ଖେଳ ଖବର

ଅଲିମ୍ପିକ୍ସ କ୍ରୀଡ଼ା ପ୍ରତି ବଢ଼ୁଛି ଆଗ୍ରହ: ନୂଆ ଫ୍ୟାନ୍ ବେସ୍ ସୃଷ୍ଟି କରୁଛନ୍ତି ହକି, ଫୁଟ୍‌ବଲ୍ – Kalinga News

[ad_1]

ଭୁବନେଶ୍ବର: ଦିନ ଥିଲା ଭାରତରେ ଖେଳ କହିଲେ ସମ୍ଭବତଃ କେବଳ କ୍ରିକେଟ୍‌କୁ ବୁଝାଉଥିଲା। ବହୁ ଅଣପାରମ୍ପରିକଅନ୍ତର୍ଜାତୀୟ ଖେଳର ଉପସ୍ଥିତି ସତ୍ତ୍ବେ କ୍ରିକେଟ୍ ଭାରତୀୟ କ୍ରୀଡ଼ା ମାନଚିତ୍ରରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରୁଥିଲା। ଆଜି ବି କ୍ରିକେଟ୍‌ର ସେହି ପୁରୁଣା ଲୋକପ୍ରିୟତା ଓ ପ୍ରଶଂସକ ଭିତ୍ତି ଅକ୍ଷୁଣ୍ଣ ରହିଛି। ହେଲେ ବିଭିନ୍ନ ପାରମ୍ପରିକ ଖେଳ ମଧ୍ୟ ସମାନ୍ତରାଳ ଭାବେ ନିଜ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କବାଡ଼ି, ‌କୁସ୍ତି ଓ ଖୋ ଖୋ ଭଳି ଖେଳ ଏହି କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛି। ଭାରତରେ ଏସବୁର ଲୋକପ୍ରିୟତା ଓ ଦର୍ଶକ ସଂଖ୍ୟା ଗତ ୫ବର୍ଷ ମଧ୍ୟରେ ୨୦ରୁ ୫୦ ପ୍ରତିଶତ ବଢ଼ିଛି। ସେହିଭଳି ହକି, ଫୁଟ୍‌ବଲ୍‌, ଟେନିସ୍, ବ୍ୟାଡମିଣ୍ଟନ୍ ଭଳି ଖେଳର ପ୍ରଶଂସକ ସଂଖ୍ୟା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଭାରତ ସହ ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଲିମ୍ପିକ୍ସ ଖେଳ ଖେଳାଯିବାର ଧାରା ଉପରମୁହାଁ ରହିଛି। ଦେଶର କ୍ରୀଡ଼ା ଦୃଶ୍ୟପଟ୍ଟରେ ହେଉଥିବା ଏହି ବୈପ୍ଳବିକ ପରିବର୍ତ୍ତନ ପାଇଁ ଅଲିମ୍ପକ୍ସ ଭଳି କ୍ରୀଡ଼ା ମହୋତ୍ସବରେ ଭାରତୀୟଙ୍କ ସଫଳତା ବି ବଢ଼ିବଢ଼ି ଚାଲିଛି। ଏଣୁ ଆଗାମୀ ସମୟରେ ଭାରତ ଅର୍ଥନୀତି ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଏକ ମହାଶକ୍ତି ଭାବେ ଉଭା ହେବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ ଦୃଢ଼ୋକ୍ତି ପ୍ରକାଶ କରିଛି।

