ଦେଶ- ବିଦେଶ

ଭାଲେଣ୍ଟାଇନ ଡେ କାହିଁକି ପାଳନ ହୁଏ ?

ଭାଲେଣ୍ଟାଇନ ଡେ କୁ ପ୍ରେମ ଦିବସ ଭାବରେ ପାଳନ କରାଯାଏ I ଏହା ସାରା ବିଶ୍ୱରେ ପ୍ରତ୍ୟେକ ପ୍ରେମୀ ଯୁଗଳ ପାଳନ କରିଥାନ୍ତି I ତେବେ ପ୍ରତ୍ୟକ ପର୍ବ ପାଳନ ପଛରେ କୌଣସି ଘଟଣା ରହିଥାଏ I ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ I ତେଣୁ ଫେବୃଆରୀକୁ ପ୍ରେମ ମାସ ବୋଲି କହିବା ଖରାପ ହେବ ନାହିଁ I ତେବେ ଭାଲେଣ୍ଟାଇନ୍ସ ଡେ କାହିଁକି ପାଳନ କରାଯାଏ ପଛରେ ଅନେକ ମତ ରହିଛି I କିନ୍ତୁ ଏ ବିଷୟରେ କୌଣସି ନିର୍ଦିଷ୍ଟ ସୂଚନା ଉପଲବ୍ଧ ନାହିଁ | କିନ୍ତୁ ଭାଲେଣ୍ଟାଇନ୍ସ ଡେ ସହିତ ଜଡିତ ଏକ କାହାଣୀ ବା ଘଟଣା ଅତ୍ୟନ୍ତ ପ୍ରସିଦ୍ଧ, ଯାହା ରୋମ ସାମ୍ରାଜ୍ୟ ସହିତ ଜଡିତ I ଏହି ଦିନ ରୋମର ଜଣେ ଖ୍ରୀଷ୍ଟିଆନ ସନ୍ଥ ଯାହାଙ୍କ ନାଁ ଥିଲା ‘ଭାଲେଣ୍ଟାଇନ’ ପ୍ରେମ ପାଇଁ ଶହୀଦ ହୋଇଥିଲେ,ତାଙ୍କୁ ଏହି ଦିନ ଫାଶୀ ଦିଆଯାଇଥିଲା I କୁହାଯାଏ ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ Iଏହି କାହାଣୀ ରୋମାନ ସାମ୍ରାଜ୍ୟର ତୃତୀୟ ଶତାବ୍ଦୀରେ ଆରମ୍ଭ ହୋଇଥିଲା I ଏହି କାହାଣୀ ରୋମର ଜଣେ ଦୁଷ୍ଟ ରାଜା ଏବଂ ଏକ ଦୟାଳୁ ସନ୍ଥ ଭାଲେଣ୍ଟାଇନ୍ ସହିତ ଜଡିତ I

ରୋମର ରାଜା କ୍ଲାଉଡିୟସ୍ ଗୋଥିକସ୍ ଦ୍ୱିତୀୟ ତାଙ୍କ ସୈନ୍ୟ ବାହିନୀରେ ଅବିବାହିତ ମାନଙ୍କୁ ନିଯୁକ୍ତି କରୁଥିଲେ ସେ ଜଣେ କଠୋର ପ୍ରକୃତିର ଶାସକ ଥିଲେ I ସେ ପ୍ରେମ କିମ୍ବା ବିବାହ କୁ ପସନ୍ଦ କରୁ ନ ଥିଲେ I ତେଣୁ ସେ ନିଜ ସୈନ୍ୟ ମାନଙ୍କୁ ବିବାହ କରିବାକୁ ଅନୁମତି ଦେଉ ନଥିଲେ I ଟଙ୍କାର ଧାରଣା ଥିଲା ବିବାହିତ ସୈନ୍ୟମାନେ ଯୁଦ୍ଧ ସମୟରେ ଠିକ ଭାବରେ ଲଢ଼ି ପାରିବେ ନାହିଁ I ଏହି କାରଣରୁ, ରାଜା କ୍ଲାଉଡିୟସ୍ ରାଜ୍ୟରେ ଘୋଷଣା କରିଥିଲେ ଯେ ତାଙ୍କ ସୈନ୍ୟ ମାନେ କୌଣସି ମତେ ବିବାହ କରିବେ ନାହିଁ, ଯଦି ସେ ଏପରି କରନ୍ତି ତେବେ ତାଙ୍କୁ ଏଥିପାଇଁ ଦଣ୍ଡିତ କରାଯିବ।

