ଖେଳ ଖବର

ସୁପର ଓଭରରେ ମୂଳପୋଛ – Kalinga News

[ad_1]

ବେଙ୍ଗାଲୁରୁ: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ବୁଧବାର ରାତିରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ସୁପର ଓଭରରେ ବିଜୟୀ ହେବା ସହ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଛି। ପ୍ରଥମେ ରୋହିତ ଶର୍ମା (୧୨୧*) ଓ ରିଙ୍କୁ ସିଂହ (୬୯*)ଙ୍କ ରେକର୍ଡ ଭାଗୀଦାରି ବଳରେ ଭାରତ ୨୧୨/୪ ସ୍କୋର କରିଥିଲା‌। ଏହାକୁ ପିଛା କରି ରହମନୁଲ୍ଲା ଗୁରବାଜ୍‌ (୫୦), ଇବ୍ରାହିମ୍‌ ଜଦ୍ରାନ୍‌ (୫୦), ଗୁଲବଦିନ ନାଏବ (୫୫*) ଓ ମହମ୍ମଦ ନବି (୩୪) ଦଳକୁ ସମାନ ସ୍କୋରରେ ଶେଷ କରିଥିଲେ। ପରେ ସୁପର ଓଭରରେ ଉଭୟ ଦଳ ୧୬/୧-୧୬/୧ରେ ପୁଣି ଟାଏ ରଖିବାରୁ ମ୍ୟାଚ୍‌ ଦ୍ବିତୀୟ ସୁପର ଓଭରରେ ଫଏସଲା ହୋଇଥିଲା। ଭାରତର ୧୧/୨କୁ ପିଛା କରି ଆଫଗାନିସ୍ତାନ ୩ ବଲ୍‌ ପୂର୍ବରୁ ୧/୨ରେ ଅଲଆଉଟ୍ ହୋଇଥିଲା। ରବି ବିଷ୍ଣୋଇ ୩ ବଲ୍‌ରେ ୩ ୱିକେଟ୍‌ ନେଇ ଭାରତକୁ ଜିତାଇବାରୁ ସୁପର ଓଭରର ହିରୋ ପାଲଟି ଯାଇଥିଲେ। ରୋହିତ ମ୍ୟାଚ୍‌ର ଏବଂ ଶିବମ ଦୁବେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ପୂର୍ବରୁ ପ୍ରଥମ ଦୁଇ ମ୍ୟାଚ୍‌ରେ ଖାତା ଖୋଲିପାରି ନଥିବା ରୋହିତ ଶେଷ ମ୍ୟାଚ୍‌ରେ ପଞ୍ଚମ ଶତକ ଅର୍ଜନ କରି ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଏକମାତ୍ର ବ୍ୟାଟର୍‌ ଭାବେ ଏହି ସୀମିତ ଓଭର କ୍ରିକେଟ୍‌ରେ ୫ ଶତକ ଅର୍ଜନ କରିଛନ୍ତି। ଏହି ଦୌଡ଼ରେ ସେ ସୂର୍ଯ୍ୟକୁମାର ଯାଦବ (୪) ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ (୪)ଙ୍କୁ ପଛରେ ପକାଇଛନ୍ତି। ୨୨/୪ରୁ ରୋହିତ-ରିଙ୍କୁ ଯୋଡ଼ି ପଞ୍ଚମ ୱିକେଟ୍‌ରେ ୯୫ ବଲ୍‌ରୁ ୧୯୦* ରନ୍‌ ଭାଗୀଦାରି ଗଢି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଗୁରବାଜ୍‌, ଜଦ୍ରାନ୍‌, ନାଏବ ଓ ମହମ୍ମଦ ନବି ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ନିର୍ଦ୍ଧାରିତ ଓଭର ସୁଦ୍ଧା ଜିତାଇ ପାରି ନଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button