚଳର ଜଣେ ଯୁବକ ସୋର କମରପୁର ଅଞ୍ଚଳରେ ବିବାହ କରିଛନ୍ତି ଏବଂ ଉକ୍ତ ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହନ୍ତି। ତେବେ କିଛି ମାସ ହେବ ସୋର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏପରି ସମୟରେ ଗତକାଲି ରାତି ମହିଳାଜଣକ ପ୍ରେମିକଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ଜାଣିପାରି ସମ୍ପୃକ୍ତ ଯୁବକଙ୍କ ପତ୍ନୀ ଓ ଗ୍ରାମବାସୀ ମିଶି ତାଙ୍କୁ ଧରିଥିଲେ। ସେମାନେ ମହିଳାଙ୍କୁ ଏକ ଗଛରେ ବାନ୍ଧି ଦେବା ସହ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା। ଖବର ଲେଖା ହେବା ଯାଏ ଘଟଣା ବାବଦରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
[ad_2]