ପୁଲିସ ଆଖିରେ ଧୂଳି ଦେଇ ହୋଟେଲରୁ ଅଭିଯୁକ୍ତ ସ୍ବାମୀଙ୍କୁ ସ୍କୁଟିରେ ବସାଇ ଚମ୍ପଟ ମାରିଲା ସ୍ତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ପୁଲିସ ଠାରୁ ଅଭିଯୁକ୍ତକୁ ଛଡ଼ାଇନେବା ପାଇଁ ସାଥୀମାନେ ଅନେକ ପ୍ରକାର ଯୋଜନା କରୁଥିବାର ଦୃଶ୍ୟ ସିନେମାରେ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଛଡ଼ାଇ ବି ନେଇଥାଆନ୍ତି। ଏମିତି ଏକ ବାସ୍ତବ ଘଟଣା ହରିୟାଣାରୁ ସାମ୍ନାକୁ ଆସିଛି। ଜଣେ ମହିଳା ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ସ୍ବାମୀଙ୍କୁ ଛଡ଼ାଇ ଚମ୍ପଟ ମାରିଥିବାର ଚାଞ୍ଚଲ୍ୟକର ଘଟଣା ଘଟିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ହରିୟାଣାର ପଲବଲର ହସନପୁର ଭିଡ଼ୁକିରେ ରହୁଥିବା ଅନିଲ ଓରଫ ଟିଙ୍କଲ ୨୦୨୩ ଏପ୍ରିଲ ୧୬ ତାରିଖରେ ଏକ ଠକେଇ ମାମଲାରେ ଜଡ଼ିତ ଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାପରେ ତାଙ୍କୁ ପୁଲିସ ଗିରଫ କରି ମଥୁରା ଜିଲ୍ଲା ଜେଲରେ ବନ୍ଦୀ କରିଥିଲା। ଅନିଲ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ଗତମଙ୍ଗଳବାର ପଲବଲ କୋର୍ଟ ଏକ ମାମଲାରେ ଅନିଳଙ୍କୁ କୋର୍ଟରେ ହାଜର ପାଇଁ ତାରିଖ ଦେଇଥିଲେ।
ପୁଲିସ ଲାଇନର ହେଡ କନଷ୍ଟେବଳ ଜ୍ଞାନସିଂହ, କନଷ୍ଟେବଳ ବିବେକାନନ୍ଦ ଓ ଦୀଲିପ ମଙ୍ଗଳବାର ସକାଳ ୧୦ଟା ସମୟରେ ଜିଲ୍ଲା ଜେଲରୁ ଅନିଲଙ୍କୁ ଧରି କୋର୍ଟରେ ହାଜର ପାଇଁ ପଲବଲ ଅଭିମୁଖେ ବାହାରିଥିଲେ। କୋର୍ଟରେ ହାଜର ପରେ ତିନିଜଣ ପୁଲିସକର୍ମଚାରୀ ଅନିଲଙ୍କୁ ଧରି ଅଟୋରେ ଫେରୁଥିଲେ। ଏହାପରେ ଏକ ପୋଲ ନିକଟରେ ଛିଡ଼ା ହୋଇ ବସକୁ ଅପେକ୍ଷା କରିଥିଲେ।
ଏହି ସମୟରେ ଅଭିଯୁକ୍ତ ଅନିଲଙ୍କ ସ୍ତ୍ରୀ ସ୍କୁଟି ନେଇ ସ୍ବାମୀଙ୍କ ପାଖରେ ପହଞ୍ଚିଥିଲେ। ଆଉ ପୁଲିସକର୍ମଚାରୀଙ୍କୁ ସ୍ବାମୀଙ୍କୁ କିଛିସମୟ ଏକାକି ଭେଟିବା ପାଇଁ ଅନୁମତି ମାଗିଥିଲେ। ପୁଲିସ କର୍ମଚାରୀ ବି ନିୟମ ଭଙ୍ଗ କରି ମହିଳାଙ୍କ କଥାରେ ରାଜି ହୋଇ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିଲେ। ମହିଳା ସ୍ବାମୀଙ୍କୁ ଭେଟ କରିବା ପାଇଁ ଯେଉଁ ହୋଟେଲର ଠିକଣା ଦେଇଥିଲେ ସେହି ହୋଟେଲ ବାହାରେ ପୁଲିସ କର୍ମଚାରୀ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ ହେଁ ଅନିଲ କି ତାଙ୍କ ସ୍ତ୍ରୀଙ୍କ କୌଣସି ଦେଖା ନଥିଲା।
ହଠାତ ହୋଟେଲ ତଳେ ଛିଡ଼ା ହୋଇଥିବା ପୁଲିସ କର୍ମଚାରୀମାନେ କିଛି ବୁଝିବା ପୂର୍ବରୁ ସ୍ତ୍ରୀ ଅଭିଯୁକ୍ତ ସ୍ବାମୀଙ୍କୁ ସ୍କୁଟିରେ ବସାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣାର ସୂଚନା ଏସଏସପି ଶୈଳେଶ କୁମାର ପାଣ୍ଡେଙ୍କୁ ଦିଆଯାଇଥିଲା। ଏହାପରେ ଏସଏସପି ତିନିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରି ତଦନ୍ତ ଆରମ୍ଭ କରିଛନ୍ତି।
[ad_2]