ଅପରାଧ

ମଦ ବୋଝେଇ ସ୍କୋର୍ପିଓ ଜବତ; ୩ ମଦ ଦୋକାନ କର୍ମଚାରୀ ଗିରଫ – Kalinga News

[ad_1]

ରାଉରକେଲା: ଏକ ସ୍କୋର୍ପିଓରେ ବିଦେଶୀ ମଦ ଚୋରା ଚାଲାଣ କରୁଥିବାବେଳେ ଝିରପାଣି ପୁଲିସ ୩ ମଦ ଦୋକାନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଝିରପାଣି ବିଦେଶୀ ମଦ ‌ଦୋକାନର କର୍ମଚାରୀ ସତ୍ୟେନ୍ଦ୍ର ପାଲ, ଧର୍ମଜିତ ସିଂ ଓ ଅଶୋକ କୁମାର ଲେଙ୍କା। ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୨୦୧ ଲିଟର ବିଦେଶୀ ମଦ ସହ ଚାଲାଣରେ ବ୍ୟବହୃତ ସ୍କୋର୍ପିଓ ଜବତ ହୋଇଥିଲା।

ପୁଲିସ ସୂଚନା ଅନୁସାରେ ସୋମବାର ମଧ୍ୟାହ୍ନରେ ଝିରପାଣିସ୍ଥ ଏକ ବିଦେଶୀ ମଦ ‌ଦୋକାନର ୩ ଜଣ କର୍ମଚାରୀ ଏକ ଓଡ଼ି ୧୪ ଡବ୍ଲୁ ୫୮୫୫ ସ୍କୋର୍ପିଓରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋଝେଇ କରି ଝିରପାଣିରୁ ନୂଆଗାଁକୁ ଚୋରା ଚାଲଣ କରୁଥିବାବେଳେ ଝିରପାଣି ପୋଲରେ ପୁଲିସ ହାତରେ ଧରାପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button