ଅପରାଧ

ଡାକ୍ତରଙ୍କ ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ: ଅସ୍ତ୍ରୋପଚାରରେ ଛାଡ଼ି ଯାଇଥିଲେ ତୁଳା, ଗଜ – Kalinga News

[ad_1]

ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର: ଘରୋଇ ଡାକ୍ତରଖାନାର ଡାକ୍ତରଙ୍କ ସାଂଘାତିକ ଅବହେଳାକୁ ନେଇ ଅଭିଯୋଗ ହୋଇଛି। ବାଲିଅନ୍ତାର ଦଳିତ ଗର୍ଭବତୀ ଲିଲି ଦାସ(୩୪)ଙ୍କ ଅସ୍ତ୍ରୋପଚାର ବେଳେ ଡାକ୍ତର ତାଙ୍କ ପେଟରେ ତୁଳା ଏବଂ ଗଜ କପଡ଼ା ଛାଡ଼ି ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏଥିସଂକ୍ରାନ୍ତରେ ବାଲିଅନ୍ତା ଥାନାରେ ଅଭିଯୋଗ ପରେ ମାମଲା ରୁଜ୍ଜୁ ହୋଇଛି। ଏହା ସତ୍ତ୍ବେ ମଧ୍ୟ କାହାକୁ ଗିରଫ କରାନଯିବାରୁ ବହୁଜନ ଷ୍ଟୁଡେଣ୍ଟ ଆଣ୍ଡ ୟୁଥ ଫ୍ରଣ୍ଟର ରାଜ୍ୟ ସଂଯୋଜକ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି। ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ବିରୋଧରେ ଏତଲା ହୋଇଛି। ଏହି ଘଟଣାରେ ସଂପୃକ୍ତ ଆଶା କର୍ମୀଙ୍କ ଭୂମିକା ସନ୍ଦେହଜନକ ରହିଛି।

ଲିଲିଙ୍କ ମା ପ୍ରମିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ମସିହା ଜାନୁଆରି ମାସରେ ଲିଲି ଦାସ ବାଲେଶ୍ବର ଜିଲ୍ଲା ବାଲିଆପାଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ଜାତିଗତ କାରଣରୁ ପରିବାର ପକ୍ଷରୁ ତାଙ୍କ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର ହେଉଥିଲା। ଲିଲି ଗର୍ଭବତୀ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ମାଙ୍କ ପାଖରେ ବାଲିଅନ୍ତାରେ ଛାଡ଼ି ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଲିଲିଙ୍କୁ ପ୍ରସବ କଷ୍ଟ ହୋଇଥିଲା। ସେହି ଅଞ୍ଚଳର ଆଶା କର୍ମୀ ତାଙ୍କୁ ସରକାରୀ ଡାକ୍ତରଖାନା ନେବା ବଦଳରେ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେହି ଦିନ ରାତି ପ୍ରାୟ ୯ଟାରେ ଘରୋଇ ଡାକ୍ତରଖାନାରେ ତାଙ୍କ ଅସ୍ତ୍ରୋପଚାର ବେଳେ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା। ଏହାପରେ ଲିଲିଙ୍କୁ ଡିସଚାର୍ଜ କରାଗଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ପେଟରେ ଘା ହୋଇ ପଚି ଯାଇଥିଲା। ପେଟ ଯନ୍ତ୍ରଣା ହେବାରୁ ପୁନର୍ବାର ସେହି ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ସାଧାରଣ ଡ୍ରେସିଂ କରି ଛାଡ଼ି ଦେଇଥିଲେ। ଏହାପରେ ପ୍ରମିଳା ନିଜ ଝିଅ ଲିଲିଙ୍କୁ ଗୋଟିଏ ପରେ ଗୋଟିଏ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ମଧ୍ୟ ଲିଲିଙ୍କ ଯନ୍ତ୍ରଣା କମ୍‌ ହୋଇନଥିଲା। ଏପରିକି ପୁନର୍ବାର ସେହି ଘରୋଇ ଡାକ୍ତରଖାନାର ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ସେହି ଡାକ୍ତର ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଏହାପରେ ଜାନୁଆରି ୭ ତାରିଖରେ ଏମ୍‌ସକୁ ନିଆଯିବା ପରେ ଏଠାରେ ଡାକ୍ତର ଆଉ ଥରେ ଅସ୍ତ୍ରୋପଚାର କରିଥିଲେ। ପେଟରୁ ତୁଳା ଏବଂ ଗଜ ବାହାର କରିଥିଲେ। ଏଥିଯୋଗୁଁ ତାଙ୍କ ପେଟ ସଂକ୍ରମିତ ହୋଇ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଥିଲା। କିଛି ଦିନ ପରେ ଅର୍ଥାତ ଫେବ୍ରୁଆରି ୧୮ ତାରିଖରେ ଲିଲିଙ୍କ ମୃତ୍ୟୁ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button