ଇନ୍ଦୋର ଅନାଥାଶ୍ରମରେ ଅକଥନୀୟ ନିର୍ଯାତନା: ପୀଡ଼ିତଙ୍କ ମଧ୍ୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଶିଶୁ – Kalinga News
[ad_1]
ଇନ୍ଦୋର: ବାତ୍ସଲ୍ୟପୁରମ୍, ଅର୍ଥାତ ଶିଶୁଙ୍କ ପୁର ବା ସ୍ଥାନ। ଏହି ସ୍ଥାନରେ ଶିଶୁମାନେ ସ୍ବଚ୍ଛନ୍ଦରେ ରହୁଥିବା ଭଳି ଧାରଣା ସୃଷ୍ଟି ହେବା ସ୍ବାଭାବିକ, କିନ୍ତୁ ଇନ୍ଦୋରରେ ଏହା ଭୁଲ୍ ପ୍ରମାଣିତ ହୋଇଛି । ମଧ୍ୟପ୍ରଦେଶର ଇନ୍ଦୋର ଠାରେ ବାତ୍ସଲ୍ୟପୁରମ୍ ଜୈନ ଟ୍ରଷ୍ଟ ଦ୍ବାରା ପରିଚାଳିତ ଏକ ଅଣସ୍ବୀକୃତିପ୍ରାପ୍ତ ଓ ଅଣପଞ୍ଜୀକୃତ ଅନାଥାଶ୍ରମ ରେ ସାମାନ୍ୟ ତ୍ରୁଟି ପାଇଁ ଶିଶୁଙ୍କୁ ଓଲଟା ଟଙ୍ଗାଇ ଦେବା, ତତଲା ଲୁହା ଛଡ଼ରେ ଚେଙ୍କ ଦେବା, ଦୁଇ-ତିନି ଦିନ ଭୋକରେ ରଖି ନିର୍ଯାତନା ଦିଆଯାଉଥିବା କଥା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏହି ବାଳଗୃହକୁ ସିଲ କରିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରୀ ୧୨ ତାରିଖରେ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର ଏକ ଟିମ୍ ଉକ୍ତ ବାଳଗୃହରେ ଅଚାନକ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସେଠାରେ ଥିବା ଅନାଥ ଶିଶୁ ଅନ୍ତେବାସୀଙ୍କ ନିର୍ଯାତନାର ବିବରଣୀ ଶୁଣି କମିଟି ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଇନ୍ଦୋର ସହରର ଅତିରିକ୍ତ ପୁଲିସ କମିସନର ଅମରେନ୍ଦ୍ର ସିଂହ ଏନେଇ କହିଛନ୍ତି ଯେ ଉକ୍ତ ଅନୁଷ୍ଠାନର ୫ ଜଣ କର୍ମଚାରୀଙ୍କ ବିରୋଧରେ ୨୧ ଜଣ ଶିଶୁ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଶିଶୁଙ୍କ ବୟାନ ଅନୁସାରେ, ସାମାନ୍ୟ ତ୍ରୁଟି ପାଇଁ ସେମାନଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉଥିଲା। ଲଙ୍କା ଧୂଆଁ ଦେବା, ତତଲା ଲୁହାରେ ଚେଙ୍କଦେବା, ଉଲଗ୍ନ କରି ଓଲଟା ଟଙ୍ଗାଇ ରଖିବା ଭଳି ଦଣ୍ଡ ମିଳୁଥିଲା। କେବଳ ଏତିକି ନୁହେଁ, ଏଭଳି ଦଣ୍ଡ ସମୟରେ ସେମାନଙ୍କ ଫଟୋ ଉଠାଯାଉଥିଲା। କିଛି ଦିନ ପୂର୍ବେ ଜଣେ ୪ ବର୍ଷର ଶିଶୁ ନିଜ ପ୍ୟାଣ୍ଟରେ ଝାଡ଼ା କରିଦେବାରୁ ତାକୁ ପାଇଖାନା ଭିତରେ ତିନି ଦିନ ବିନା ଖାଦ୍ୟରେ ରଖାଯାଇଥିଲା। ସିଡବ୍ଲୁସିର ଲିଖିତ ଅଭିଯୋଗ ଅନୁସାରେ ଉକ୍ତ ବାଳଗୃହ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ଏହାକୁ ସିଲ କରାଯାଇଛି। ଶିଶୁମାନଙ୍କୁ ଅନ୍ୟ ସରକାରୀ ଅନାଥାଶ୍ରମକୁ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ, ଏହି ବାତ୍ସଲ୍ୟପୁରମ୍ ଜୈନ ଟ୍ରଷ୍ଟର ବାଳଗୃହ କେବଳ ଇନ୍ଦୋର ନୁହେଁ ବେଙ୍ଗାଲୁରୁ, ସୁରଥ, ଯୋଧପୁର ଓ କୋଲକାତାରେ ମଧ୍ୟ ରହିଛି। ଇନ୍ଦୋରରେ ଥିବା ବାଳଗୃହରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଓଡ଼ିଶା ଓ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଉଦ୍ଧାର ହୋଇଥିବା ଅନାଥ ଶିଶୁମାନେ ଅଛନ୍ତି।
[ad_2]