ଅପରାଧ

ମହିଳାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ପୋଷ୍ଟ ପରେ ଜୀବନ ହାରିଲେ ଦମ୍ପତି – Kalinga News

[ad_1]

ନୂଆଦିଲ୍ଲୀ: ବିହାରର ଗୟା ଜିଲ୍ଲାରେ ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯିବା ପରେ ଦମ୍ପତି ଜୀବନ ହାରି ଦେଇଛନ୍ତି। ମୃତ ଦମ୍ପତିଙ୍କ ନାମ  ପିଣ୍ଟୁ ଓ  ପୂଜା କୁମାରୀ ବୋଲି ଜଣାପଡ଼ିଛି।

ଦମ୍ପତିଙ୍କ ମୋବାଇଲରୁ ମିଳିଥିବା ଭିଡିଓ, ଅଡିଓ ଓ ଫଟୋ ଆଧାରରେ ମୃତକଙ୍କ ବାପା ରାମଦେବ ସିଂହ ଜାନୁଆରି ୨୩ ତାରିଖରେ ଥାନାରେ ରକି ନାମକ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କାରଣ ରକି ବାରମ୍ବାର ଏଭଳି  ଆପତ୍ତିଜନକ ଅଡିଓ, ଭିଡିଓ ଓ ଫଟୋ ପଠାଇବା ଦ୍ବାରା ପିଣ୍ଟୁ ଓ ପୂଜା ମାନସିକ ଚାପରେ ରହୁଥିଲେ। ଶେଷରେ ସେମାନେ ଜୀବନ ହାରି ଦେଇଛନ୍ତି।

ଏସଏସପି ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏସଡିପିଓ ଗୁଲସନ କୁମ‌ାରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ। ଏହି ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୋବାଇଲ ଜବତ କରିଥିଲେ।

୨୦୨୩ ନଭେମ୍ବର ୧୪ ତାରିଖରେ ପିଣ୍ଟୁ ଓ ପୂଜା କୁମାରୀଙ୍କ ବାହାଘର ହୋଇଥିଲ‌ା। ବିବାହ ପରଠାରୁ ରକି ନାମକ ଜଣେ ଯୁବକ ଦମ୍ପତିଙ୍କୁ ଆପତ୍ତିଜନକ ଭିଡିଓ ଓ ଫଟୋ ପଠାଇ ଚାଲିଥିଲା। ଜାନୁଆରି ୨୧ ତାରିଖରେ ଦମ୍ପତି ପ୍ରାତଃ ଭ୍ରମଣରେ ଯାଇଥିଲା। ପ୍ରାତଃ ଭ୍ରମଣରୁ ଫେରିବା ପରେ ଦୁହେଁ ଘରେ ଜୀବନ ହାରି ଦେଇଥିଲେ।ରାମଦେବ ସିଂହଙ୍କ ଅଭିଯୋଗ କ୍ରମେ  ପୁଲିସ ରକିଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବା ସହିତ ତାଙ୍କର ସମସ୍ତ ଫୋନ ଜବତ କରି ତଦନ୍ତ ଆରମ୍ଭ କରିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button