ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବାବେଳେ ମମତାଙ୍କ ସର୍ବଧର୍ମ ଯାତ୍ରା – Kalinga News

[ad_1]
କୋଲକତା : ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସର୍ବଧର୍ମ ସଦ୍ଭାବ ଯାତ୍ରା ଆୟୋଜନ କରିଥିଲେ । ସେ ପ୍ରଥମ କାଳୀଘାଟରେ ମା କାଳୀଙ୍କ ଦର୍ଶନ କରିବା ପରେ କୋଲକାତାରେ ଏକ ସର୍ବଧର୍ମ ସଦ୍ଭାବନା ରାଲି କରିଥିଲେ। ହାଜରା ମୋରରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ସଦ୍ଭାବ ରାଲିରେ ସବୁ ଧର୍ମର ଲୋକ ସାମିଲ ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ରାଲି ସମ୍ପର୍କରେ ତୃଣମୂଳ କଂଗ୍ରେସ (ଟିଏମସି) କହିଛି ଯେ ହଜାର ହଜାର ଲୋକ ଏଥିରେ ଯୋଗ ଦେଇଛନ୍ତି। ଧର୍ମନିରପେକ୍ଷତା ଆମ ଦେଶକୁ ଏକାଠି କରିଥାଏ। ପାର୍କ ସର୍କସ ପଡ଼ିଆରେ ଏକ ବିଶାଳ ସମାବେଶ ସହ ଏହି ଶୋଭାଯାତ୍ରା ଶେଷ ହୋଇଥିଲା।
ଏହା ପୂର୍ବରୁ ମମତା ଅଯୋଧ୍ୟା ସମାରୋହକୁ ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ କହି ସେଠାକୁ ଯିବାକୁ ମନା କରିଦେଇଥିଲେ । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାମଲଲାଙ୍କ ପବିତ୍ର ସମାରୋହପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପି ଏହାକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରୁଛି ବୋଲି ଦଳ ଏକ ବିବୃତି ଜାରି କରି କହିଥିଲା। ସେହିପରି ଏନସିପି ନେତା ଶରଦ ପାଓ୍ବାର କହିଛନ୍ତି ଯେ ସେ ପ୍ରାଣପ୍ରତିଷ୍ଠା ପରେ ଅଯୋଧ୍ୟା ଯିବେ ।
[ad_2]