ରାଜା କ୍ଲାଉଡିୟସଙ୍କ ଏହି ନିଷ୍ପତ୍ତିରେ ସମସ୍ତ ଦୁଃଖିତ ହୋଇଥିଲେ । ବିବାହ କରିବାକୁ ଚାହୁଁଥିବା ସୈନ୍ୟମାନେ କୌଣସି ପ୍ରକାର ରାଜାଙ୍କ ବିରୁଦ୍ଧରେ ଯିବାକୁ ସାହସ କଲେ ନାହିଁ। ଏବଂ ସମସ୍ତ ସୈନ୍ୟଙ୍କୁ ରାଜାଙ୍କର ଏହି ନିଷ୍ପତ୍ତି ବାଧ୍ୟତାମୂଳକ ଭାବରେ ଗ୍ରହଣ କରିବାକୁ ପଡିଲା I

ସେହି ସମୟରେ ରୋମ ରେ ଜଣେ ସାଧୁ ଥିଲେ ଯିଏ ତାଙ୍କ ଦୟା ପାଇଁ ଜଣାଶୁଣା ଥିଲେ I ସେ ସେଣ୍ଟ ଭାଲେଣ୍ଟାଇନ୍ ନାମରେ ଜଣାଯାଉଥିଲେ I ସେ ରାଜ୍ୟର ଲୋକମାନଙ୍କୁ ସ୍ନେହ,ପ୍ରେମର ବାର୍ତ୍ତା ଦେଉଥିଲେ I ସୈନ୍ୟ ମାନଙ୍କ ପ୍ରତି ରାଜାଙ୍କର ଏହି କଠୋର ଆଦେଶକୁ ସେ ପସନ୍ଦ କରୁ ନଥିଲେ Iସେ ରାଜାଙ୍କ ବିରୁଦ୍ଧରେ ଯାଇ ସୈନିକ ମାନଙ୍କୁ ଗୁପ୍ତରେ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ଏ ପରିକି ସେ ସୈନ୍ୟ ମାନଙ୍କୁ ନିଜ ନିଜ ପ୍ରେମିକI ମାନଙ୍କ ସହିତ ଗୁପ୍ତରେ ବିବାହ ମଧ୍ୟ କରାଇଥିଲେ I ଏହିପରି ଭାବରେ ସେଣ୍ଟ ଭାଲେଣ୍ଟାଇନ୍ ରାଜ୍ୟରେ ଥିବା ପ୍ରେମୀ ଯୁଗଳ ଓ ସୈନ୍ୟ ମାନଙ୍କ ମଧ୍ୟରେ ଖୁବ ସମ୍ମାନ ପାଉଥିଲେ I

ଦିନେ ରାଜା କ୍ଲାଉଡିୟସ୍ ସେଣ୍ଟ ଭାଲେଣ୍ଟାଇନ୍ଙ୍କର ଏହି କାର୍ଯ୍ୟ ବିଷୟରେ ଜାଣିଲେ I ରାଜା କ୍ଲାଉଡିୟସ୍ ତାଙ୍କ କାର୍ଯ୍ୟ ପାଇଁ ସେଣ୍ଟ ଭାଲେଣ୍ଟାଇନ୍ଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଇଥିଲେ ଏବଂ ତାଙ୍କୁ କାରାଗାରରେ ରଖିଥିଲେ। ଫେବୃଆରୀ ୧୪ ବରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ନେଇ ନିଷ୍ପତି ହୋଇଥିଲା
I