ପରିସଂଖ୍ୟାନ ଅନୁସାରେ ଭାରତରେ ୧୦ଟି ସର୍ବାଧିକ ଲୋ‌କପ୍ରିୟ ଖେଳ ମଧ୍ୟରେ କ୍ରିକେଟ୍ ପ୍ରଥମ ସ୍ଥାନରେ ରହିଛି। ହକି, ଫୁଟ୍‌ବଲ୍, କବାଡ଼ି, ବ୍ୟାଡ୍‌ମିଣ୍ଟନ୍, ଟେନିସ୍, କୁସ୍ତି, ମୁଷ୍ଟିଯୁଦ୍ଧ, ମୋଟର ସ୍ପୋର୍ଟସ ଓ ବାସ୍କେଟବଲ୍ ଏହି କ୍ଷେତ୍ରରେ ଦ୍ବିତୀୟରୁ ଦଶମ ସ୍ଥାନରେ ରହିଛନ୍ତି। ଟେଲିଭିଜନ୍ ଓ ଓଟିଟିରେ କ୍ରୀଡ଼ା ଦର୍ଶକ ସଂଖ୍ୟାରେ କିନ୍ତୁ ସାମାନ୍ୟ ଅଦଳବଦଳ ରହିଛି। ରିପୋର୍ଟ-୨୦୨୪ ଅନୁସାରେ ଭାରତରେ ସଂପ୍ରତି ୬୭୮ ନିୟୁତ ବା ୬୭.୮ କୋଟି କ୍ରୀଡ଼ା ଦର୍ଶକ (ଯେଉଁମାନେ ଗତ ଏକବର୍ଷ ମଧ୍ୟରେ ଟେଲିଭିଜନ୍ କିମ୍ବା ଓଟିଟିରେ ଅନ୍ୟୂନ ଅଧ ଘଣ୍ଟା କ୍ରୀଡ଼ା କାର୍ଯ୍ୟକ୍ରମ ଦେଖିଛନ୍ତି) ଅଛନ୍ତି। ଦର୍ଶକ ଦୃଷ୍ଟିରୁ କ୍ରିକେଟ୍ ୬୨୦, ଫୁଟ୍‌ବଲ୍ ୩୦୫ ଓ କବାଡ଼ି ୨୮୦ ନିୟୁତ ଦର୍ଶକ ସହ ପ୍ରଥମ ୩ ସ୍ଥାନରେ ରହିଛନ୍ତି। ହକି ପଞ୍ଚମ ସ୍ଥାନରେ ଅଛି। କବାଡ଼ି ଓ କୁସ୍ତି ଦର୍ଶକ ସଂଖ୍ୟା ପୂର୍ବରୁ ୫୦ ନିୟୁତ ତଳେ ରହୁଥିଲା ବେଳେ ଏବେ ଏହା ଯଥାକ୍ରମେ ୨୮୦ ଓ ୧୬୩ ନିୟୁତକୁ ବଢ଼ିଛି। କ୍ରୀଡ଼ା ଦର୍ଶକ ମଧ୍ୟରୁ ୯୦ ପ୍ରତିଶତ କ୍ରିକେଟ୍ ଦେଖୁଥିଲା ବେଳେ ସେମାନଙ୍କ ଭିତରୁ ୪୫ ପ୍ରତିଶତ ଫୁଟ୍‌ବଲ୍, ୪୧ ପ୍ରତିଶତ କବାଡ଼ି, ୨୪ ପ୍ରତିଶତ କୁସ୍ତି, ୨୩ ପ୍ରତିଶତ ହକି, ୨୧ ପ୍ରତିଶତ ବ୍ୟାଡ୍‌ମିଣ୍ଟନ୍, ୧୯ ପ୍ରତିଶତ ଦୌଡ଼କୁଦ, ୧୬ ପ୍ରତିଶତ ଭଲିବଲ୍, ୧୬ ପ୍ରତିଶତ ମୁଷ୍ଟିଯୁଦ୍ଧ ଓ ୧୪ ପ୍ରତିଶତ କାର୍ ରେସିଂ ଦେଖୁଛନ୍ତି।

ବିଭିନ୍ନ ପେସାଦାର ଲିଗ୍ ମଧ୍ୟରୁ ଆଇପିଏଲ୍ ଏକ ନମ୍ବର ସ୍ଥାନରେ ରହିଛି। ପ୍ରୋ କବାଡ଼ି ଦ୍ବିତୀୟରେ ରହିଥିଲା ବେଳେ ଆଇଏସ୍ଏଲ୍ (ଫୁଟ୍‌ବଲ୍) ତୃତୀୟ ସ୍ଥାନ ଅଧିକାର କରିଛି। ଦେଶର ୮ଜଣ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ଭିତରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଚତୁର୍ଥ ଓ ଲିଓନେଲ୍ ମେସିଙ୍କ ରୂପରେ ଦୁଇଜଣ ବିଦେଶୀ ରହିଛନ୍ତି। ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବିରାଟ କୋହଲି (୩୫%) ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନି (୧୯%), ରୋହିତ ଶର୍ମା (୧୨%), କ୍ରିଷ୍ଟିଆନୋ ରୋନାଲ୍‌ଡୋ (୭%), ସଚିନ ତେନ୍ଦୁଲକର (୬%), ଲିଓନେଲ୍ ମେସି (୫%), ନୀରଜ ଚୋପ୍ରା (୨%) ଓ ସୁନୀଲ ଛେତ୍ରୀ (୨%) ପଛକୁ ପଛ ଅଛନ୍ତି। ଆଇପିଏଲ୍ ଦଳଗୁଡ଼ିକ ମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସ (୧୮ ପ୍ରତିଶତ) ସର୍ବାଧିକ ଲୋକପ୍ରିୟ ଦଳ ହୋଇଥିଲା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (୫ ପ୍ରତିଶତ)ର ଲୋକପ୍ରିୟତା ହେଉଛି ସବୁଠୁ କମ୍।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button