ଅପରାଧ

ତ୍ରିଶୂଳିଆ ଛକରେ ଚିଙ୍ଗୁଡି ବ୍ୟପାର କରୁଥିବା ଦମ୍ପତିଙ୍କ ଉପରେ ସ୍ପ୍ରେ ମାରି ଟଙ୍କା, ମୋବାଇଲ ଲୁଟିନେଲେ ଦୁର୍ବୁତ୍ତ ମାନେ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପ୍ରଥମେ ଆସି ଚିଙ୍ଗୁଡି ଦାମ ପଚାରିଲେ ଆଉ ପରେ ନିଶା ସ୍ପ୍ରେ କରି ଆମ କୁ ଲୁଟିଲେ । ହଁ ଦର୍ଶକବନ୍ଧୁ କେତେକ ଦୁର୍ବୁତ୍ତମାନେ ହଠାତ ଆସି ଦମ୍ପତିଙ୍କ ଉପରେ ସ୍ପ୍ରେ କରି ଟଙ୍କା , ମୋବାଇଲ ଓ ଚିଙ୍ଗୁଡି ଲୁଟ କରିଥିବା ଅଭିଯୋଗ ଦିଆଯାଇଛି । ସୂଚନା ଅନୁସାରେ ତ୍ରିଶୂଳିଆ ଛକ ନିକଟରେ ସ୍ଵାମୀ -ସ୍ତ୍ରୀ ଚିଙ୍ଗୁଡି ବ୍ୟାପାର କରନ୍ତି ।

ସବୁଦିନ  ଭଳି ଆଜି ବି ଦମପାୟୀ 50 କେଜି ଚିଙ୍ଗୁଡି ନେଇ ବଜାରରେ ବ୍ୟାପାର  କରିବାକୁ ଯାଇଥିଲେ । ବ୍ୟପାର ସାରି ଘରକୁ ଆସୁଥିବାବେଳେ ଦୁର୍ବୁର୍ତ୍ତ ମାନେ ତାଙ୍କ ମୁହଁରେ ସ୍ପ୍ରେ କରି ଟଙ୍କା ମୋବାଇଲ ହରଣ କରିକି ନେଇଯାଇଛନ୍ତି । ତେବେ ଦମ୍ପତି ଏବେ ଡାକ୍ତରଖାନାରେ ଅଛନ୍ତି ଏବଂ ଏଯାଏ ଉଭୟଙ୍କୁ ହୋସ ଆସିନୀ । ଖବର ଅନୁସାରେ ପବିତ୍ର ବେହେରା ଓ ସୁଷମା ବେହେରା ପ୍ରତ୍ୟେକ  ଦିନ ତ୍ରିଶୂଳିଆ ଛକ ନିକଟରେ ଚିଙ୍ଗୁଡି ବ୍ୟପାର କରିବାକୁ ଯାଆନ୍ତି ।

ଆଜି ମଧ୍ୟ ବ୍ୟାପାର କରିବାକୁ ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ପ୍ରଥମେ ଆସି ମାଉସୀ ଚିଙ୍ଗୁଡି ରେଟ କେତେ ବୋଲି ପଚାରିଥିଲେ ଏବଂ କଥାବାର୍ତ୍ତା କରୁଥିବା ସମୟରେ ହିଁ ପଛ ଆଡୁ ସ୍ପ୍ରେ ବାହାର କରି ଉଭୟଙ୍କ ଉପରେ ପକାଇ ତାଙ୍କ ପାଖରେ ଥିବା ଟଙ୍କା ,ମୋବାଇଲ ଓ ଚିଙ୍ଗୁଡି ନେଇକି ପଳେଇଥିଲେ । ଘଟଣା ପରରେ ଉଭୟ ଦମ୍ପତିଙ୍କୁ Scb ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମେଡିକାଲରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଏଯାଏ ଚେତା ଆସିନି । ମାଉସୀ ସ୍ପ୍ରେ ରେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ତେଣୁ ଡାକ୍ତରଙ୍କ ଚିକିତ୍ସା ପରେ କିଛି ବି କହିପାରୁନାହାଁନ୍ତି । ସମ୍ପର୍କୀୟଙ୍କ କହିବା ଅନୁସାରେ ଆଜି ସେ ମାଛ ଓ ଚିଙ୍ଗୁଡି ନେଇକି ଯାଇଥିଲେ ତେବେ ଦିନ 2 ଟା ବେଳେ ଦୁର୍ବୁର୍ତ୍ତ ଆକ୍ରମଣ କରି ସବୁ ଲୁଟିକୁ ନେଇଯାଇଛନ୍ତି ।

କେବଳ ଅଳ୍ପ ଚିଙ୍ଗୁଡି ଘଟଣା ସ୍ଥଳରେ ପଡିଥିଲା ଆଉ ସବୁ କିଛି ଦୁର୍ବୁର୍ତ୍ତ ତାଙ୍କ ସାଙ୍ଗରେ ନେଇଯାଇଛନ୍ତି । ତେବେ ଏହି ଦୁର୍ବୁର୍ତ୍ତ ମାନଙ୍କୁ ଧରିବା ପୋଲିସ ପକ୍ଷେ ଚ୍ୟାଲେଞ୍ଜ ର ବିଷୟ ହୋଇଛି । ତେବେ ଆଗକୁ ଦେଖିବା ପୋଲିସ ଦୁର୍ବୁର୍ତ୍ତକୁ ଧରିପାରୁଛି କି ନାହିଁ ବୋଲି ?

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button