ଅପରାଧ

ବନ୍ଧାହେଲା ସାଇବର ଜୀବନସାଥୀ: ଡିପିରେ ନିଜ ସ୍ତ୍ରୀ ଫଟୋ ରଖି ଖେଳୁଥିଲା – Kalinga News

[ad_1]

୧.୬ ଲକ୍ଷ, ୫ ଏଟିଏମ୍‌, ୩ ମୋବାଇଲ୍‌ ଜବତ

ଭୁବନେଶ୍ବର: ସୋସିଆଲ୍‌ ମିଡିଆ ଡିପିରେ ସୁନ୍ଦରୀମାନଙ୍କ ଫଟୋ ବ୍ୟବହାର କରି ଯୁବତୀ ପରିଚୟରେ ବିଭିନ୍ନ ମାଟ୍ରିମୋନି ସାଇଟ୍‌ରେ ଖେଳୁଥିବା ଜଣେ ସାଇବର ଠକ ଶେଷରେ ଧରାପଡ଼ିଛି। ମାଟ୍ରିମୋନି ସାଇଟ୍‌ରେ ଜୀବନସାଥୀ ଖୋଜୁଥିବା ଯୁବକମାନଙ୍କୁ ପାଲରେ ପକାଇ ଲୁଟୁଥିବା ଏହି ଧୂର୍ତ୍ତ ଜଣକ ହେଲା ପୁରୀ ସଦର ଥାନା ଭାତକୁଡ଼ିର ନୃସିଂହ ବିଶ୍ବାଳ(୩୬)। ସାଇବର ଥାନା ପୁଲିସ ତା’ଠାରୁ ୧.୬ ଲକ୍ଷ ଟଙ୍କା, ୫ଟି ଏଟିଏମ୍‌ କାର୍ଡ ଓ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ନବମ ଶ୍ରେଣୀ ଫେଲ୍‌ ହୋଇଥିବା ଧୂର୍ତ୍ତ ନୃସିଂହର ଏହି କାରନାମା ସାଇବର ଥାନା ପୁଲିସକୁ ବିସ୍ମିତ କରିଛି। ଅଧିକାଂଶ ମାମଲାରେ ସେ ତା’ ସ୍ତ୍ରୀଙ୍କ ଫଟୋ ବ୍ୟବହାର କରିଥିବା ଜଣାପଡ଼ିଛି।

ପୁଲିସ ସୂଚନାନୁସାରେ ନୃସିଂହ ନିଜ ଡିପିରେ ବହୁ ସୁନ୍ଦରୀ ଯୁବତୀଙ୍କ ଫଟୋ ବ୍ୟବହାର କରୁଥିଲା। ନିଜକୁ କେତେବେଳେ ଦୀପା ତ କେତେବେଳେ ସିପ୍ରା ବୋଲି ପରିଚୟ ଦେଉଥିଲା। ଜୀବନସାଥୀ ଖୋଜୁଥିବା ଯୁବକମାନଙ୍କ ସହ ଚାଟିଂ କରି ଫସାଉଥିଲା। ବନ୍ଧୁତା ନିବିଡ଼ ହେବା ପରେ ବାପାଙ୍କ ଦେହ ଅସୁସ୍ଥ ବୋଲି କହି ଟଙ୍କା ଝଡ଼ାଉଥିଲା। ପୁଣି କେତେ‌ବେଳେ ମା’ଙ୍କ ଶୁଦ୍ଧିକ୍ରିୟା କଥା କହି ଟଙ୍କା ଲୁଟୁଥିଲା। ଗତ ମେ’ ମାସରେ କଳାରାହାଙ୍ଗ ଅଞ୍ଚଳର ମାନସ ରଂଜନ ପଣ୍ଡା ଭାରତ ମାଟ୍ରିମୋନି ସାଇଟ୍‌ରେ ଜୀବନସାଥୀ ଖୋଜୁଖୋଜୁ ସାଇବର ଠକ ନୃସିଂହ ଜାଲରେ ଫସିଥିଲେ। ଦୀପା ପ୍ରଧାନ ନାଁରେ ସେ ମାନସଙ୍କ ସହ ବନ୍ଧୁତା କରିଥିଲା। ସମ୍ପର୍କ ନିବିଡ଼ ହେବା ପରେ ବାପା କର୍କଟ ରୋଗରେ ପୀଡ଼ିତ ଥିବା କହିଥିଲା। ହସ୍ପିଟାଲ୍‌ ବେଡ୍‌ରେ ଥିବା ଜଣେ ବୃଦ୍ଧଙ୍କ ଫଟୋ ପଠାଇଥିଲା। ଧୂର୍ତ୍ତ ନୃସିଂହ ଛଳରେ ଫସିଯାଇ ମାନସ ତାକୁ ୩ ଲକ୍ଷ ୧୮ ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ନୃସିଂହର ସାଇଟ୍‌ ଗାଏବ୍‌ ହୋଇଯାଇଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ମାନସ ସାଇବର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ତାକୁ ପୁରୀରୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button