ଅପରାଧ

ଖଣି ମାଫିଆଙ୍କ ଆତଙ୍କରାଜ୍‌: ମାଇନିଂ ଅଫିସରଙ୍କୁ ଆକ୍ରମଣ – Kalinga News

[ad_1]

ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ଖଣି ମାଫିଆଙ୍କ ଆତଙ୍କରାଜ୍‌। ବେଆଇନ ଖଣି ଖନନ ଉପରେ ଚଢ଼ଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ କଲେ ସଂଗଠିତ ଆକ୍ରମଣ। ରାତି ଅଧିଆ ହେଲା ନିର୍ଘାତ ମାଡ଼। ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏମିତି ଏକ ଘଟଣା ଘଟିଛି। ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଶ୍ରୀ ବେହେରା ଗୁରୁତର ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଗୁରୁତର ମାଇନିଂ ଅଫିସରଙ୍କ କହିବା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହଠାତ୍‌ ତାଙ୍କ ନିକଟକୁ ଏକ ଫୋନ୍‌ କଲ୍ ଆସିଥିଲା। ଆଦର୍ଶ ଥାନା ଜକରା ଅଞ୍ଚଳରେ ଦୁଇଟା ଜେସିବିରେ ବେଆଇନ୍‌ ଭାବେ ଖଣି ଖନନ ଚାଲିଛି, ଚାରିଟା ହାଇୱା ଗାଡ଼ିରେ ଖଣିଜ ଦ୍ରବ୍ୟ ଚାଲାଣ ଚାଲିଛି ବୋଲି ଖବର ମିଳିଥିଲା। ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଏନେଇ ସେ ଆଦର୍ଶ ଥାନାକୁ ଖବର ଦେବା ସହିତ ନିଜେ ଜଣେ ବ୍ୟକ୍ତିଙ୍କ ସହିତ କାର୍‌ରେ ଖଣି ଇଲାକାକୁ ଯାଇଥିଲେ। ଘଟଣାସ୍ଥଳରେ କିନ୍ତୁ ପ୍ରାୟ ୩୦/୪୦ ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ। ସେ କିଛି କହିବା ପୂର୍ବରୁ ସଂଗଠିତ ହୋଇ ମାର୍‌ପିଟ୍ କରିଥିଲେ। କାର୍‌ ସହିତ ମୋଟର ସାଇକଲ୍‌ ବି ଭଙ୍ଗାରୁଜା

କରିଥିଲେ। ଘଟଣାରେ ମାଇନିଂ ଅଫିସର ଶ୍ରୀ ବେହେରା ଆହତ ହୋଇଛନ୍ତି। ବେକ ହାଡ଼ରେ ବି ଆଘାତ ଲାଗିଛି। କୌଶଳ କ୍ରମେ ସେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ଆସିଥିଲେ। ତୁରନ୍ତ ପୁଲିସକୁ ଫୋନ୍‌ କରିଥିଲେ। ଆଦର୍ଶ ଥାନା ପୁଲିସ ମାଇନିଂ ଅଫିସରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଙ୍କ ସହ ଅନ୍ୟମାନେ ବି ଆହତ ହୋଇଛନ୍ତି। ଏନେଇ ମାଇନିଂ ଅଫିସର ଶ୍ରୀ ବେହେରା ଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ପ୍ରାୟ ୩୦/୪୦ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ବୋଲି ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button