ଜେଲରେ ଥିବାବେଳେ ଦିନେ ଆଷ୍ଟେରିୟସ୍ ନାମକ ଜଣେ ଜେଲର ସେଣ୍ଟ ଭାଲେଣ୍ଟାଇନ୍ଙ୍କ ନିକଟକୁ ଆସିଥିଲେ I କାରଣ ସନ୍ଥ ଭାଲେଣ୍ଟାଇନ୍ସ ଙ୍କର ଅନେକ ଅଲୌକିକ ଶକ୍ତି ଥିଲା ଯାହା ଅନେକ ଦୁଃସାଧ୍ୟ ରୋଗକୁ ଭଲ କରି ଦେଉଥିଲା I ଜେଲର ଆଷ୍ଟେରିୟସ୍ ଏହା ବିଷୟରେ ଜାଣିଲେ, ତାଙ୍କର ଜଣେ ଝିଅ ଥିଲେ ଯିଏ କି ଦେଖି ପାରୁ ନ ଥିଲେ,ତେଣୁ ସେ ଭାଲେଣ୍ଟାଇନ୍ସଙ୍କର ସାହାଯ୍ୟ ଚାହୁଁଥିଲେ I ସେଣ୍ଟ ଭାଲେଣ୍ଟାଇଇନ୍ସ ଅବଶ୍ୟ ଜେଲରଙ୍କ ଝିଅର ଦୃଷ୍ଟି ଶକ୍ତି ଫେରାଇ ଆଣି ପାରିଥିଲେ I ଏହାପରେ ଭାଲେଣ୍ଟାଇନ୍ସଙ୍କର ସେହି ଝିଅ ସହିତ ଧୀରେ ଧୀରେ ବନ୍ଧୁତା ରୁ ପ୍ରେମ ହୋଇ ଯାଇଥିଲା I ତେବେ ସେଣ୍ଟ ଭାଲେଣ୍ଟାଇଇନ୍ସ ଓ ଜେଲର ଆଷ୍ଟେରିୟସ୍ ଜାଣି ସାରିଥିଲେ ତାଙ୍କର ମୃତ୍ୟୁ ର ଦିନ ପାଖେଇ ଆସୁଛି I ତେଣୁ ଉଭୟେ ଦୁଃଖିତ ରହୁଥିଲେ I

ଏହାପରେ ସେହି ଦିନ ଅର୍ଥାତ ଫେବୃଆରୀ ୧୪ ତାରିଖ ଆସିଥିଲା ଯେଉଁ ଦିନ ଭାଲେଣ୍ଟାଇନ୍ସ ଙ୍କୁ ମୃତ୍ୟୁ ଦାଣ୍ଡରେ ଦିଆଗଲା I କିନ୍ତୁ ମୃତ୍ୟୁ ପୂର୍ବରୁ ସେଣ୍ଟ ଭାଲେଣ୍ଟାଇନ୍ ଜେଲରଙ୍କୁ କଲମ ଏବଂ କାଗଜ ମାଗିଥିଲେ ଏବଂ ସେ ଜେଲର ଆଷ୍ଟେରିଅସଙ୍କ ଝିଅଙ୍କ ପାଇଁ ଶେଷ ବିଦାୟ ବାର୍ତ୍ତା ଲେଖିଥିଲେ। ଏହି ସନ୍ଦେଶର ଶେଷରେ, ଭାଲେଣ୍ଟାଇନ୍ “ତୁମର ଭାଲେଣ୍ଟାଇନ୍” ଲେଖିଥିଲେ I ଏହା ହେଉଛି ସେହି ଶବ୍ଦ ଯାହା ଆଜି ସମସ୍ତ ପ୍ରେମୀ ଯୁଗଳଙ୍କ ଦ୍ୱାରା ସ୍ମରଣୀୟ I

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button