ଚେନ୍ନାଇରେ ବନ୍ଧୁହତ୍ୟା, ବ୍ରହ୍ମପୁରରେ ଆତ୍ମସମର୍ପଣ – Kalinga News

[ad_1]
ବ୍ରହ୍ମପୁର: ତାମିଲନାଡ଼ୁ ଚେନ୍ନାଇରେ ଏକ ଘରୋଇ ସଂସ୍ଥାରେ ଏକାଠି କାମ କରୁଥିଲେ। ଗତ ୧୪ ତାରିଖରେ ମକର ଛୁଟି ଥିବାରୁ ଭୋଜି କରି ମଦ୍ୟପାନ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଜଣେ ବନ୍ଧୁ ନିଜର ତାମିଲ୍ ସାଂଗଙ୍କୁ ଆଣି ବନ୍ଧୁଙ୍କୁ ମାଡ଼ ମାରିଲା। ମାଡ଼ ଖାଇବାର ପ୍ରତିଶୋଧ ଥିଲା ହତ୍ୟା। ନିଜ ବନ୍ଧୁକୁ ପଥର ଛେଚି ହତ୍ୟା କରିଦେଲା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆଡ଼ୁଆ ଗାଁ ର ବିଦୁର ମଲ୍ଲିକ(୨୬)। ମୃତକ ହେଲେ ସେହି ଗ୍ରାମର ଭରତ ମଲ୍ଲିକ। ହତ୍ୟାକାଣ୍ଡ ଘଟାଇ ଭୟରେ ବିଦୁର ଟ୍ରେନ୍ ଧରି ବ୍ରହ୍ମପୁର ପଳାଇ ଆସି ଗୋସାଇଁ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିଲା। ଏ ନେଇ ବ୍ରହ୍ମପୁର ଏସ୍ପି ଚେନ୍ନାଇ ଏସ୍ପିଙ୍କ ସହ ଯୋଗାଯୋଗ କରିବା ପରେ ଆଜି ଚେନ୍ନାଇ ପୁଲିସ ବ୍ରହ୍ମପୁର ଆସିଥିଲା। ଚେନ୍ନାଇର ଆରମ୍ବକମ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ସିଜେଏମ୍ଙ୍କ କୋର୍ଟରେ ଅଭିଯୁକ୍ତକୁ ହାଜର କରାଇ ଚେନ୍ନାଇ ପୁଲିସ ପକ୍ଷରୁ ୫ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ଏହି ଆବେଦନକୁ ସିଜେଏମ୍ ମଂଜୁର କରିଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତ ବିଦୁର ଓ ଅନ୍ୟଜଣେ ସାଂଗ ସତ୍ୟବ୍ରତ ପୂର୍ବରୁ ଚେନ୍ନାଇରେ ଏକାଠି ରହୁଥିଲେ। ତାଙ୍କ ସହ ଯୋଗାଯୋଗ କରି ଗତ ୧ତାରିଖରେ ବିଦୁର ଚେନ୍ନାଇ ଯାଇ ସତ୍ୟବ୍ରତଙ୍କ ସହ ଗୁମୁଟିପୁଣ୍ଡି ଠାରେ ଏକ ଭଡ଼ାଘରେ ରହୁଥିଲେ। ସେଠାରେ ଅନ୍ୟ ଜଣେ ବନ୍ଧୁ ଭରତ ମଲ୍ଲିକ ମଧ୍ୟ ରହୁଥିଲେ। କାମ ପାଇଁ କହିବାରୁ ସତ୍ୟବ୍ରତ ତାଙ୍କୁ ନିକଟରେ ଥିବା ସିଏସି ପ୍ରାଇଭେଟ୍ ଲିମିଟେଡ଼ ନାମକ ଏକ ସ୍ପେୟାର୍ ପାର୍ଟ୍ସ ନିର୍ମାଣକାରୀ କମ୍ପାନିରେ ନିଯୁକ୍ତି ବ୍ୟବସ୍ଥା କରାଇ ଦେଇଥିଲେ। ସେଠାରେ ଭରତ ମଧ୍ୟ କାମ କରୁଥିଲେ। ସତ୍ୟବ୍ରତ କିଛିଦିନ ତଳେ ଗାଁକୁ କୌଣିସି କାମରେ ଚାଲି ଆସିଥିଲେ। ମକର ଉତ୍ସବ ପାଇଁ କମ୍ପାନି ଛୁଟି ଥିବାରୁ ଭରତ ଏବଂ ବିଦୁର ରହୁଥିବା ଭଡ଼ାଘରେ ଭୋଜି କରିଥିଲେ। ଦୁହେଁ ମଦ୍ୟପାନ କରି ଝଗଡ଼ା କରିଥିଲେ। ଉତ୍ତ୍ୟକ୍ତ ଭରତ ସ୍ଥାନୀୟ କିଛି ତାମିଲ୍ ବନ୍ଧୁଙ୍କୁ ଡାକି ବିଦୁରଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିଶୋଧ ନେବାକୁ ବିଦୁର ଏକ ପଥରରେ ଭରତର ମୁଣ୍ଡକୁ ଛେଚି ଦେବାରୁ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବିଦୁର ସେଠାରୁ ଘରକୁ ଫେରି ଆସିବା ପାଇଁ ଟ୍ରେନ୍ରେ ଚଢ଼ିଥିଲେ। ସତ୍ୟବ୍ରତଙ୍କୁ ଫୋନ୍ କରି ସବୁକଥା କହିଥିଲେ। ତେବେ ଗାଁକୁ ନଆସି ଯେକୌଣସି ଥାନାରେ ଆତ୍ମସମର୍ପଣ କରିନେବାକୁ ସତ୍ୟବ୍ରତ ତାଙ୍କୁ ପରାମର୍ଶ ଦେବାରୁ ବିଦୁର ବ୍ରହ୍ମପୁର ରେଳଷ୍ଟେସନ୍ରେ ଓହ୍ଲାଇ ନିକଟସ୍ଥ ଗୋସାଇଁ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିଲେ।
[ad_2]