ଅପରାଧ

କୋଟାରେ ବାପାମାଆଙ୍କ ପାଇଁ ଭାବପ୍ରବଣ ନୋଟ୍‌ ଲେଖି ଜୀବନ ହାରିଲା ଝିଅ – Kalinga News

[ad_1]

କୋଟା: ରାଜସ୍ଥାନର କୋଟାରେ ଜଣେ ୧୮ ବର୍ଷୀୟା ଯୁବତୀ ନିଜକୁ ‘ଲୁଜର୍‌’ ବୋଲି ଏକ ସୁଇସାଇଡ୍‌ ନୋଟ୍‌ରେ ଲେଖି ଜୀବନ ହାରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସୋମବାର ଦିନ ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଯୁବତୀ ଜଣକ ଜେଇଇ ପରୀକ୍ଷାରେ ସଫଳତା ଅର୍ଜନ କରିପାରିବେ ନାହିଁ ବୋଲି ସ୍ବୀକାର କରି ନିଜ ମାଆବାପାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଜୀବନ ହାରିଥିବା ସୂଚନା ରହିଛି।

ଯୁବତୀ ଜଣକ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ‘‘ମା ଏବଂ ବାପା, ମୁଁ ଜେଇଇ ପାରିବି ନାହିଁ। ତେଣୁ ମୁଁ ଆତ୍ମହତ୍ୟା କରୁଛି। ମୁଁ ଜଣେ ଲୁଜର୍‌ (ହାରିଯାଇଥିବା ବ୍ୟକ୍ତି) ଅଟେ। ମୁଁ ସବୁଠାରୁ ଖରାପ ଝିଅ। ମମି, ପାପା ମୋତେ ଖୁବ୍ ଦୁଃଖ ଲାଗୁଛି । ଏହା ହେଉଛି ମୋ ପାଇଁ ଶେଷ ବିକଳ୍ପ।’’

ଆତ୍ମହତ୍ୟା କରିଥିବା ପୀଡିତା ନିହାରିକା ଜେଇଇ ମେନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ କୋଟାରେ ଥିବା ନିଜ ଘରେ ଫାଶୀ ଲଗାଇ ସେ ଜୀବନ ହାରିଛନ୍ତି। ପରୀକ୍ଷା ହେବାର ଦୁଇ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପ୍ରାୟ ଏକ ସପ୍ତାହ ମଧ୍ୟରେ ଏବଂ କୋଟାରେ ଏହା ହେଉଛି ଦ୍ୱିତୀୟ ଆତ୍ମହତ୍ୟା ମାମଲା। ଜାନୁଆରି ୨୩ ତାରିଖରେ ମଧ୍ୟ କୋଟାରେ ଘରୋଇ କୋଚିଂ ମାଧ୍ୟମରେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ଫାଶୀ ଲଗାଇ ଜୀବନ ହାରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button