ମନୋରଞ୍ଜନ

ଏହି ଦିନ ନେଟଫ୍ଲିକ୍ସରେ ରିଲିଜ୍ ହେବ ‘ସାଲାର’ – Kalinga News

[ad_1]

ମୁମ୍ବାଇ: ଡିସେମ୍ବର ୨୨ରେ ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଫିଲ୍ମ ରିଲିଜ୍ ପରେ ବାହୁବଲୀ ପରେ ଏହା ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ସିନେ ସମୀକ୍ଷକ ମତ ରଖିଥିଲେ। ପ୍ରଥମ ଦିନର ଆୟରୁ ଏହା ପ୍ରମାଣ ହୋଇଥିଲା। ବକ୍ସ ଅଫିସରେ ଫିଲ୍ମର ଆୟ ଭଲ ରହିଥିବା ବେଳେ ଏବେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି ‘ସାଲାର’।

ଜାନୁଆରି ୨୦ ଅର୍ଥାତ୍ ଆସନ୍ତାକାଲି ‘ସାଲାର’ ନେଟଫ୍ଲିକ୍ସରେ ରିଲିଜ୍ ହେବ। ନେଟଫ୍ଲିକ୍ସ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରାଯାଇ ଏହି ସୂଚନା ଦିଆଯାଇଛି। ସେୟାର କରାଯାଇଥିବା ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, ଖାନସରର ସଲାର, ବର୍ଦ୍ଧରାଜା ମନ୍ନାରର ସାଲାର ଆସିଯାଇଛନ୍ତି। ଆପଣ ଜାଣନ୍ତି ଯେ, ଯୁଦ୍ଧ ଯନ୍ତ୍ରକୁ କେହି ଅଟକାଇ ପାରିବେ ନାହିଁ। ଜାନୁଆରି ୨୦ରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ସାଲାର୍ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏହି ପୋଷ୍ଟ ପରେ ପ୍ରଭାସଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି। କାରଣ ଏହି ପ୍ଲାଟଫର୍ମରେ ହିନ୍ଦୀ ଭାଷାରେ ଫିଲ୍ମ ରିଲିଜ୍ ହେଉନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button