ରାଜନୀତି

ବିଜେପିର ୪୦୦ ପାର୍‌ ଦାବି ଫମ୍ପା, ୨୦୦ ବି ଟପିବନି: ଖଡ଼ଗେ – Kalinga News

[ad_1]

ଚଣ୍ଡୀଗଡ଼: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପିର ‘୪୦୦ ପାର୍‌’ ଦାବିକୁ ବୃଥା ଆସ୍ଫାଳନ ଓ ଫମ୍ପା ବୋଲି କହି ଖଣ୍ଡନ କରିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ଲୋକସଭା ନିର୍ବାଚନରେ ୨୦୦ ଆସନ ବି ଟପିବନି। ଅମୃତସରରେ ଗଣମାଧ୍ୟମକୁ ଖଡ଼ଗେ କହିଛନ୍ତି, ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ବିଜେପିର ଆସନ ସଂଖ୍ୟା କମିବ ଏବଂ ଅନ୍ୟପକ୍ଷେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ଆସନ ସଂଖ୍ୟା ବଢ଼ିବା ନିଶ୍ଚିତ। ତେଣୁ ଯେଉଁଠି ସେମାନଙ୍କ ଆସନ କମୁଛି ଏବଂ ଆମ ଆସନ ବଢ଼ୁଛି ସେଠି ‘୪୦୦ ପାର୍‌’ କଥା ଭୁଲିଯାଅ। ଏହା ବେକାର କଥା। ସେମାନେ ସରକାର ବି ଗଢ଼ିପାରିବେନି ଏବଂ ୨୦୦ ସଂଖ୍ୟା ବି ଟପିପାରିବେନି।

ଖଡ଼ଗେ କହିଛନ୍ତି, ବିଜେପିର ତାମିଲନାଡ଼ୁ, କେରଳ ଏବଂ ତେଲେଙ୍ଗାନାରେ କୌଣସି ସ୍ଥିତି ନାହିଁ ଏବଂ କର୍ଣ୍ଣାଟକରେ ମଧ୍ୟ ଏହା ଆଦୌ ସୁଦୃଢ଼ ନୁ‌ହେଁ। ଦେଶରେ ଏନ୍‌ଡିଏ ପାଇଁ ୪୦୦ ଆସନ ଆସିବ କେଉଁଠୁ। ନିର୍ବାଚନରେ କଂଗ୍ରେସ ହାରିଲେ ଖଡ଼ଗେ ତାଙ୍କ ଚାକିରି ହରାଇଦେବେ ବୋଲି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଯେଉଁ ଟିପ୍ପଣୀ ଦେଇଥିଲେ ତା’ର ଜବାବ ଦେଇ ଖଡ଼ଗେ କହିଛନ୍ତି, ଚାକିରି କରିବାପାଇଁ ମୁଁ ରାଜନୀତିରେ ଯୋଗ ଦେଇନି। ଲୋକଙ୍କର ସେବା କରିବାପାଇଁ ମୁଁ ପିଲାଦିନୁ ରାଜନୀତିରେ ଯୋଗ ଦେଇଛ। ଖଡ଼ଗେ କହିଛନ୍ତି, ଜୁନ୍‌ ୪ ପରେ ଶାହ ନିଜ ଚାକିରି କଥା ଚିନ୍ତା କରିବା ଉଚିତ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button