ମଦ ଦେବାକୁ ମନା କରିବାରୁ ରାଇଫଲ ଆଣି ଡିଜେଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ – Kalinga News
[ad_1]
ରାଞ୍ଚି: ମଦ ଦେବାକୁ ମନା କରିବାରୁ ରାଇଫଲ ଆଣି ଡିଜେଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ରବିବାର ଏକ ବାରରେ ଘଟିଛି ଏଭଳି ଘଟଣା। ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ। ଅଭିଯୁକ୍ତ ଧରାପଡ଼ିବା ଡରରେ ମୁହଁରେ ନିଜର ସାର୍ଟ ଗୁଡ଼ାଇ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଝାଡଖଣ୍ଡର ରାଞ୍ଚିରେ ଥିବା ଏକ୍ସଟ୍ରିମ୍ ବାରରେ।
Video: Man In Shorts Shoots Dead DJ At Bar After He Was Refused Alcohol pic.twitter.com/PmYlybBkmd
— NDTV (@ndtv) May 27, 2024
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଓ ତା’ର ୪ଜଣ ସାଙ୍ଗ ରାତି ୧ଟାରେ ବାର୍ ବନ୍ଦ ହେବା ପରେ ସେଠାରେ ପହଞ୍ଚିଥିଲେ। ବନ୍ଦ ହୋଇଯାଇଥିବା ଜାଣି ବି ସେମାନେ ମଦ ଦେବାକୁ ବାଧ୍ୟ କରିଥିଲେ। ହେଲେ ତାଙ୍କୁ ବାରର କର୍ମଚାରୀ ମଦ ଦେବାକୁ ମନା କରିବାରୁ ରାଗି ଯାଇଥିଲେ ଅଭିଯୁକ୍ତ। ଏହା ପରେ ବାର ବାହାରକୁ ଆସି ରାଇଫଲ ନେବା ସହ ସାମ୍ନାରେ ଠିଆ ହୋଇଥିବା ଡିଜେଙ୍କୁ ଅତି ପାଖରୁ ଗୁଳି ମାରିଥିଲେ। ଗୁଳି ମାରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଡିଜେଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ।
ଏହି ଘଟଣା ପରେ ଏବେ ପୁଲିସ ବାରର ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ କରିବା ଆରମ୍ଭ କରିଛି।
[ad_2]