ଅପରାଧ

ସାଇବର ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ: ୨ହଜାର ଦେଇ, ୨୦ ହଜାରରେ ବିକୁଥିଲେ – Kalinga News

[ad_1]

୫ହଜାରରୁ ଊର୍ଦ୍ଧ୍ବ ଜାଲ୍‌ ଆକାଉଣ୍ଟ ଠାବ, ରୢାକେଟ୍‌ର ଆଉ ଜଣେ ଗିରଫ

ଭୁବନେଶ୍ବର: ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଟାର୍ଗେଟ୍‌ ବନାଉଥିଲେ। ଅଳ୍ପ କିଛି ଅର୍ଥ ଦେଇ ତଥ୍ୟ ଓ ଡକ୍ୟୁମେଣ୍ଟ୍‌ ହାତେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲୁଥିଲେ। ଆଉ ସେହି ଆକାଉଣ୍ଟ୍‌କୁ ସାଇବର ଲୁଟେରା ଓ ଅପରାଧୀଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏଭଳି ଏକ ଅନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ଗ୍ୟାଙ୍ଗର ଆଉଜଣେ ଠକକୁ ଆଜି ପଶ୍ଚିମବଙ୍ଗରୁ ଗିରଫ କରିଛି। ସେ ହେଲା ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଅଞ୍ଚଳର ସୌରଭ ମାଇତି(୩୦)। ତା’ଠାରୁ ବହୁ ବ୍ୟାଙ୍କ ପାସ୍‌ବୁକ୍‌, ମୋବାଇଲ୍‌ ଫୋନ୍‌, ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ କାର୍ଡ, ଆଧାର କାର୍ଡ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗତ ୧୫ ତାରିଖରେ ତାକୁ ଗିରଫ ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ୪ଦିନଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଛି। ଆସନ୍ତାକାଲି ତାକୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ।

ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ୟାଙ୍ଗର ମୁଖ୍ୟ ସେକ୍‌ ଜମିରୁଦ୍ଦିନ ପଶ୍ଚିମବଙ୍ଗରୁ ନିଜର ଗ୍ୟାଙ୍ଗ ଆରମ୍ଭ କରି ସାରାଦେଶରେ ନେଟୱର୍କ ତିଆରି କରିଥିଲା। ଗ୍ୟାଙ୍ଗରେ ସୌରଭ, ସାମିମ୍‌ ଇସ୍‌ଲାମ, ସେକ୍‌ ହାପିଜୁଲ, ସେକ୍‌ ଜାହାଙ୍ଗୀରକୁ ସାମିଲ କରି ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ଭଳି ସୀମାନ୍ତ ଅଞ୍ଚଳରେ ବେଶ ସକ୍ରିୟ ଥିଲା। ଏଥିପାଇଁ ସେ ଲୋକଙ୍କୁ ମାସିକ ୧୫ରୁ ୨୦ହଜାର ଟଙ୍କା ଦରମା ଦେଇ ଏଜେଣ୍ଟ୍‌ ରଖିଥିଲା। ସେମାନେ ଗ୍ରାମାଞ୍ଚଳର ଦୁର୍ବଳ ଶ୍ରେଣୀ ଓ କମ୍‌ ପାଠ ପଢ଼ିଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କୁ ଘରେ ବସି କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ରାତାରାତି କୋଟିପତି ବନିବେ; ସେହି ସୁନେଲି ସ୍ବପ୍ନ ଦେଖାଇଥିଲେ। ଭୂଆଁ ବୁଲାଇ ସେମାନଙ୍କ ଆଧାର କାର୍ଡ, ପାନ୍‌ କାର୍ଡ ଆଦି ହାତେଇବା ପାଇଁ ଅଳ୍ପ କିଛି ଅର୍ଥ ଦେଉଥିଲେ। ‌ଆଉ ସେହି ସିମ୍‌ ଓ ଆଧାରକାର୍ଡକୁ ବ୍ୟବହାର କରି ସେମାନଙ୍କ ନାଁରେ ସିମ୍‌ କିଣୁଥିଲେ। ଏହାପରେ ସେହି ଡକ୍ୟୁମେଣ୍ଟକୁ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିଲେ। ପ୍ରତି ଅକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ୨ହଜାର ଟଙ୍କା ଦେଉଥିଲେ। ତେବେ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଠକ ‌ଲୋକଙ୍କ ପରିଚୟପତ୍ର ଦେଇ ଆଣିଥିବା ମୋବାଇଲ୍‌ ନମ୍ବରକୁ ବ୍ୟବହାର କରୁଥିଲେ। ଫଳରେ ବ୍ୟାଙ୍କ କାରବାର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହୁଥିଲା।

ଲୋକଙ୍କୁ ଭୂଆଁ ବୁଲାଇ ହାତେଇଥିବା ବ୍ୟାଙ୍କ ଆକାଉଣ୍ଟ୍‌ଗୁଡ଼ିକୁ ସାଇବର ଠକ, ବିଭିନ୍ନ ସୋସିଆଲ୍‌ ମିଡିଆରେ ଲୋକଙ୍କୁ ଅଶ୍ଳୀଳ ଭିଡିଓ ମାଧ୍ୟମରେ ଫସାଇ ଠକୁଥିବା ଠକ ଓ ଅପରାଧୀଙ୍କୁ ବିକ୍ରି କରୁଥିଲେ। ଏଥିପାଇଁ ସେମାନେ ପ୍ରତି ଆକାଉଣ୍ଟ ପିଛା ୧୫ରୁ ୨୦ ହଜାର ଟଙ୍କା ନେଉଥିଲେ। ତେବେ ସେମାନେ ୫ହଜାରରୁ ଊର୍ଧ୍ବ ବ୍ୟାଙ୍କ ଆକାଉଣ୍ଟ୍‌ ଠକକୁ ବିକ୍ରି କରିଥିବା ଜଣାପଡ଼ିଛି। ଠକମାନେ ପ୍ରତି ଆକାଉଣ୍ଟ୍‌ରେ ଅତିବେଶିରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କାରବାର କରୁଥିଲେ। ଏହାଛଡ଼ା ପୁଲିସ ଆକାଉଣ୍ଟ୍‌କୁ ସିଜ୍‌ କରୁଥିବାରୁ ଠକେଇ ପରେ ବାରମ୍ବାର ସେସବୁକୁ ପରିବର୍ତ୍ତନ କରୁଥିଲେ। ପୂର୍ବରୁ ପୁଲିସ ସେକ୍‌ ହାପିଜୁଲ, ସେକ୍‌ ଜାହାଙ୍ଗୀର, ଜମିରୁଦ୍ଦିନ ଓ ସାମିମ୍‌କୁ ଗିରଫ କରିଥିବା ବେଳେ ଆଜି ସୌରଭକୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button