ମଣିପୁରରେ ପୁଣି ହିଂସା: ୫ ମୃତ, ୩ ସୁରକ୍ଷାକର୍ମୀ ଆହତ – Kalinga News

[ad_1]
ଗୌହାଟୀ: ମଣିପୁରର ବିଭିନ୍ନ ଜିଲ୍ଲାରେ ବୁଧବାର ରାତିରୁ ବ୍ୟାପିଥିବା ହିଂସା ଥମି ନାହିଁ। ହିଂସାରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ବିଏସ୍ଏଫ୍ ଯବାନ ଆହତ ହୋଇଛନ୍ତି। ବୁଧବାର ସକାଳେ ତେଙ୍ଗନୌପାଲ ଜିଲ୍ଲାରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ପୁଲିସ କର୍ମଚାରୀ ସହିଦ ହେବା ପରେ ଏହି ହିଂସା ଉପୁଜିଛି। ଗୁରୁବାର ଦିନସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଷ୍ଣୁପୁର ଜିଲ୍ଲାରେ ୪ ଜଣ ମୈତେୟୀ ସଂପ୍ରଦାୟ ଲୋକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଅପରାହ୍ଣ ପ୍ରାୟ ୨ଟା ବେଳେ ସଶସ୍ତ୍ର ଉଗ୍ରବାଦୀମାନେ ସେମାନଙ୍କୁ ନିଙ୍ଗଥଙ୍ଗ ଖା ଖୁନୋଉରେ ହତ୍ୟା କରିଛନ୍ତି। ମୃତକମାନେ ହେଲେ ଓଇନାମ ବାମୋନଜାଓ, ଓଇନାମ ମନିତୋମ୍ବା ଏବଂ ଥିୟମ ସୋମେନ। ବିଲରେ ଚାଷ କରୁଥିବା ସମୟରେ ସେମାନେ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମୃତ୍ୟୁ ପରେ ଇମ୍ଫାଲ ଉପତ୍ୟକାର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଥିଲା। ଗ୍ରାମ ମଧ୍ୟରେ ଗୁଳି ବିନିମୟ ଯୋଗୁ ମୈତେୟୀ ସଂପ୍ରଦାୟର ଜଣେ ୨୩ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି।
[ad_2]