ମନ୍ଦିରରୁ ସିରିଜ ଲୁଟ୍: ପୁଲିସର ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନବାଚୀ – Kalinga News

[ad_1]
ନୀଳଗିରି: ମନ୍ଦିରକୁ ବି ଛାଡ଼ିଲେନି ଚୋର,ମନ୍ଦିରରେ ବୁଲାଇଲେ କଳାକନା। ଯୋଜନା କରି ଆସିଲେ ବଣସୀମା ଅଞ୍ଚଳର ତିନୋଟି ମନ୍ଦିରରୁ କଳାକନା ବୁଲାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ସମସ୍ତ ମନ୍ଦିରର ଗେଟର ତାଲା ଭାଙ୍ଗି ବରହମପୁର ଥାନା ଅଧିନ ଅଁଳାପାଳ ହରିଶଙ୍କର ଶିବ ମନ୍ଦିରରୁ ମନ୍ଦିରର ସମସ୍ତ ଘଣ୍ଟି, ନାଗ, ମାଇକ ସେଟ ଚୋରି ବୋଇଥିବା ବେଳେ ବାଉଁଶପାଳ ଲକ୍ଷ୍ମୀନାରାୟଣ ମନ୍ଦିରରୁ ସମସ୍ତ ଠାକୁର ବାସନ, ରୋଷେଇ ସରଞ୍ଜାମ ଓ ଠାକୁରଙ୍କ ନାଗ, ଅଳଙ୍କାର, ଡାଳିମପାଳ ସର୍ବେଶ୍ବର ମନ୍ଦିରରୁ ଠାକୁରଙ୍କ ନାଗ, ରୂପା ମୁକୁଟ, ମା ପାର୍ବତୀଙ୍କ ରୂପା ମୁକୁଟ,ସମସ୍ତ ସୁନା ଅଳଙ୍କାର,ଦାନ ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ।
Sambad is now on WhatsApp
Join and get latest news updates delivered to you via WhatsApp

ସକାଳେ ଗ୍ରାମବାସୀ ଓ ପୂଜକ ଦେଖିବା ପରେ ପୁଲିସକୁ ଜଣାଇଥିଲେ, ହେଲେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ବେଳେ,ପୁଲିସର ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ କରିଛନ୍ତି ତିନି ଗ୍ରାମର ଗ୍ରାମବାସୀ।
[ad_2]




