ଅପରାଧ

ସନ୍ଦେଶଖାଲି ମାମଲା : ଶାହାଜାହାଁ ଶେଖର ଭାଇ ଆଲମଗିରି ଗିରଫ – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ନାରୀ ଯୌନ ନିର୍ଯ୍ୟାତନା ମାମଲାରେ ସିବିଆଇ ଆଉ ୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଶାହାଜାହାଁ ଶେଖର ଭାଇ ଆଲମଗିରକୁ ଗିରଫ କରିଛି ସିବିଆଇ । ଏହାବ୍ୟତୀତ ମଫୁଜର ମୌଲା ଓ ଶିଲାଜୁର ମୌଲାକୁ ମଧ୍ୟ ସିବିଆଇ ଗିରଫ କରିଛି। ମଫୁଜର ମୌଲା ଟିଏମସି ଯୁବ ଦଳର ସଭାପତି ଅଟନ୍ତି । ଏହି ତିନି ଜଣ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ।

କୋଲକାତାର ନିଜାମ ପ୍ୟାଲେସସ୍ଥିତ ଶାହଜାହାଁ ଶେଖର କାର୍ଯ୍ୟାଳୟରେ ଭାଇ ଆଲମଗିରକୁ ପୂରା ଦିନ ପଚରାଉଚରା କରିବା ପରେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା। ପୂର୍ବରୁ ଶାହାଜାହାଁ ଶେଖକୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରି ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିଥିଲା। ଇଡି ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର (ମାର୍ଚ୍ଚ ୧୪) ସକାଳେ ଶାହାଜାହାଁ ଶେଖ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଶାହାଜାହାଁ ଶେଖଙ୍କ ମାଲିକାନାରେ ଥିବା ଏକ ଇଟାଭାଟିରେ ଚଢ଼ାଉ କରାଯାଇଥିଲା। ଶେଖ ବିରୋଧରେ ରୁଜୁ ହୋଇଥିବା ଜମି ଜବରଦଖଲ ମାମଲାରେ ଏହି ଚଢ଼ାଉ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button