ମଲରେ ପଶି ଚୋରି କରୁଥିବା ବେଳେ ଧରାପଡ଼ି ଯିବାରୁ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବତୀ – Kalinga News
[ad_1]
ଲକ୍ଷ୍ମୌ: ସମୟସମୟରେ ଦୋକାନ, ବଜାର ଓ ମଲ ଆଦି ସ୍ଥାନମାନଙ୍କରେ ଚୋରିର ଘଟଣା ସାମ୍ନାକୁ ଆସିଥାଏ। ଏହି ସ୍ଥାନମାନଙ୍କରେ କିଛି ଚୋର ଚୋରି କରି ଚାଲି ଯାଉଥିବା ବେଳେ ଆଉ କିଛି ଧରା ପଡ଼ି ଯାଇଥାଆନ୍ତି। ଯେଉଁ କାରଣରୁ ଚୋରକୁ ଲୋକଙ୍କ ନିସ୍ତୁକମାଡ଼ର ଶିକାର ହେବାକୁ ପଡ଼ିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସୋସିଆଲ ମିଡିଆରେ ଏମିତି ଏକ ଚୋରିର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓରେ ମଲ୍ କର୍ମଚାରୀମାନେ ଜଣେ ଯୁବତୀଙ୍କୁ ଘେରି ନିସ୍ତୁକମାଡ଼ ମାରୁଥିବା ଦେଖିବାକୁ ମିଳୁଛି।
ଯୁବତୀ ଜଣକ ଚୋରି କରୁଥିବା ବେଳେ ମଲର ଜଣେ ମହିଳା କର୍ମଚାରୀ ତାଙ୍କୁ ଧରି ନେଇଥିଲେ। ଧରାପଡ଼ିବା ପରେ ବି ଯୁବତୀ ଜଣକ ନିଜର ଦୋଷ ସ୍ବୀକାର କରିବା ବଦଳରେ କର୍ମଚାରୀଙ୍କୁ ମାଡ଼ମାରି ଘଟଣାସ୍ଥଳରୁ ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ତାଙ୍କୁ ମଲର ଅନ୍ୟ କର୍ମଚାରୀ କାବୁ କରି ନେଇଥିଲେ। ଏହାପରେ ସେ ଭୋଭୋ ହୋଇ କାନ୍ଦିଥିଲେ।
ମଲ ପରିଚାଳକଙ୍କୁ ଏହି ଘଟଣା ବିଷୟରେ ଖବର ଦିଆଯିବା ପରେ ସେ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି। ଏହି ଘଟଣାପରେ ଚୋରି ଅଟକାଇଥିବା ମହିଳା କର୍ମଚାରୀଙ୍କୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।
Kalesh b/w female security guard and a gril who was got caught stealing things 📍Vishal megamart Varanasi,
pic.twitter.com/16nrhvTcv5— Ghar Ke Kalesh (@gharkekalesh) May 27, 2024
[ad_2]